କଣ୍ଟାମାଳକୁ ଉପଖଣ୍ଡ,ଏନଏସି ଓ ସବଜେଲ ଦାବି ରେ ଆଜି ବାର ଘଣ୍ଟିଆ କଣ୍ଟାମାଳ ବନ୍ଦ ସମ୍ପୂର୍ଣ୍ଣ ସଫଳ
ସୁବର୍ଣ୍ଣପୁର : ବୌଦ୍ଧ ଜିଲ୍ଲା କଣ୍ଟାମାଳ କୁ ସବଡ଼ିଭିଜନ,ଏନଏସି ଓ ଏକ ସବଜେଲ ପ୍ରତିଷ୍ଠା ଦାବିରେ କଣ୍ଟାମାଳ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଦିଆଯାଇଥିବା ୧୨ଘଣ୍ଟିଆ କଣ୍ଟାମାଳ ବନ୍ଦ ଡାକରା କ୍ରମେ ଆଜି ସକାଳ ୬ଘଣ୍ଟା ଠାରୁ କଣ୍ଟାମାଳ ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ସଫଳ ହୋଇଛି l ସକାଳୁ ସଚେତନ ନାଗରିକ ମଞ୍ଚ ସଭାପତି ଦୂତିଆ ଚରଣ ସାହୁଙ୍କ ନେତୃତ୍ୱରେ ସଚେତନ ନାଗରିକ ମଞ୍ଚ ସଦସ୍ୟ,ବିଭିନ୍ନ ଅନୁଷ୍ଠାନ ର ସଦସ୍ୟ, ବଣିକ ସଂଘ ଓ ସ୍ଥାନୀୟ ଜନସାଧାରଣ ପିକେଟିଙ୍ଗ କରି କଣ୍ଟାମାଳ ଅଂଚଳର ସମସ୍ତ ଦୋକାନ, ବଜାର, ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଯାନବାହାନ ଚଳାଚଳ କୁ ବନ୍ଦ କରିଥିଲେ l ଯାନବାହାନ ଚଳାଚଳ ବନ୍ଦ ଯୋଗୁଁ ବହୁ ଗାଡି ମୋଟର ଦୀର୍ଘ ସମୟ ଉଭୟ ପାର୍ଶ୍ୱରେ ଅଟକି ରହିଥିଲା l ଫଳରେ ଜନଜୀବନ ପ୍ରଭାବିତ ହେବା ସହ ଜୀବନଯାତ୍ରା ସମ୍ପୂର୍ଣ୍ଣ ଠପ ହୋଇଛି l ଏହି ଅବସରରେ ଏକ ସଚେତନତା ବାଇକ ରାଲି କଣ୍ଟାମାଳ ରୁ ବାହାରି ମଲ୍ଲିକୁଦ ପର୍ଯ୍ୟନ୍ତ ପରିକ୍ରମା କରିଥିଲା l ଏହି ବନ୍ଦ ପାଳନ ବେଳେ ସମସ୍ତ ଦୋକାନ ବଜାର, ସ୍କୁଲ, କଲେଜ, ବ୍ୟାଙ୍କ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ତିନି ଓ ଚାରି ଚକିଆ ଯାନବାହାନ ଚଳାଚଳ, ପେଟ୍ରୋଲପମ୍ପ ଆଦି ସମ୍ପୂର୍ଣ୍ଣ ବନ୍ଦ ଥିବା ଦେଖିବାକୁ ମିଳିଛି l ଏପରିକି ସାପ୍ତାହିକ ହାଟ ମଧ୍ୟ ବନ୍ଦ ରହିଥିଲା l ତେବେ ଅତ୍ୟାବଶ୍ୟକ ଜରୁରୀ ସେଵା ଭାବେ ଡାକ୍ତରଖାନା, ଔଷଧ ଦୋକାନ, ରୋଗୀ ସେଵା, କ୍ଷୀର ଓ ପରୀକ୍ଷା କେନ୍ଦ୍ର ଥିବା ସ୍କୁଲ ଆଦି ଖୋଲା ରହିଛି l ବନ୍ଦ ପାଳନରେ କଣ୍ଟାମାଳ ସଚେତନ ନାଗରିକ ମଞ୍ଚ ସହ ଓକିଲ ସଂଘ,ବଣିକ ସଂଘ, ବରିଷ୍ଠ ନାଗରିକ ସଂଘ, ଅବସରପ୍ରାପ୍ତ କର୍ମଚାରୀ ସଂଘ, ସାମ୍ବାଦିକ ସଂଘ ସମେତ ଅଂଚଳର ସଚେତନ ନାଗରିକ,ବିଭିନ୍ନ ସଂଗଠନ ର ସଦସ୍ୟ ଏବଂ ଦଳମତ ନିର୍ବିଶେଷରେ କଣ୍ଟାମାଳ ର ସମସ୍ତ ରାଜନୈତିକ ଦଳର ବ୍ୟକ୍ତିବିଶେଷ ଯୋଗଦେଇଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
