July 4, 2025
Home » କଟରା ପଂଚାୟତ ରେ କିଆରୀ ରେ ଧାନ ଗଜା, ଚଷୀ ହତାଶ,

କଟରା ପଂଚାୟତ ରେ କିଆରୀ ରେ ଧାନ ଗଜା, ଚଷୀ ହତାଶ,

0
WhatsApp Image 2024-12-27 at 10.14.15 AM

ତିର୍ତୋଲ: ଲଘୁଚାପ ବର୍ଷା ରେ ଉଜୁଡି ଯାଇଛି ଧାନ ଫସଲ, ମୁଣ୍ଡରେ ହାତ ଦେଇ ବସିଛି ଚାଷୀ ଏଭଳି ଗୁରୁତର ଖବର ଆସିଛି ତିର୍ତୋଲ ବ୍ଲକ କଟରା ପଂଚାୟତ ରୁ, ଏକର ଏକର ହେକ୍ଟର ଚାଷ ଜମିରେ ପାଣି ଧାନ କ୍ଷେତକୁ ବୁଡ଼ାଇ ରଖିଛି ଜଳ ନିଷ୍କାସନ ହୋଇ ପାରୁ ନଥିବାରୁ ଧାନ ଗଜାହେବାରେ ଲାଗିଛି, ବର୍ଷା ଛାଡି ଯାଇଥିଲେ ବି କ୍ଷେତରୁ ପାଣି ଖସୁନି, ଜଗତସିଂହପୁର ଡ୍ରେନଜ ଡିଭିଜନ କାଗଜ କଲମରେ କାମ କରୁଥିବାରୁ
ଉପଯୁକ୍ତ ଜଳ ନିଷ୍କାସନ ହେଇପାରୁନି ଫଳରେ ଲଘୁଚାପ ବର୍ଷା ପାଣି ଦାଉ ସାଧୀଚି ଚାଷୀଙ୍କ ପାଇଁ, ସରକାର ଚାଷୀଙ୍କୁ ଖେତିପୂରଣ ନଦେଲେ ଅନେକ ଚାଷୀ ଆତ୍ମହତ୍ୟା କରିବେ ବୋଲି ବେଗୁନିଆ କଟରା ଚାଷୀ ରବିନ୍ଦ୍ର ରାଉତ, କରୁଣା କର ସ୍ୱାଇଁ,ଭାଗବତ ସ୍ୱାଇଁ, କାଳନ୍ଦୀ ରାଉତ,ଯୁଗଳ ବାରିକି, ବୈରାଗି ରାଉତ ପ୍ରମୁଖ ବହୁ ଚାଷୀ ଅଭିଯୋଗ ଆଣିଛନ୍ତି l

ତିର୍ତୋଲ ଈପିଏ ରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *