କଣ୍ଟାମାଳ ବିଧାୟକ କହେଁଇ ଚରଣ ଡାଙ୍ଗଙ୍କୁ ନିମନ୍ତ୍ରଣ କଲେ ମାହେଶ୍ୱରୀ ସଂସ୍କୃତି ପରିଷଦର କର୍ମକର୍ତ୍ତା l
ବୌଦ୍ଧ ଜିଲ୍ଲା ଦହ୍ୟl ପଂଚାୟତ ମହେଶ୍ୱରପିଣ୍ଡା ସ୍ଥିତ କଣ୍ଟାମାଳ ବିଧାୟକ କହେଁଇ ଚରଣ ଡାଙ୍ଗଙ୍କ ବାସଭବନରେ ମାହେଶ୍ୱରୀ ସଂସ୍କୃତି ପରିଷଦ କର୍ମକର୍ତ୍ତା ପହଂଚି ଆସନ୍ତା ଡିସେମ୍ବର 20ତାରିଖ ରେ ପୁରୀ ରେ ହେବାକୁ ଥିବା ଜାତୀୟ ଡ଼ୁମାଳ ଦିବସ ରେ ଅତିଥି ଭାବେ ନିମନ୍ତ୍ରଣ କରିଥିଲେ l ଏହି ଅବସରରେ ବିଧାୟକଙ୍କ ଉପସ୍ଥିତିରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ଆଲୋଚନାରେ ପୂର୍ବତନ ରାଜ୍ୟ ସଭାପତି ଦେବାର୍ଚ୍ଚନ ଚାଉଲିଆ, ପୂର୍ବତନ ରାଜ୍ୟ ଉପସଭାପତି ମୁରଲୀଧର ପାତ୍ର ଓ ପାଣ୍ଡବ କର୍ଣ୍ଣ, ପୂର୍ବତନ ରାଜ୍ୟ ସମ୍ପାଦକ କୃତ୍ତିବାସ ପଲିଆ, ମାହେଶ୍ୱରୀ ସଂସ୍କୃତି ପରିଷଦ ଅଧ୍ୟକ୍ଷ ହରିଶଙ୍କର ବେହେରା, ସମ୍ପାଦକ ହୀରା ମହାକୁର, ଉପଦେଷ୍ଟା ଜୟମଙ୍ଗଳ ବିଶି, ସଦସ୍ୟ ଦେଶବନ୍ଧୁ ମହାକୁଳ, ସୁଶାନ୍ତ ବାଘ,ଅରବିନ୍ଦ ଗିରି ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ l ଆସନ୍ତା ଡିସେମ୍ବର 20ତାରିଖରେ ପୁରୀରେ ହେବାକୁ ଥିବା ଜାତୀୟ ଡ଼ୁମାଳ ଦିବସରେ ଏକ ସ୍ମରଣିକା ଉନ୍ମୋଚନ, ବିରଳ ବ୍ୟକ୍ତିତ୍ୱ ମାନଙ୍କୁ ସମ୍ବର୍ଦ୍ଧିତ, ପୁରୀରେ ଡ଼ୁମାଳ ସଂସ୍କୃତି ଭବନ ନିର୍ମାଣ ନିମନ୍ତେ ସରକାରୀ ଜାଗା ଓ ଆର୍ଥିକ ଅନୁଦାନ ଯୋଗାଇ ଦେବାକୁ ସରକାରଙ୍କ ପାଖରେ ଦାବି ଉପସ୍ଥାପନା କରିବା ନିମନ୍ତେ ଆଲୋଚନା କରାଯାଇଥିଲା l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
