କଟକରେ ପ୍ରବାସୀ ଭାରତୀୟ

କଟକ: କାନାଡାରୁ ୨ଜଣ, ଦୁବାଇରୁ ୫ଜଣ ଓ ମୋରିସିୟସରୁ ୧ଜଣ ପ୍ରବାସୀ ଭାରତୀୟ ମାନେ କଟକର ବିଭିନ୍ନ ପର୍ଯଟନସ୍ଥଳୀ ନେତାଜୀ ଜନ୍ମପୀଠ ଓ ସଂଗ୍ରାହଳୟ, ନୌବାଣିଜ୍ୟ ସଂଗ୍ରାହଳୟ, ନ୍ୟାୟିକ ସଂଗ୍ରାହଳୟ ପରିଭ୍ରମଣରେ ଆସିଥିଲେ।
ସେମାନଙ୍କ ବ୍ୟତୀତ ବିଦେଶ ମନ୍ତ୍ରାଳୟର ଅଧିକାରୀ ମଧ୍ୟ ପରିଭ୍ରମଣରେ ଆସିଥିଲେ। ପ୍ରବାସୀମାନେ ସନ୍ଧ୍ୟାରେ ସିଲଭର ସିଟି ବୋଟ କ୍ଲବ ପରିଦର୍ଶନରେ ଆସି ମହାନଦୀ ଫେଷ୍ଟିଭାଲରେ ଚାଲୁଥିବା ପାରମ୍ପାରିକ ନୃତ୍ୟ ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।
ସେଠାରେ ପ୍ରଦର୍ଶୀତ ହୋଇଥିବା ପାରମ୍ପାରିକ ଜିନିଷ ପଦାର୍ଥ ଗୁଡିକର କ୍ରୟ କରିବା ସହ ଠୁଙ୍କା ପୁରୀ, ଦହିବଡା ଆଦି ସୁସ୍ୱାଦ ଖାଦ୍ୟର ମଜା ଉଠାଇଥିଲେ। ବିଶେଷକରି ହସ୍ତତନ୍ତ, ଚିତ୍ରକଳା, ତାରକସସୀ ସୂକ୍ଷ୍ମ ଆଦି ଉତ୍ପାଦ ଗୁଡ଼ିକ ତାଙ୍କ ମନମୁଗ୍ଧ କରିଥିଲା।ଏଭଳି ଭବ୍ୟ ଆୟୋଜନ ପାଇଁ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନକୁ ପ୍ରତି ଖୁସି ଜାହିର କରିଛନ୍ତି ।
ଆୟୋଜିତ ପ୍ରବାସୀ ଭାରତ ଦିବସ ଉପଲକ୍ଷେ କଟକରେ ପ୍ରବାସୀ ମାନଙ୍କ ଆଗମନ ତଥା ସେମାନଙ୍କ ପ୍ରତି ଆତିଥ୍ୟ ଓ ଅଭ୍ୟର୍ଥନା ନିମନ୍ତେ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତିକୁ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଭାଉସାହେବ ଶିନ୍ଦେ ତଦାରଖ କରିବା ସହ ସଂପୃକ୍ତଥିବା ବିଭାଗୀୟ ଅଧିକାରୀମାନେ ସ୍ଵତପ୍ରତ ଭାବରେ ନିଷ୍ଠାର ସହ କାର୍ଯ୍ୟ କରିବା ପାଇଁ ସେମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଆଜି ପ୍ରବାସୀ ମାନଙ୍କ ଆଗମନ ସମୟରେ ମହାନଦୀ ଫେଷ୍ଟିଭାଲରେ ଜିଲ୍ଲାପାଳ ନିଜେ ଉପସ୍ଥିତ ଥିଲେ।
କଟକ ଇପିଏ ରୁ ଲଳିତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )