July 4, 2025
Home » କଟକ ଜିଲ୍ଲା ପରାମର୍ଶାତ୍ମକ ସମିତି (DCC) ବୈଠକ ଅନୁଷ୍ଠିତ।

କଟକ ଜିଲ୍ଲା ପରାମର୍ଶାତ୍ମକ ସମିତି (DCC) ବୈଠକ ଅନୁଷ୍ଠିତ।

0
WhatsApp Image 2025-03-29 at 12.46.04 PM (1)

କଟକ,ଜିଲ୍ଲା ପରାମର୍ଶାତ୍ମକ ସମିତି (DCC) ବୈଠକ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉ ସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସରକାରୀ ପ୍ରଯୋଜନାମାନଙ୍କର କ୍ରିୟାନ୍ୱୟନ ଓ ପ୍ରାଥମିକତା ଖାତିର (Priority Sector Lending – PSL) ରେ ବ୍ୟାଙ୍କମାନଙ୍କର କାର୍ଯ୍ୟଦକ୍ଷତା ବିଷୟରେ ଆଲୋକପାତ କରି ଜିଲ୍ଲାପାଳ ଏହି ବୈଠକରେ ସମସ୍ତ ବ୍ୟାଙ୍କର କାର୍ଯ୍ୟଦକ୍ଷତା ସମୀକ୍ଷା କରିଥିଲେ ଓ ଅଧିକ ରୁଣ ବିତରଣ ଓ ଉତ୍ପାଦନାତ୍ମକ ଶ୍ରେଣୀରେ CD ଅନୁପାତ (Credit-Deposit Ratio) ବୃଦ୍ଧି କରିବାରେ ଗୁରୁତ୍ଵ ଦେଇଥିଲେ। ଲିଡ୍ ବ୍ୟାଙ୍କ ମ୍ୟାନେଜର ଶ୍ରୀ ରମଣି ରଞ୍ଜନ ମଲ୍ଲିକ ଯୋଗଦେଇ ପରାମର୍ଶାତ୍ମକ ସମିତି ବୈଠକ ସମ୍ବନ୍ଧରେ ସୂଚନା ପ୍ରଦାନ କରିବା ସହ ପ୍ରାଥମିକତା ଖାତିର ଲକ୍ଷ୍ୟର ୯୩% ସାଧନ କରାଯାଇଥିବା ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ।ଆଜିର ବୈଠକରେ ନିମ୍ନଲିଖିତ ସରକାରୀ ଯୋଜନାଗୁଡିକରେ ରୁଣ ବିତରଣ ବୃଦ୍ଧି କରିବା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା।

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା (MKUY)

ପ୍ରଧାନମନ୍ତ୍ରୀ ଫର୍ମାଲିଜେସନ ଅଫ୍ ମାଇକ୍ରୋ ଫୁଡ୍ ପ୍ରୋସେସିଂ ଏଣ୍ଟରପ୍ରାଇଜେସ (PMFME)

ପ୍ରଧାନମନ୍ତ୍ରୀ ରୋଜଗାର ସୃଷ୍ଟି ଯୋଜନା (PMEGP)

ବୈଠକରେ ନାବାର୍ଡ,ଉଦ୍ୟାନ, ପ୍ରାଣୀ ସମ୍ପଦ ଓ କୃଷି ବିଭାଗ ଆଦିର ପ୍ରତିନିଧିମାନେ ସେମାନଙ୍କର ପ୍ରାୟୋଜିତ ରୁଣ ଆବେଦନର ସ୍ଥିତି ଉପସ୍ଥାପନ କରିଥିଲେ ଏବଂ ବ୍ୟାଙ୍କ ସହିତ ଉତ୍ତମ ସମନ୍ୱୟ ଆବଶ୍ୟକ ବୋଲି କହିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ,ଶ୍ରୀ ପ୍ରଶାନ୍ତ କୁମାର ନାୟକ, ନାବାର୍ଡ ଜିଲ୍ଲା ଉନ୍ନୟନ ପ୍ରବନ୍ଧକ, ଶ୍ରୀମତୀ ପ୍ରକ୍ସିମା ପରିଡା, ଆର ବି ଆଇ,ସହକାରୀ ସାଧାରଣ ପରିଚାଳକ,ଶ୍ରୀ ରଶ୍ମି ରଞ୍ଜନ ସାହୁ, ୟୁକୋ ବ୍ୟାଙ୍କ ସହକାରୀ ସାଧାରଣ ପରିଚାଳକ,ଶ୍ରୀ ବିଭୂତି ଭୂଷଣ ବେହେରା, ଆର ଏସ ଇ ଟି ଆଇ (RSETI)ର ନିର୍ଦ୍ଦେଶକ,ଶ୍ରୀ ସୁକାନ୍ତ କୁମାର ଛଟୋଇ , ମୁଖ୍ୟ ନିର୍ବାହୀ ଅଧିକାରୀ,ବାଙ୍କି କୋ-ଅପରେଟିଭ ବ୍ୟାଙ୍କ ଶ୍ରୀ କରୁଣାକର ସାହୁ, ,ଜିଲ୍ଲା ଶିଳ୍ପକେନ୍ଦ୍ର ସାଧାରଣ ପରିଚାଳକ, ଶ୍ରୀ ତରୁଣ ମହାନ୍ତି ଙ୍କ ସମେତ ଓଡିଶା ଗ୍ରାମ୍ୟ ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ ଏବଂ ବିଭିନ୍ନ ବିଭାଗୀୟ ଓ ବ୍ୟାଙ୍କ ଅଧିକାରୀମାନେ ଯୋଗ ଦେଇ ସମସ୍ତ ବିଭାଗ ଓ ଆର୍ଥିକ ସଂସ୍ଥାମାନଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରଖି ଗୁରୁତ୍ୱପୂର୍ଣ୍ଣ ଖାତିରରେ ଋଣ ବିତରଣ ବୃଦ୍ଧି କରି ଜିଲ୍ଲାର ସମାବେଶମୂଳକ ଆର୍ଥିକ ବିକାଶକୁ ଉତ୍ସାହିତ କରିବା ଉପରେ ଆଲୋଚନା କରିଥିଲେ।

କଟକ ଇପିଏ ରୁ ଲଳିତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *