July 5, 2025
Home » କଟକରେ ୫ମ କାଶ୍ମିରୀ ଯୁବ ବିନିମୟ କାର୍ଯ୍ୟକ୍ରମ ଉଦଯାପିତ

କଟକରେ ୫ମ କାଶ୍ମିରୀ ଯୁବ ବିନିମୟ କାର୍ଯ୍ୟକ୍ରମ ଉଦଯାପିତ

0
WhatsApp Image 2025-02-21 at 3.08.53 PM

ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ, ଯୁବ ବ୍ୟାପାର ଏବଂ କ୍ରୀଡା ବିଭାଗ, କଟକ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଏବଂ କଟକ ଜିଲ୍ଲା ପ୍ରଶାସନର ମିଳିତ ସହାୟତାରେ ଗତ ୧୫ତାରିଖ ଠାରୁ ୨୦ତାରିଖ ପର୍ଯ୍ୟନ୍ତ ନେତାଜୀ ଟର୍ମିନାଲ ପରିସରରେ ପଞ୍ଚମ କାଶ୍ମୀରୀ ଯୁବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆଜି ଉଦ୍ଯାପିତ ହୋଇଯାଇଅଛି ।

ବିଭିନ୍ନ ଧାର୍ମିକ ସଂସ୍କୃତି ଏବଂ ଭାଷା ଭିତ୍ତିକ ସମେତ ଭାରତ ବାସୀ ହିମାଳୟ ଠାରୁ ଆରମ୍ଭ କରି କନ୍ୟାକୁମାରୀ ପର୍ଯ୍ୟନ୍ତ ବସ ବାସ କରୁଥିବା ଭାରତୀୟଙ୍କର ଆତ୍ମା ବିବିଦ୍ଧତା ମଧ୍ୟରେ ଏକତା ଲକ୍ଷ୍ୟ ଉଦ୍ଦେଶ୍ୟରେ କାଶ୍ମିରୀ ଯୁବକ ଯୁବତୀଙ୍କ ନିମନ୍ତେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି।

କାଶ୍ମୀର ଉପତ୍ୟକା ଅଞ୍ଚଳର ୬ଟି ଜିଲ୍ଲା ବଡ଼ଗାଁ,ବାରମୂଲା, ଶ୍ରୀନଗର, ଅନନ୍ତନାଗ,ପୁଲୱଆମା,କୁପୱଆରା ଜିଲ୍ଲାର ୧୨୬ ଜଣ ଯୁବଗୋଷ୍ଠୀ ଅଂଶ ଗ୍ରହଣକାରୀ ଏହି କାର୍ଯ୍ୟ କ୍ରମରେ ଯୋଗଦେଇଛନ୍ତି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଭାରତ ବର୍ଷର ଅଖଣ୍ଡତା,ସୁରକ୍ଷା,ସଂସ୍କୃତି ଓ ଦକ୍ଷତା ବିକାଶ ଉପର ବିଭିନ୍ନ ଅଧିବେଶନ ଅନୁଷ୍ଠିତ ହୋଇଛି।ଏହି ଯୁବ ବିନିମୟ କାର୍ଯ୍ୟକ୍ରମର ଉଦଯାପନୀ ଅବସରରେ ଜିଲ୍ଲା ଯୁବ ଅଧିକାରୀ ବିପିନ କୁମାର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ଅଧିକାରୀ, ଶ୍ରୀ ଅଭିରାମ ଦାସ,ଶ୍ରୀ ତାପସ କୁମାର ଓଝା,ଜିଲ୍ଲା ସଂସ୍କତି ଅଧିକାରୀ ଶ୍ରୀ ନଳିନୀକାନ୍ତ ସାହୁ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରିମତି ପ୍ରଗତି ମହାନ୍ତି, ନେହେରୁ ଯୁବ କେନ୍ଦ୍ର ଆକାଉଣ୍ଟାଣ୍ଟ, ସୁଭେନ୍ଦ୍ରନାଥ ସାହୁ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଯୁବ ସମାଜସେବୀ ଗଙ୍ଗାଧର ବେହେରା, ଗଞ୍ଜାମ ଜିଲ୍ଲା ଯୁବ ଅଧିକାରୀ ଅକ୍ଷୟ ନିପାନେ, ଭଦ୍ରକ ଜିଲ୍ଲା ଯୁବ ଅଧିକାରୀ ଭିଗ୍ ଏମ, କୁଳମଣି ମଲ୍ଲିକ, ରବିନ୍ଦ୍ରନାଥ ବାରିକ, ସୋମ୍ୟରଞ୍ଜନ ମହାପାତ୍ର, ସତ୍ୟନାରାୟଣ ଶ୍ରୀଚନ୍ଦନ ଓ ମନୋରଞ୍ଜନ ପାତ୍ର ପ୍ରମୂଖ ଉପସ୍ଥିତ ଥିଲେ।

କଟକ ଇପିଏ ରୁ ଲଳିତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *