August 1, 2025
Home » କଟାପାଲି ପଂଚାୟତ ରେ ସାମାଜିକ ସମୀକ୍ଷା ଅନୁଷ୍ଠିତ

କଟାପାଲି ପଂଚାୟତ ରେ ସାମାଜିକ ସମୀକ୍ଷା ଅନୁଷ୍ଠିତ

0
WhatsApp Image 2025-07-31 at 1.56.30 PM

ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ କଟାପାଲି ପଂଚାୟତ ରେ ଆଜି ଚତୁର୍ଥ ପର୍ଯ୍ୟାୟ ରେ ଓଡିଶା ରାଜ୍ୟ ସାମାଜିକ ସମୀକ୍ଷା, ଉତ୍ତରଦାୟୀତ୍ୱ ଓ ସ୍ୱଛତା ସମିତି ତଥା ଜ଼ିଲ୍ଲା ପରିଷଦ ସୁବର୍ଣ୍ଣପୁର ତରଫରୁ ସାମାଜିକ ସମୀକ୍ଷା ଆରମ୍ଭ ହୋଇଛି lଏହି କ୍ରମ ରେ ଆଜି ଜିଲ୍ଲା ସାମାଜିକ ସମୀକ୍ଷକ ହୃଷିକେଶ ମହାକୁର ବିଗତ ଏକ ବର୍ଷ ମଧ୍ୟରେ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିବା ରାସନ ସାମଗ୍ରୀ ର ରେଜିଷ୍ଟର, ବଣ୍ଟନ ଖାତା,କେସ ବହି, ବିଲ ଭାଉଚର ଏବଂ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ହୋଇଥିବା ପ୍ରକଳ୍ପ ଗୁଡିକର ନଥିପତ୍ର ଯାଞ୍ଚ କରାଯାଇଥିଲା l କାର୍ଯ୍ୟକ୍ରମ କୁ ବ୍ଲକ ସାମାଜିକ ସମୀକ୍ଷକ ଗୋପ କୃଷ୍ଣ ରାଉତ, ସୋନପୁର ବ୍ଲକ ସାମାଜିକ ସମୀକ୍ଷକ ସୁଦାମ ଗାଈଗରିଆ,ଯୋଗାଣ ସହାୟକ ଜନ୍ମେଜୟ ଦେହେରୀ, କାର୍ଯ୍ୟନିର୍ବାହୀ ଅଧିକାରୀ ରମେଶ ସୁନା,ଏ ଡି ଇ ଇ ବ୍ରଜ ଗୋପାଳ ମିଶ୍ର , ଭି ଆର ପି ସୀମା ଗୁରୁ ,ସୁବିଧା ନାୟକ ଉପସ୍ଥିତ ଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *