କଟକରେ ଓଡ଼ିଶା ଦିବସ ପାଳନ ଅବସରରେ ବରପୁତ୍ର ମାନଙ୍କୁ ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ।

କଟକ: ଓଡ଼ିଶା ଦିବସ ପାଳନ ଅବସରରେ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଦ୍ଵାରା ଡାକବାଜି ଯନ୍ତ୍ର ଯୋଗେ ବନ୍ଦେ ଉତ୍କଳ ଜନନୀ ଗାନ ସହ ଏକ ଯାନ ସହର ପରିକ୍ରମା କରିଥିଲା ।ପରେ ପରେ ସହରର ବିଭିନ୍ନ ସ୍ଥାନରେ ଅବସ୍ଥିତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।
ପ୍ରଥମେ ଗୋରା କବର ଠାରେ ଅବସ୍ଥିତ ଉତ୍କଳ ଗୌରବ ମଧୁବାବୁଙ୍କ ବୋଞ୍ଜ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ସମାଧିପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏଥି ସହ ମଧୁସୂଦନ ପାର୍କଠାରେ ତାଙ୍କ ପ୍ରତିମୂର୍ତ୍ତି ଆନନ୍ଦଭବନ ଓ ବିଜୁ ପଟ୍ଟନାୟକ ଛକଠାରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି, କ୍ୟାଣ୍ଟନମେଣ୍ଟ ରାସ୍ତାରେ ଅବସ୍ଥିତ ଗୋପବନ୍ଧୁ ଓ ମଧୁବାବୁଙ୍କ ପ୍ରତିମୂର୍ତ୍ତି, ଏସ ସି ବି ମେଡିକାଲ କ୍ୟାମସଠାରେ ଶ୍ରୀରାମଚନ୍ଦ୍ର ଭଞ୍ଜ, ଓ ଏମ ପି ଠାରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତି,ପ୍ରେସ ଛକଠାରେ ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତି ସହ ସହିଦ ପାର୍କଠାରେ ଅବସ୍ଥିତ ସମସ୍ତ ବରପୁତ୍ରଙ୍କ ପ୍ରତିମମୂର୍ତ୍ତିରେ ପ୍ରଶାସନ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।
କଟକ ମହାନଗର ନିଗମ ମେୟର ଶ୍ରୀ ସୁବାସ ଚନ୍ଦ୍ର ସିଂହ, ଅତିରିକ୍ତ ଜିଲ୍ଲାପଳ ଡ଼ଃ ଦିବ୍ୟାଲୋଚନ ମହାନ୍ତ, କଟକ ମହାନଗର ନିଗମ ଆୟୁକ୍ତ ଶ୍ରୀ ଅନାମ ଚରଣ ପାତ୍ର ଓ ଅନ୍ୟାନ୍ୟ ଅଧିକାରୀ ମାନେ ଏହି ସ୍ଥାନମାନଙ୍କରେ ଉପସ୍ଥିତ ରହି ପୁଷ୍ପମାଲ୍ୟ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ସହରର ଅନ୍ୟ ସମସ୍ତ ସ୍ଥାନ ମାନଙ୍କରେ ଅବସ୍ଥିତ ପ୍ରତିମୂର୍ତ୍ତି ମାନକରେ ମଧ୍ୟ ପ୍ରଶାସନ ପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା। ସହରର ବହୁ ବିଶିଷ୍ଟ ବ୍ୟକ୍ତି, ବରିଷ୍ଠ ସାହିତ୍ୟିକ, ଆଇନଜୀବୀ ତଥା ବିଭିନ୍ନ ଅନୁଷ୍ଠାନର ସଦସ୍ୟ ମାନେ ସହରର ବରପୁତ୍ର ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
କଟକ ଇପିଏ ରୁ ଲଳିତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )