July 5, 2025
Home » କଟକ ରେ ଜନସେବା ଦିବସ ପାଳନ ଉପଲକ୍ଷେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ହିତାଧିକାରୀଙ୍କୁ ବର୍ଦ୍ଧିତ ଭତ୍ତା ବିତରଣ

କଟକ ରେ ଜନସେବା ଦିବସ ପାଳନ ଉପଲକ୍ଷେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ହିତାଧିକାରୀଙ୍କୁ ବର୍ଦ୍ଧିତ ଭତ୍ତା ବିତରଣ

0
WhatsApp Image 2025-01-16 at 2.56.58 PM

କଟକ: ଜନସେବା ଦିବସ ଉପଲକ୍ଷେ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ କାର୍ଯ୍ଯାଳୟ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସ୍ଥିତ ଜିଲ୍ଲା ସମ୍ମିଳନୀ କକ୍ଷରେ ଆୟୋଜିତ ଜିଲ୍ଲାସ୍ତରୀୟ ବର୍ଦ୍ଧିତ ଭତ୍ତା ରାଶି ବିତରଣ ସମାରୋହରେ ବର୍ଦ୍ଧିତ ଭତ୍ତା ଟ ୩୫୦୦ /- ଙ୍କା, ୮୦ ବର୍ଷରୁ ଉର୍ଦ୍ଧ୍ୱ ଏବଂ ୮୦ ପ୍ରତିଶତ ବା ତଦୁର୍ଦ୍ଧ ଭିନ୍ନକ୍ଷମ ହିତାଧିକାରୀଙ୍କୁ ବଣ୍ଟନ କରାଯାଇଛି। କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଏବଂ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଉପସ୍ଥିତରେ ବର୍ଦ୍ଧିତ ଭତ୍ତା ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ଏହି ଅବସରରେ ସଦର ବିଧାୟକ ଇଂ ଶ୍ରୀ ସେଠୀ କହିଲେ ଯେ ବିଭିନ୍ନ ସାମାଜିକ ସୁରକ୍ଷା ଭତ୍ତାକୁ ଟ ୩୫୦୦/- ଙ୍କା କୁ ବୃଦ୍ଧି କରିବା ରାଜ୍ୟ ସରକାରଙ୍କ ବୟସ୍କ ନାଗରିକ ତଥା ଦିବ୍ୟାଙ୍ଗ ବ୍ୟକ୍ତି ନାଗରିକ ମାନଙ୍କ ପ୍ରତି ଏକ ସମ୍ମାନଜନକ ପଦକ୍ଷେପ । କଟକ ଜିଲ୍ଲାରେ ଏହି ବର୍ଗରେ ଚିହ୍ନଟ ହୋଇଥିବା ୨୯୭୩୮ ଜଣ ନାଗରିକଙ୍କୁ ଏହି ସମ୍ମାନଜନକ ଭତ୍ତା ପ୍ରଦାନ କରାଯିବାକୁ ଥିବାବେଳେ, ଆଜିର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୋଟ ୧୫୦ ଜଣ ବୟସ୍କ ଓ ଭିନ୍ନକ୍ଷମ ବ୍ୟକ୍ତି ଏବଂ ହିତାଧିକାରୀଙ୍କୁ ବର୍ଦ୍ଧିତ ଭତ୍ତା ବଣ୍ଟା ଯାଇଥିଲା। ଜିଲ୍ଲାପାଳ ଶ୍ରୀ ଶିନ୍ଦେ ଏହି ଅବସରରେ କହିଲେ ଯେ ଜିଲ୍ଲାରେ ସମସ୍ତ ବ୍ଲକ ମାନଙ୍କରେ ଯୋଗ୍ୟ ହିତାଧିକାରୀମାନଙ୍କୁ ଚିହ୍ନଟ କରାଯିବା ସହ ଯଥା ସମୟ ମଧ୍ୟରେ ସେମାନଙ୍କୁ ଭତ୍ତା ପ୍ରଦାନ କରାଯିବାର କାର୍ଯ୍ୟକ୍ରମକୁ ତ୍ବରାନିତ କରାଯିବ, ଏଥିପାଇଁ ପ୍ରଶାସନିକ ସ୍ତରରେ ଆବଶ୍ୟକ ପଦକ୍ଷେପ ମଧ୍ୟ ଗ୍ରହଣ କରାଯିବ। ଏହାଦ୍ଵାରା ସେମାନଙ୍କର ଭବିଷ୍ୟତ ସୁରକ୍ଷିତ ରହିପାରିବ ବୋଲି ସେ ମତପ୍ରକାଶ କରିଥିଲେ। ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ମନୋଜ କୁମାର ରଥ କାର୍ଯ୍ୟକ୍ରମ ସଂଚାଳନ କରିଥିବା ବେଳେ କାର୍ଯ୍ଯାଳୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ସମସ୍ତ ସହଯୋଗ କରିଥିଲେ। ପ୍ରକାଶ ଥାଉ କି ମାନ୍ୟବର ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ଆଜି ଜନସେବା ଦିବସ ପାଳନ ଅବସରରେ ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ।

lalita das nka report

Leave a Reply

Your email address will not be published. Required fields are marked *