କଣ୍ଟାମାଳରେ ୨୦୧୮ ବ୍ୟାଚ୍ ଶିକ୍ଷକଙ୍କ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ
ସୁବର୍ଣ୍ଣପୁର: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଶଗଡ଼ା ସ୍ଥିତ ଖଣ୍ଡି କନପା ପରିସରରେ ୨୦୧୮ ମସିହାରେ ନିଯୁକ୍ତି ପାଇଥିବା ପ୍ରାଥମିକ ଶିକ୍ଷକ ମାନଙ୍କର ଏକ ଭବ୍ୟ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ବର୍ଷର ବ୍ୟବଧାନ ପରେ ସମସ୍ତ ସହକର୍ମୀ ଏକତ୍ରିତ ହୋଇ ପୁରୁଣା ସ୍ମୃତିକୁ ରୋମନ୍ଥନ କରିବା ସହ ଶିକ୍ଷା ଓ ଶିକ୍ଷକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୨୫ ରୁ ଉର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ଉପସ୍ଥିତ ସଦସ୍ୟମାନେ ପ୍ରଥମେ ସେଠାରେ ଥିବା ଶିବ ମନ୍ଦିର ରେ ପୂଜା ଅର୍ଚ୍ଚନା କରି ଥିଲେ ତାପରେ ଏକ ସଭା ର ଆୟୋଜନ ହୋଇ ଥିଲା l ଶିକ୍ଷକ ନିଜ ନିଜର ଚାକିରି କାଳର ଅନୁଭୂତି ବାଣ୍ଟିବା ସହ ଶିକ୍ଷକମାନଙ୍କ ଦ୍ୱାରା ନୃତ୍ୟ ଗୀତ ର ଆୟୋଜନ କରାଯାଇଥିଲା। ୨୦୧୮ ମସିହାରୁ ଆଜି ପର୍ଯ୍ୟନ୍ତ ଯାତ୍ରାକୁ ନେଇ ସ୍ମୃତି ଚାରଣ କରାଯାଇଥିଲା। ଶେଷରେ ସମସ୍ତେ ମିଶି ଏକାଠି ଭୋଜନ କରିଥିଲେ । ଏହି ଅବସରରେ ଶିକ୍ଷକ ସଂଘର ସଭାପତି ପ୍ରଣବ କୁମାର ବାଘ, ସମ୍ପାଦକ ଶିବନାଥ ପଣ୍ଡା, ସହ ସମ୍ପାଦିକା ଭାଗ୍ୟଶ୍ରୀ ବିଶ୍ୱାଳ, କୋଷାଧ୍ୟକ୍ଷ, ଦେବପ୍ରସାଦ ସାହୁ, ରାଜୀବ ସାହୁ, ଶାନ୍ତନୁ କଁହର, ସୁଷମା ମାଝୀ,ଝିନା ମେହେର, ଦୁଷ୍ମନ୍ତ ସାହୁ ତଥା ସମସ୍ତ କର୍ମକର୍ତ୍ତା ଏହି ଉତ୍ସବ କୁ ସଫଳ କରିବାରେ ସହଯୋଗ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ ସହ ଆଗାମୀ ଦିନରେ ଏହିଭଳି ଏକତା ବଜାୟ ରଖିବାକୁ ସମସ୍ତେ ଶପଥ ନେଇଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
