କଙ୍କଡ଼ାହାଡ଼ ବ୍ଲକ୍ କଂଗ୍ରେସ ପକ୍ଷରୁ ଦଣ୍ଡାଧର ଠାରେ ଜୋନ୍ ସ୍ତରିୟ ବୈଠକ ଅନୁଷ୍ଠିତ ହୋଇଥିଲା
କଙ୍କଡ଼ାହାଡ଼- ଢ଼େଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍ ଅନ୍ତର୍ଗତ ଦଣ୍ଡାଧର ଠାରେ ଜୋନ୍ ସ୍ତରିୟ ବୈଠକ ରବିବାର ଅନୁଷ୍ଠିତ ହୋଇଥିଲା। ସଭାରେ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ମୁଖ୍ୟ ସଂଗଠକଯୁବ ନେତା କଂଗ୍ରେସ ପୁର୍ବତନ ସମିତି ସଭ୍ୟ ଦିପକ ବେହେରା ସଭାପତିତ୍ବରେ ମୁଖ୍ୟବକ୍ତା କଂଗ୍ରେସ ପୁର୍ବତନ ବ୍ଲକ୍ ସଭାପତି ଦୁଃଖବନ୍ଧୁ ପଣ୍ଡା ବକ୍ତୃତା ଦେଇଥିଲେ। କଂଗ୍ରେସ ଆଗକୁ ବଢିବା ସହିତ କଙ୍କଡ଼ାହାଡ଼ ତିନୋଟି ଜିଲ୍ଲା ପରିଷଦ ସହିତ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଜିତାଇବା ପାଇଁ ସଂକଳ୍ପବଦ୍ଧ ହୋଇଥିଲା। ଆଗାମୀ ତ୍ରିସ୍ତରୀୟ ନିର୍ବାଚନ ରେ ଦଳ ପାଇଁ ଯିଏ ପ୍ରଥମ ରୁ ପ୍ରତି ପଞ୍ଚାୟତରେ ସଂଗଠନ କୁ ମଜବୋତ୍ କରିବା ସହିତ ଦଳକୁ ସରପଞ୍ଚ ସମିତି ଜିଲ୍ଲା ପରିଷଦ ଜିତାଇବ ଆଗାମୀ ବିଧାନସଭା ରେ କଂଗ୍ରେସ ର ବିଧାୟକ ପ୍ରାଥି ହେବ ବୋଲି ସମସ୍ତ ଙ୍କ ମତ ରହିଥିଲା । ଆଡ୍ ଭୋକେଟ୍ ଅମିୟ କୁମାର ବେହେରା ତାଙ୍କ ବ୍ୟକତବ୍ୟ ରେ କହିଥିଲେ କି ଯେଉଁ କଂଗ୍ରେସ ଦେଶ ପାଇଁ ସ୍ବାଧୀନତା ପାଇବାର ମୁଳଦୁଆ ଥିଲା ଦେଶ ପାଇଁ କାର ଖାନା ସ୍ବାସ୍ଥ୍ୟ ଗମନାଗମନ ସୁବିଧା କରିଥିବା ପ୍ରମୁଖ ଭୂମିକା ଥିଲା। କଂଗ୍ରେସ ଗରିବ ଲୋକଙ୍କ ପାଇଁ ଆଣିଥିବା ଯୋଜନା ଗୋଡ଼ିକ ବିଜେପି କାଟି ବଡ଼ ବଡ଼ ପୋଞ୍ଜିପତି ମାନଙ୍କୁ ଟେକି ଦେଇ ଦେଶ କୁ ଦେବାଳିଆ ଅବସ୍ଥା ଆଡକୁ ନେଇଯାଉଛି। କଙ୍କଡ଼ାହାଡ଼ ବ୍ଲକ୍ ୨ ଜୋନ୍ ର ସମସ୍ତ ପଦାଧିକାରୀ ସରପଞ୍ଚ ସମିତି ସଭ୍ୟ ପୁର୍ବତନ ସରପଞ୍ଚ ସମିତି ସଭ୍ୟ ପ୍ରମୋଦ ସାହୁ, ବଳଭଦ୍ର ପଧାନ, ସନ୍ତୋଷ ମହାନ୍ତ,ଆକାଶ ସିଂହ,ଦଣ୍ଡଧର ଦେହୁରୀ ,ନାଥ ସିଂଙ୍ଗ ବିରଞ୍ଚି ନାରାୟଣ ସାହୁ ଓ୨୫୦ ରୁ ଉର୍ଦ୍ଧ କଂଗ୍ରେସ ମୁଖ୍ୟ କର୍ମୀମାନେ ଉପସ୍ଥିତ ଥିଲେ।
