November 13, 2025
Home » କଟକ ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ

କଟକ ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ

0
WhatsApp Image 2025-04-25 at 8.54.20 AM (1)

କଟକ : କଟକ ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତରାଜ ଦିବସ କଟକ ସଦର ବ୍ଲକ କାର୍ଯ୍ୟାଳୟ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । କଟକ ସଦର ବ୍ଲକ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଜାତୀୟ ପଞ୍ଚାୟତିରାଜ ଦିବସର ଜିଲ୍ଲାସ୍ତରୀୟ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମାନ୍ୟବର ମନ୍ତ୍ରୀ ଆଇନ,ପୂର୍ତ୍ତ ଓ ଅବକାରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ଯେ ଆଜି ସମଗ୍ର ଦେଶରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ କରାଯାଉଛି । ସମସ୍ତ ଗ୍ରାମାଞ୍ଚଳର ବିକାଶ ହେବାସହ ସେଠାରେ ରହୁଥିବା ପ୍ପ୍ରତ୍ୟେକ ମହିଳାଙ୍କୁ ସଶକ୍ତ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ବୋଲି କହିଛନ୍ତି । ଗାଁ କୁ ସ୍ୱାୟତ୍ତତା ପ୍ରଦାନ ଦିଗରେ ଏହି ଦିନର ମହତ୍ୱ ରହିଛି ।

ଗାଁ ର ବିକାଶ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ ଯେଉଁ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାହାକୁ ପୂରଣ କରିବା ପଥରେ ଆଗେଇ ଚାଲିଛନ୍ତି ବୋଲି ସମ୍ବୋଧନ କରି ସମଗ୍ର ଭାରତ ବର୍ଷ ଓ ଓଡିଶା ମାଟିର ବିକାଶ ଦିଗରେ ସମସ୍ତେ କାନ୍ଧରେ କାନ୍ଧ ମିଶାଇ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ। ନିଜର ଅଭିଭାଷଣରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସରକାରଙ୍କ ଉପଲବ୍ଧି ସମ୍ବନ୍ଧରେ ସୂଚନା ପ୍ରଦାନ କରି ଗାଁ ଗାଁ ରେ ପାନୀୟ ଜଳ ଯୋଗାଣ , ରାସ୍ତା ନିର୍ମାଣ, ଅନ୍ତୋଦୟ ଗୃହ ତଥା ସୁଭଦ୍ରା ଯୋଜନା ଜରିଆରେ କିପରି ବିକାଶ ହୋଇପାରୁଛି ସେ ସମ୍ବନ୍ଧରେ ମତବ୍ୟକ୍ତ କରିଥିଲେ । ପଞ୍ଚାୟତିରାଜ ବ୍ୟବସ୍ଥାରେ ସାଧାରଣ ଜନତା ଓ ଜନ ପ୍ରତିନିଧୀମାନେ ସମନ୍ଵୟ ରକ୍ଷା କରି କାର୍ଯ୍ୟ କରିବା ସହ ଗ୍ରାମାଞ୍ଚଳର ସମଗ୍ର ବିକାଶରେ ସାମିଲ ହେବାକୁ ସେ ଆହ୍ଵାନ ଦେଇଥିଲେ।


ଏହି ଦିବସ ପାଳନ ଅବସରରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଯୋଗଦେଇ କହିଲେ ଯେ ଗ୍ରାମାଞ୍ଚଳର ବିକାଶ ଦାୟିତ୍ୱ ନିମନ୍ତେ ରାଜ୍ୟ ସରକାର ଏବେ ସ୍ଥାନୀୟ ଗ୍ରାମର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି ଓ ଯୋଜନା ଅନୁଯାଇ ସେମାନେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଧିଷ୍ଟ ଅର୍ଥ ମଞ୍ଜୁର କରୁଛନ୍ତି ।
ଜିଲ୍ଲାସ୍ତରୀୟ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ତଥା ଜିଲ୍ଳା ମାଜିଷ୍ଟ୍ରେଟ୍, ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଜିଲ୍ଲାରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧିକ ସୁଦୃଢ କରାଯିବା ପାଇଁ ପ୍ରଶାସନିକ ସ୍ତରରେ ତତ୍ପରତାର ସହ ସମସ୍ତ କାର୍ଯ୍ୟ କରାଯିବ ବୋଲି କହିଥିଲେ ।


ପ୍ରଦୀପ ପ୍ରଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମ ବୈଠକର ପ୍ରାରମ୍ଭରେ କାଶ୍ମୀର ପହଲଗାମ ରେ ଆତଙ୍କବାଦୀଙ୍କ ଦ୍ଵାରା ମୃତ୍ୟୁବରଣ କରିଥିବା ପର୍ଯ୍ୟଟକଙ୍କ ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ମହାନଗର ନିଗମ ଓ କଟକ ସଦର ଅଞ୍ଚଳର ୨୫ ଜଣ ହିତାଧିକାରୀଙ୍କୁ ରାଶନ କାର୍ଡ ପ୍ରଦାନ କରାଯାଇଥିଲା। ଏଥିସହ ଗ୍ରାମ ପଞ୍ଚାୟତ ମାନଙ୍କରେ ଉଲ୍ଲେଖନୀୟ ସେବା ନିମନ୍ତେ ସରପଞ୍ଚ ଓ ବିଭିନ୍ନ ଅନୁଷ୍ଠାନ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା।
ଆୟୋଜିତ କାର୍ଯ୍ୟକ୍ରମର ପରିଶେଷରେ କଟକ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଶ୍ରୀ ପ୍ରଶାନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିବା ବେଳେ, ଜିଲ୍ଲା ପରିଷଦ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଶ୍ରୀ ଆଶିଷ କୁମାର ସାହୁ, ଉପଜିଲ୍ଲାପାଳ କଟକ ସଦର ଶ୍ରୀ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, କଟକ ସଦର ମଣ୍ଡଳ ଉନ୍ନୟନ ଅଧିକାରୀ, ଶ୍ରୀ ପ୍ରତୀକ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ବିଭିନ୍ନ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀମାନଙ୍କ ସମେତ ଏବଂ ବହୁ ସଂଖ୍ୟାରେ ସ୍ଵୟଂ ସହାୟକ ଗୋଷ୍ଠୀ ତଥା ପଞ୍ଚାୟତର ସଦସ୍ୟ ସଦସ୍ୟା ମାନେ ମଧ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *