July 5, 2025
Home » କଟକ ସଦର ବିଧାୟକଙ୍କ ଅଧ୍ୟକ୍ଷତାରେ ସଦର ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ

କଟକ ସଦର ବିଧାୟକଙ୍କ ଅଧ୍ୟକ୍ଷତାରେ ସଦର ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ

0
WhatsApp Image 2025-05-07 at 12.23.25 PM

ଆଜି କଟକ ସଦର ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟିର ୨ୟ ବୈଠକ କଟକ ସଦର ବିଧାୟକ ତଥା କଟକ ସଦର ନିର୍ବାଚମଣ୍ଡଳୀ ଉନ୍ନୟନ କମିଟି ଅଧ୍ୟକ୍ଷ ଇଂ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି l ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସଦର ବ୍ଲକର ସମସ୍ତ ପଞ୍ଚାୟତ ଏବଂ ନିଶ୍ଚିନ୍ତକୋଇଲି ବ୍ଲକର ୧୪ଟି ପଞ୍ଚାୟତ ତଥା କଟକ ମହାନଗର ନିଗମ ଅଧିନସ୍ତ ସଦର ଅଞ୍ଚଳର ୬ଟି ୱାର୍ଡ ମାନଙ୍କରେ ବିଭିନ୍ନ ଉନ୍ନୟନମୂକ କାର୍ଯ୍ଯର ସମୀକ୍ଷା ପୂର୍ବକ ବିଭିନ୍ନ ବିଭାଗଦ୍ଵାରା ନିର୍ଦ୍ଧାରିତ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇ ପଦକ୍ଷେପ ଗ୍ରହଣ କରିଥିବା ସମ୍ପର୍କରେ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଯନ୍ତ୍ରୀ ମାନଙ୍କୁ ରିପୋର୍ଟ ଆବଶ୍ୟକ କରିବାପରେ ଉପସ୍ଥିତଥିବା ସମ୍ପୃକ୍ତ ଅଧିକାରୀ ଓ ଯନ୍ତ୍ରୀ ମାନେ କଟକ ସଦର ନିର୍ବାଚନ ମଣ୍ଡଳୀ ରେ କାର୍ଯକାରୀ ହେଉଥିବା ଉନ୍ନୟନ କାର୍ଯ୍ୟ ର ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ l ମୁଖ୍ୟତଃ, ନୂତନ ରାସ୍ତା ନିର୍ମାଣ ପ୍ରକଳ୍ପର ଅଗ୍ରଗତି, କୃଷି କାର୍ଯ୍ୟ ନିମନ୍ତେ ଚିହ୍ନଟ ହୋଇଥିବା ଉଠା ଜଳସେଚନ, ନୂତନ ଗ୍ରାମ୍ୟ ସଡ଼କ ନିର୍ମାଣ ଓ ଆବଶ୍ୟକସ୍ଥଳେ କୋଲଭର୍ଟ ନିର୍ମାଣ ତଥା ମହାନଗର ନିଗମ ପକ୍ଷରୁ ପ୍ରସ୍ତାବିତ ନୂତନ ପାର୍କ ନିର୍ମାଣ, ଡ୍ରେନେଜ ଓ ଜାତୀୟ ରାଜପଥ କଡ଼ରେ ଅସ୍ଥାୟୀ ଶୌଚାଳୟ ନିର୍ମାଣ କରାଯିବା ଉପରେ ଗୁରୁତ୍ବ ଏହି ବୈଠକରେ ଆଲୋଚନା ପୂର୍ବକ ବିଧାୟକ ଶ୍ରୀ ସେଠୀ ସମୀକ୍ଷା କରିଥିଲେ।
ଏଥି ସହ କୃଷି, ଉଦ୍ୟାନ କୃଷି, ଶିକ୍ଷା, ସ୍ବାସ୍ଥ୍ୟ ଏବଂ ମିଶନ ଶକ୍ତି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯିବା ସହ ନେମାଳ ମଠ ଉନ୍ନତିକରଣ କାର୍ଯ୍ୟ ତ୍ଵରାନିତ କରିବା ବିଶେଷ କରି ଜ୍ୟେଷ୍ଠ ପୂର୍ଣ୍ଣିମା ପୂର୍ବରୁ ଆବଶ୍ୟକ ହେଉଥିବା ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ତଥା ସୁକପାଇକା ଡ୍ରେନେଜ କାର୍ଯ୍ଯର ଅଗ୍ରଗତି ବିଷୟରେ ବୈଠକରେ ଆଲେଚନା ହୋଇଥିଲା। ପୂର୍ବ ବୈଠକରେ ନିଆଯାଇଥିବା ନିଷ୍ପତି ଅନୁଯାୟୀ ପ୍ରସ୍ତାବିତ ପ୍ରକଳ୍ପର ସମୟସୀମା ପୂର୍ବକ ସମସ୍ତ କାର୍ଯ୍ୟ ଶେଷ କରିବା
ଏବଂ ଯେଉଁ କାର୍ଯ୍ଯ ଗୁଡ଼ିକ ଆରମ୍ଭ ହୋଇନାହିଁ ସେଗୁଡିକୁ ତୁରନ୍ତ ଆରମ୍ଭ କରି ଶେଷ କରିବା ପାଇଁ ସମୀକ୍ଷା ପୂର୍ବକ ବୈଠକରେ ବିଧାୟକ ନିର୍ଦ୍ଦେଶ ଦେଇଥିଲେ ଏବଂ ସମସ୍ତ କାର୍ଯ୍ୟର ସମ୍ପୂର୍ଣ୍ଣ ତଥ୍ୟ ଦେବlକୁ ମଧ୍ୟ କହିଥିଲେ।
ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବ ଟୋପୋ
ଏହି ବୈଠକର ସଂଯୋଜନା କରି ପଞ୍ଚାୟତ ସ୍ତରରେ ବିଭିନ୍ନ ଉନ୍ନୟମୂଳକ କାର୍ଯ୍ୟର ଅଗ୍ରଗତି ସହ ସମୟସୀମା ମଧ୍ୟରେ ଶେଷ ହେବା ନେଇ ସମ୍ପୂର୍ଣ ତଥ୍ୟ ବିଧାୟକ ପାଣ୍ଠି ଦ୍ଵାରା ଖର୍ଚ୍ଚ କରାଯାଉଥିବା କାର୍ଯ୍ୟ ଗୁଡ଼ିକର ତଥ୍ୟ ଆଦି ସଂମ୍ପର୍କରେ ସମୟ ସମୟରେ ରିପୋର୍ଟ ତିଆରି କରି ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଅଧିକାରୀ ଓ ଯନ୍ତ୍ରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଏହି ଅବସରରେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ଯ ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ନାୟକ,ଉପ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ,ମୁଖ୍ୟ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଶାନ୍ତ କୁମାର ହୋତା, ଯୋଜନା ଓ ସମନ୍ବୟ ବିଭାଗ,କଟକ ଉପ ନିର୍ଦ୍ଦେଶକ ଶ୍ରୀ ବିଶ୍ବରଂଜନ ଦାଶ,ସହ ନିର୍ଦ୍ଦେଶକ ରାମ ଚନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟପଦାଧିକାରୀ, ମହାନଗର ନିଗମର ଅଧିକାରୀ ଓ ଯନ୍ତ୍ରୀ ନିର୍ବାହୀ ଯନ୍ତ୍ରୀଙ୍କ ସମେତ ସଦର ଓ ନିଶ୍ଚିନ୍ତ କୋଇଲି ଅଞ୍ଚଳର ବିଡ଼ିଓ, ତହସିଲଦାର, ସହକାରୀ ଯନ୍ତ୍ରୀ ପ୍ରମୂଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *