କଟକ କୃଷି ବିଜ୍ଞାନ କେନ୍ଦ୍ରଠାରେ ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା ପାଳନ ମହୋତ୍ସବ ଅନୁଷ୍ଠିତ

କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, କଟକ କାର୍ଯ୍ୟ।ଳୟ ଦ୍ଵାରା ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା ମହୋତ୍ସବ ପାଳିତ ହୋଇଯାଇଛି। ଆଜି ପୂର୍ବାହ୍ନରେ ଟାଙ୍ଗୀ-ଚୌଦ୍ବାର ବ୍ଲକ ଅନ୍ତର୍ଗତ ସନ୍ଥପୁର ଠାରେ ଅବସ୍ଥିତ “କୃଷି ବିଜ୍ଞାନ କେନ୍ଦ୍ର” ପରିସରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତକଳା ଶ୍ରୀଯୁକ୍ତ ପ୍ରଦୀପ ବଳସାମନ୍ତ ଯୋଗ ଦେବା ସହ ତାଙ୍କ କରକମଳରେ ଭୂମିପୂଜନ ଓ ଅକ୍ଷିମୁଠି ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ହୋଇଥିବା ବୈଠକରେ ମନ୍ତ୍ରୀ ଶ୍ରୀ ବଳସାମନ୍ତ ଚଳିତ ବର୍ଷ ଖରିଫ ଋତୁରେ ଚାଷ ଅନୁକୂଳ ହେବା ସହ ସରକାଙ୍କ ଦ୍ଵାର ଦିଆ ଯାଉଥିବା ସହାୟକ ମୂଲ୍ଯରେ କିପରି ଚାଷୀ କିପରି ଅଧିକ ଉପକୃତ ହେବେ ସେ ଦେଗରେ ମନ୍ତ୍ରୀ ଉପସ୍ଥିତ ସମସ୍ତ ଚାଷୀମାନଙ୍କ ଦ୍ରୁଷ୍ଟି ଆକର୍ଷଣ କରିଥିଲେ। ଏଥି ସହ ରାଜ୍ୟ ସରକାରଙ୍କ ବିଭିନ୍ନ କୃଷକ କଲ୍ୟାଣକାରୀ ଯୋଜନା ମାଧ୍ୟମରେ ଚାଷୀ ମାନଙ୍କ ଅମଳ ଓ ରୋଜଗାର ବୃଦ୍ଧି ପାଇଁ ଉଦ୍ୟମ କରାଯାଉଥିବା ସମ୍ପର୍କରେ ବିଶଦ ଭାବେ ଆଲୋକପାତ କରି ମାନ୍ୟବର ମନ୍ତ୍ରୀ ଏହାର ସୁଯୋଗ ନେବାପାଇଁ ଚାଷୀ ଭାଇ ଓ ଭଉଣୀମାନଙ୍କୁ ପରାମର୍ଶ ଦେଇଥିଲେ।
ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀଯୁକ୍ତ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଚଳିତ ଖରିଫ ଋତୁରେ କଟକ ଜିଲ୍ଲାରେ ଚାଷ କାର୍ଯ୍ୟ ଅନୁକୂଳ ହେବା ସହ ଚାଷ ଆରମ୍ଭରୁ ଫସଲ ବିକ୍ରି ପର୍ଯ୍ୟନ୍ତ ପ୍ରଶାସନିକ ବ୍ୟବସ୍ଥାରେ ସମସ୍ତ ସହଯୋଗ କରାଯିବ ଏବଂ ଆବଶ୍ୟକସ୍ଥଳେ ସମନ୍ନିତ କୃଷି କାର୍ଯ୍ୟକ୍ରମମାନ କରାଯାଇ ଚାଷୀମାନଙ୍କର ଉନ୍ନତି ଘଟାଯିବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ।
ଏହି ପରିପ୍ରେକ୍ଷୀରେ ସରକାରୀ ରିହାତିଯୁକ୍ତ ଗୋଟିଏ ଟ୍ରାକ୍ଟର ହିତାଧିକାରୀଙ୍କୁ ମାନ୍ୟବର ମନ୍ତ୍ରୀ ମହୋଦୟ ସ୍ଵହସ୍ତରେ ପ୍ରଦାନ କରିଥିଲେ ଓ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, କଟକ ଦ୍ଵାରା ପ୍ରଦର୍ଶିତ ହୋଇଥିବା ଷ୍ଟଲଗୁଡିକ ସମେତ ଭ୍ରାମ୍ୟମାଣ ମୂର୍ତ୍ତିକା ପରୀକ୍ଷାଗାର କରିଥିଲେ।
ଜିଲ୍ଲା ପରିଷଦ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ, ସବ କମିଟି (କୃଷି ଓ ଆନୁଷଙ୍ଗିକ ବିଭାଗ) ଶ୍ରୀ ଆଶିଷ କୁମାର ସାହୁ, ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ଭାବେ ଅଂଶଗ୍ରହଣ କରିଥିଲେ।
ଶ୍ରୀଯୁକ୍ତ ବିଶ୍ଵନାଥ ଦାସ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ କଟକ, ଏମ. ଜେ. ବେଗ, ନିର୍ଦ୍ଦେଶକ ଜାତୀୟ ଧାନ ଗବେଷଣା କେନ୍ଦ୍ର, ଶ୍ରୀଯୁକ୍ତ ରଞ୍ଜନ କୁମାର ମହାନ୍ତି, ମୁଖ୍ୟ କୃଷି ବିଜ୍ଞାନ କେନ୍ଦ୍ର, କଟକ, ଶ୍ରୀଯୁକ୍ତ ଚନ୍ଦ୍ରମୋହନ ଚାନ୍ଦ, କୃଷି ଜିଲ୍ଲା ଅଧିକାରୀ, ସାଲେପୁର, ଶ୍ରୀଯୁକ୍ତ ଶିବଶିଷ ମିଶ୍ର, କୃଷି ଜିଲ୍ଲା ଅଧିକାରୀ, ଆଠଗଡ଼, ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜେନା, ନିର୍ବାହୀ ଯନ୍ତ୍ରୀ (କୃଷି) କଟକ, ଶ୍ରୀଯୁକ୍ତ ସାନ୍ଦୁଲ ରାମାରଓ ଉପ ଉଦ୍ୟାନ-କୃଷି ନିର୍ଦ୍ଦେଶକ, କଟକ, ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ଜେନା, ପ୍ରକଳ୍ପ ନିର୍ଦ୍ଦେଶକ (ଜଳଛାୟା) କଟକ, ଶ୍ରୀଯୁକ୍ତ ଶରତ ଚନ୍ଦ୍ର ମଲ୍ଲିକ, ଏ. ଆର. ସି. ଏସ, କଟକ ଓ ଅନ୍ଯାନ୍ଯ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ସମେତ ପ୍ରାୟ ୨୦୦ ରୁ ଅଧିକ ଊର୍ଦ୍ଧ୍ଵ ଚାଷୀ ଭାଇ ଓ ଭଉଣୀମାନେ ଉପସ୍ଥିତ ଥିଲେ।
ଆଜିର ଏହି ଅକ୍ଷିମୁଠି ଅନୁକୂଳ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟ ଅତିଥି, ଜିଲ୍ଲାପାଳଙ୍କ ସମେତ ସମସ୍ତ ଚାଷୀ ଭାଇ ଓ ଭଉଣୀ ମାନେ ଉପସ୍ଥିତ ରହି ମାନ୍ୟବର ମୁଖ୍ୟମନ୍ତ୍ରୀ, ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କ ଦ୍ଵାରା ଆଭାସୀ ମାଧ୍ୟମରେ ସି. ଏମ, କିଷାନ ହିତାଧିକାରୀମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିବା କାର୍ଯ୍ଯକ୍ରମକୁ ଉପଭୋଗ କରିଥିଲେ।
କଟକ ଇପିଏ ରୁ ଲଳିତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )