December 21, 2025
Home » କନ୍ଧମାଳ ଜିଲ୍ଲାରେ ପାଣି ପଞ୍ଚାୟତ ରଥ ଉଦଘାଟନ

କନ୍ଧମାଳ ଜିଲ୍ଲାରେ ପାଣି ପଞ୍ଚାୟତ ରଥ ଉଦଘାଟନ

0
WhatsApp Image 2024-12-25 at 6.44.34 PM

_

ଫୁଲବାଣୀ ଇ ପି ଏ _ କନ୍ଧମାଳ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ କନ୍ଧମାଳ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଶୋକ କୁମାର ଭୋଇ ପାଣି, ପଞ୍ଚାୟତ ରଥର ଶୁଭାରମ୍ଭ କରିଥିଲେ,ଏହି ସମୟରେ କ୍ଷୁଦ୍ର ଜଳସେଚନ ବିଭାଜନ ଫୁଲବାଣୀ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ମନୋରଞ୍ଜନ ହାନସା, ସହକାରୀ ଯନ୍ତ୍ରୀ ଶ୍ରୀ ନିରଞ୍ଜନ ପ୍ରଧାନ, ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଗୁଣନିଧି ପରିଡ଼ା, ଉଠାଜଳସେଚନ କନ୍ଧମାଳ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଇ଼ ରଞ୍ଜନ ମହାପାତ୍ର,ପିଲା ସାଲୁଙ୍କି ଫୁଲବାଣୀ ର ସରକାରି ଯନ୍ତ୍ରୀ ଶ୍ରୀ ଜୀବନ ମଲିକ ରେ, କ୍ଷୁଦ୍ର ଜଳସେଚନ ବିଭାଜନ ଫୁଲବାଣୀର ବିଭାଗୀୟ ଅଧିକାରୀ ଅତ୍ମିତ ବେହେରା ଙ୍କ ସମେତ କ୍ଷୁଦ୍ର ଜଳସେଚନ ବିଭାଜନ ଫୁଲବାଣୀର କର୍ମକର୍ତ୍ତା ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ,


ପାଣିପଞ୍ଚାୟତ ରଥଟି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରୁ ବାହାରି ପାଣିପଞ୍ଚାୟତ ପକ୍ଷ ପାଳନ ପାଇଁ ନିର୍ଧାରିତ ସ୍ଥାନ, ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ତରଙ୍ଗ ପଞ୍ଚାୟତ ର ଟାଣି ପେନୁ କ୍ଷୁଦ୍ର ଜଳସେଚନ ପ୍ରକଳ୍ପକୁ ସେଠାରେ ବିରାଟ ବଡ଼ ସଭାର ଆୟୋଜକ କରାଯାଇଥିଲା। ଏଠାରେ ଆୟୋଜିତ ବିଭାଜନ ସ୍ତରୀୟ ପାଣିପଞ୍ଚାୟତ ପକ୍ଷ ପାଳନ _୨୦୨୪_୨୫ ରେ ମୂଖ୍ୟ ଅତିଥି ଭାବେ ଘୁ ଉଦୟଗିରି ବିଧାୟକ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଯୋଗ ଦେଇ କୃଷକ ଭାଇ ମାନଙ୍କୁ ଜଳ ହଁ ଜୀବନ, କୃଷି ହଁ ଆହାର, କୃଷି ହଁ ଭରସା ଉପରେ ବୁଝାଇଥିଲେ। ବିଭାଜନ ସ୍ତରୀୟ ପାଣିପଞ୍ଚାୟତ ପକ୍ଷ ପାଳନ _୨୦୨୪-୨୫ ଅବସରରେ ଉପସ୍ଥିତ, ଆସିଥିବା ସମସ୍ତ ପାଣିପଞ୍ଚାୟତ କର୍ମକର୍ତ୍ତା ତଥା ଉପସ୍ଥିତ କୃଷକମାନଙ୍କୁ କ୍ଷୁଦ୍ର ଜଳସେଚନ ବିଭାଜନ ଫୁଲବାଣୀ ର ସହକାରୀ ଯନ୍ତ୍ରୀ ଶ୍ରୀ ଗୁଣନିଧି ପରିଡ଼ା,ମୁ, ଶ୍ରୀ/ ଶ୍ରୀ ସତୀ _ ଶପଥ କରୁଅଛି କି, ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ପାଣିପଞ୍ଚାୟତ ଯୋଜନା କୁ ଗଣତାନ୍ତ୍ରିକ ପଦ୍ଧତିରେ ସଫଳ ଓ ଦୀର୍ଘସ୍ଥାୟୀ କରିବାକୁ ଆପ୍ରାଣ ଉଦ୍ୟମ କରିବି ।” ସହଭାଗୀ ଜଳସେଚନ ପରିଚାଳନା” ମାଧ୍ୟମରେ ଆମେ ସମସ୍ତେ ମିଳିମିଶି ସେଚାଞ୍ଚଳ ରେ ସୁଷମ ତଥା ସମାନୁପାତିକ ଜଳ ବଣ୍ଟନକୁ ଗୁରୁତ୍ବ ଦେବୁ।ଜଳ ବଣ୍ଟନ ଜନିତ ବିବାଦର ଗଣତାନ୍ତ୍ରିକ ପଦ୍ଧତିରେ ଆପୋଷ ସମାଧାନ କରିବୁ। ସେଚାଞ୍ଚଳରେ ଥିବା କ୍ଷେତ୍ରନାଳୀ ଓ ନିସ୍କାସନ ନାରୀ ଇତ୍ୟାଦିର ଉତ୍ତମ ରକ୍ଷଣାବେକ୍ଷଣ ଦ୍ଵାରା ଖରିଫ ଋତୁର ବଳକା ଜଳକୁ ସଞ୍ଚୟ କରି ରବି ଋତୁରେ ଉପଯୋଗ କରିବୁ।ଫସଲ ବିବିଧିକରଣ, ଅର୍ଥକାରୀ ଫସଲ ଉତ୍ପାଦନ ଓ ଜଳବାୟୁ ଅନୁଗୁଳ ଚାଷ ପଦ୍ଧତି ଉପଯୋଗ କରି କୃଷକ ସମାଜର ଜୀବନ ଜୀବିକାର ମାନ ବୃଦ୍ଧି ପାଇଁ ଚେଷ୍ଟା କରିବୁ । ସହକାରୀ ନିର୍ବାହୀ ଯନ୍ତ୍ରୀ ଶପଥ ପାଠ କରାଇଥିଲେ।

ମନରେ ଥିଲେ ଘୁଉଦୟଗିରି ବିଧାୟକ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ,ସରକାରି ନିର୍ବାହୀ ଯନ୍ତ୍ରୀ ଶ୍ରୀ ଗୁଣନିଧି ପରିଡ଼ା,ବିଭାଗିୟ ଲେଖା ଅଧିକାରୀ ଅତ୍ମିତ ବେହେରା,ତରଙ୍ଗ ପଞ୍ଚାୟତ ସରପଞ୍ଚ ଶ୍ରୀ ସତୀ ପାର୍ବତୀ ମଲ୍ଲିକ,ସମିତି ସଭ୍ୟ ଶ୍ରୀ ବିରଞ୍ଚି ମଲିକ,କାଣିପେନୁ ପାଣିପଞ୍ଚାୟତ ର ସଭାପତି ଶ୍ରୀ ଲମ୍ବୋଦର ପାତ୍ର,ମଞରେ ଥିଲେ। ବିଭାଜନ ସ୍ତରୀୟ ପାଣିପଞ୍ଚାୟତ ପକ୍ଷ ପାଳନ ପାଇଁ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା। ଏବଂ ପୁରସ୍କାର ପ୍ରଦାନ ସହ _୧୦୦୦ ଟଙ୍କା ରୁ ଆରମ୍ଭ କରି ୩୦୦୦- ପର୍ଯ୍ୟନ୍ତ ଅର୍ଥ ମଧ୍ୟ ମୂଖ୍ୟ ଅତିଥି ବିଧାୟକ ଘୁଉଦୟଗିରି ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଙ୍କ ଦ୍ଵାରା କୃତି ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଭାଗୀୟ ସହକାରୀ ଯନ୍ତ୍ରୀ ଶ୍ରୀ ନିରଞ୍ଜନ ପ୍ରଧାନ କୃଷକମାନେ କିପରି ଅଧିକାରକୁ ଅଧିକା କୃଷି କ୍ଷେତ୍ରରେ ଲାଭବାନ ସୋଇପାରିବେ, ଏବଂ କ୍ଷୁଦ୍ର ଜଳସେଚନ ବିଭାଜନ ଫୁଲବାଣୀ ପକ୍ଷରୁ ଜଳ ସେଚନ ର ଅସୁବିଧା ଥିଲେ, ତୁରନ୍ତ ଦରଖାସ୍ତ ଜରିଆରେ ଜଣାଇଲେ,ବିଭାଗିୟ ମୂଖ୍ୟ ଅଧିକ୍ଷଣ ଯନ୍ତ୍ରୀ ଙ୍କ ପାଖକୁ ପଠାଇ ଯଥାସମ୍ଭବ ଜଳସେଚନ ର ସୁବିଧା ହୋଇପାରିବ ବୋଲି ସଫା ସଫା ବୁଝାଇବା ସହ ପଙ୍କ ଉଦ୍ଧାର, ପୁନଃ ନିର୍ମାଣ କାର୍ଯ୍ୟ କାଣିପେନୁ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଉପରେ ଗୁରୁତ୍ଵ ଦେଇବୁଝାଇଥିଲେ, ଶେଷ ରେ ପାଲା ନୃତ୍ୟ ବୋୖଦ୍ଧ ବାଉଶୁଣିରୁ ଆସିଥିଲେ ପରିବେଷଣ କଲେ। ଫୋଟ କନ୍ଧମାଳ ଜିଲ୍ଲା

ଫୁଲବାଣୀ ରୁ ପ୍ରମୋଦ କୁମାର ନାୟକ ଓ ବାଲିଗୁଡା ରୁ ମଧୁସ୍ମିତା ନାୟକ

Leave a Reply

Your email address will not be published. Required fields are marked *