July 4, 2025
Home » କଣ୍ଟାମାଳ ବ୍ଲକ ଛାତ୍ରଛାତ୍ରୀ ଙ୍କ ବିଭିନ୍ନ ସ୍ଥାନ ପରିଦର୍ଶନ, ପରିଭ୍ରମଣ ବି ଜୀବନକୁ ମାର୍ଗଦର୍ଶନ କରେ l

କଣ୍ଟାମାଳ ବ୍ଲକ ଛାତ୍ରଛାତ୍ରୀ ଙ୍କ ବିଭିନ୍ନ ସ୍ଥାନ ପରିଦର୍ଶନ, ପରିଭ୍ରମଣ ବି ଜୀବନକୁ ମାର୍ଗଦର୍ଶନ କରେ l

0
WhatsApp Image 2025-03-29 at 11.11.48 AM

ସୁବର୍ଣ୍ଣପୁର —-ବୌଦ୍ଧ ଜିଲ୍ଲା ସମଗ୍ର ଶିକ୍ଷା ଅନ୍ତର୍ଗତ କଣ୍ଟାମାଳ ବ୍ଲକ ରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ତରଫରୁ ଏଲିମେଣ୍ଟାରୀ ସ୍କୁଲର ୬୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ ଶିକ୍ଷକ,ଶିକ୍ଷୟିତ୍ରୀ,କଣ୍ଟାମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋଭ ରଂଜନ ମାଳିଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସମ୍ବଲପୁର ଜିଲ୍ଲାର ପ୍ରମୁଖ ସ୍ଥାନ ସହିତ ବୁର୍ଲା ସ୍ଥିତ ଏପିଜେ ଅବଦୁଲ କଲାମ ପ୍ଲାନେଟରୀୟମ,ମେଡିକାଲ କଲେଜ,ସାଇନ୍ସ ପାର୍କ,ହୀରାକୁଦ ଡ୍ୟାମ, ଗାନ୍ଧୀମିନାର, ସମ୍ବଲପୁର ବିଶ୍ୱବିଦ୍ୟାଳୟ,ସମଲେଶ୍ବରୀ ମନ୍ଦିର ପ୍ରମୁଖ ସ୍ଥାନ ଗୁରୁବାର ପରିଦର୍ଶନ କରି ଫେରିଛନ୍ତି ।ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ସେକ୍ସନ ଅଧିକାରୀ ଶଙ୍କର୍ଷଣ ମହାନନ୍ଦ,
ଏବିଇଓ ଦୁର୍ଗାଚରଣ ପ୍ରଧାନ, ଲକ୍ଷ୍ମୀ ମଳିକ , ସିଆରସିସି ମନରଞ୍ଜନ ନାଏକ,ଶଶାଙ୍କ ପୋଢ଼,ରୂପାସିଂ ଖେତୀ, ରଞ୍ଜିତ ରଣା,ନୈରାଶ୍ୟ ସୁନା,ପ୍ରଜିନା ପାଢ଼ୀ,ରାଜେଶ ନାଏକ,ସୁଶାନ୍ତ କୁଁହର ପ୍ରମୁଖ ରହିଥିବା ବେଳେ ଗାଇଡ଼ ଶିକ୍ଷକ ଭାବେ ଅନିତା ମେହେର,ଭଲଭଦ୍ର ବିଶ୍ୱାଳ,ପବିତ୍ର ସାହୁ,ଶୁଶୀଳ ପ୍ରଧାନ, ରୁବି ବେହେରା, ,ଶ୍ରୀଧର ନାଏକ,ନରେଶ ଚନ୍ଦ୍ର କର୍ମୀ ,ସୁଦାମ ମିଶ୍ର, ଭାଗିରଥି କର୍ମୀ,ଯୋଗଦେଇ ଛାତ୍ରଛାତ୍ରୀ ଙ୍କୁ ମାର୍ଗଦର୍ଶନ କରିଥିଲେ । କାର୍ଯ୍ୟକ୍ରମ କୁ ସଫଳ କରିବାରେ ବିଶେଷ ଭାବରେ ସଂଜୀବ ବସ୍ତିଆ,ସୁଦାମ ମିଶ୍ର, ଧର୍ମେନ୍ଦ୍ର ରଣା,କୈଳାସ ଛତରିଆ, ସୁର୍ଯ୍ୟ ପଟ୍ଟନାୟକ,ପୂର୍ଣ୍ଣ ସେନାପତି ପ୍ରମୁଖ ସହଯୋଗ କରିଥିଲେ ।ସମସ୍ତ ଛାତ୍ରଛାତ୍ରୀ ଉପଭୋଗ କରି ଆନନ୍ଦ ନେଇଥିବାରୁ କାର୍ଯ୍ୟକ୍ରମ ସମାପ୍ତି ପରେ ଶିକ୍ଷକ ରଂଜୁ ଅମାତ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *