July 29, 2025
Home » କଥା ଦେଇ କଥା ରଖିଲେ ସରପଞ୍ଚ ପିଇବା ପାଣି ଟେଙ୍କର ଧରି ପହଁଚିଲେ ଜଳକ୍ଲିଷ୍ଟ ଗାଁ ରେ

କଥା ଦେଇ କଥା ରଖିଲେ ସରପଞ୍ଚ ପିଇବା ପାଣି ଟେଙ୍କର ଧରି ପହଁଚିଲେ ଜଳକ୍ଲିଷ୍ଟ ଗାଁ ରେ

0
WhatsApp Image 2025-05-23 at 6.29.58 PM

ସୁବର୍ଣ୍ଣପୁର: କଥା ଦେଇ କଥା ରଖିଲେ ଉଫୁଲା ସରପଞ୍ଚ ଶ୍ରୀୟା କର୍ମୀ l ପିଇବା ପାଣି ଟେଙ୍କର ଧାରି ପହଁଚିଲେ ଜଳକ୍ଲିଷ୍ଟ ଟାଙ୍ଗର ସାହି ପଥର ଟାଙ୍ଗର ବସ୍ତି ଓ ଗୌଡ଼କେଲା ଗାଁ ରେ l

ସୂଚନା ଯୋଗ୍ୟ ଯେ ପିଇବା ପାଣି ସମସ୍ୟା ନେଇ ପଥର ଟାଙ୍ଗର ବାସୀ ଓ ଗୌଡ଼କେଲା ବାସୀ ଆଗରୁ ତାଙ୍କ ଜଳକ୍ଲିଷ୍ଟ ସମସ୍ୟା ନେଇ ପ୍ରଶାସନ କୁ ଜଣାଇଥିଲେ l ମାତ୍ର ଉଭୟ ଗ୍ରାମ ବାସୀ ଙ୍କ ପାଇପ ଜଳଯୋଗାଣ ଜରୁରୀ ଥିବା ଓ ବିଡ଼ିଓ ବୀରମହାରାଜପୁର ବ୍ଳକ ଙ୍କ ପରାମର୍ଶ କୂ ଦୃଷ୍ଟି ରଖି ଜଳକ୍ଲିଷ୍ଟ ଗୋଷ୍ଠୀ ତଥା ଗ୍ରାମବାସୀ ଙ୍କ ସହ ଉଫୁଲା ସରପଞ୍ଚ ଶ୍ରୀୟା କର୍ମୀ ଙ୍କ ଦ୍ବିପାକ୍ଷିକ ଆଲୋଚନା ଓ ଆଲୋଚନା ମୁତାବକ ସ୍ଥାୟୀ ପାଇପ ଜଳ ଯୋଗlଣ ବ୍ୟବସ୍ଥା ହେବା ପର୍ଯ୍ୟନ୍ତ ବିକଳ୍ପ ବ୍ୟବସ୍ଥା ସ୍ୱରୂପ ଟେଙ୍କର ଯୋଗେ ପିଇବା ଜଳ ଯୋଗାଣ କରିବାକୁ ଦାବୀ ଓ ଆପତ୍ତି କରିଥିଲେ l ଗ୍ରାମବାସୀ ଙ୍କ ଦାବୀ ସମ୍ପର୍କିତ ବିଶେଷ ଆଲୋଚନା ଆସନ୍ତା କାଲି 24 ତାରିଖ ସକାଳ 9 ଟା ରେ ସରପଞ୍ଚ ଏକ ସ୍ୱତନ୍ତ୍ର ବୈଠକ ଡାକି ଥିବା ବେଳେ ଆଜି ସରପଞ୍ଚ ବୈଠକ ନିଷ୍ପତ୍ତି ଓ ପ୍ରତିଶ୍ରୁତି ଅନୁସାରେ ବିଧାୟକ ଇଂ. ରଘୁନାଥ ଜଗଦଳା ଙ୍କ ବିଧାୟକ ଉନ୍ନୟନ ପାଣ୍ଠି ରୁ ପ୍ରାପ୍ତ ନୂତନ ଟେଙ୍କର ରେ ପିଇବା ପାଣି ନେଇ ପି ଇ ଓ ମିତାଞ୍ଜଳି ରଥ ଙ୍କ ସହ ପହଂଚି ଥିଲେ l ଗ୍ରାମବାସୀ, ସରପଞ୍ଚ, ପି ଇ ଓ ଓ ଅନ୍ୟ ପଂଚାୟତ ସରକାରୀ ଓ ବେସରକାରୀ ସଭ୍ୟ ଙ୍କୁ ସମ୍ବର୍ଦ୍ଧିତ କରି ଭବ୍ୟ ସ୍ୱାଗତ କରିଥିଲେ l ଯୋଗାଣ ସହାୟକ ଦେବେନ୍ଦ୍ର ପଣ୍ଡା, ମଧୁ ସୁଦନ ଚାନ୍ଦ, ୱାର୍ଡ ମେମ୍ବର ସୁଶାନ୍ତ ଜଗଦଳା, ମାରୁତି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଅନ୍ୟମାନେ ସହଯୋଗ କରିଥିଲେ l

ରିପୋର୍ଟ — ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *