July 2, 2025
Home » କନ୍ଧମାଳ ଜିଲ୍ଲା ଖଡୁରା ସମାଜର ବାର୍ଷିକ ଉତ୍ସବ ଅନୁଷ୍ଠିତ

କନ୍ଧମାଳ ଜିଲ୍ଲା ଖଡୁରା ସମାଜର ବାର୍ଷିକ ଉତ୍ସବ ଅନୁଷ୍ଠିତ

0
WhatsApp Image 2025-01-06 at 5.43.03 PM (1)

ଫୁଲବାଣୀ ସହରର ହୋଟେଲ ଡ୍ରିମଲ୍ୟାଡ ସଭାଗୃହରେ ନିଖିଳ ଉତ୍କଳ ଖଡୁରା ସମାଜ ,ଫୁଲବାଣୀ ର ବାର୍ଷିକ ଉତ୍ସବ ଅର୍ଜୁନ ସେନାପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ପୁରୀ ଜିଲା ଖଡୁରା ସମାଜ ସଭାପତି ଗିରିଶ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲା ସଂଘକୁ ମଜଭୂତ କରିବା ସହ ଏକ ଜିଲା ସ୍ତରୀୟ ମହିଳା ସଂଗଠନ ଗଠନ କରିବାକୁ ପରାମର୍ଶ ଦେଇଥିଲେ।

ବିଭିନ୍ନ ଜିଲାର ପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ସମାଜ ପକ୍ଷରୁ ସାମାଜିକ କାର୍ଯ୍ୟକ୍ରମ କରିବାକୁ ଗୁରୁତ୍ୱାରୋପ କରିଥିଲେ।ରକ୍ତଦାନ ଶିବିର, ବୃକ୍ଷ ରୋପଣ,ସ୍ୱଛଭାରତ କାର୍ଯ୍ୟକ୍ରମ, ସମାଜର ଦୁର୍ବଳ ଶ୍ରେଣୀ ଲୋକଙ୍କୁ ସହାୟତା, ବିପଦରେ ପଡିଥିବା ସମାଜ ଲୋକଙ୍କ ନିକଟରେ ଠିଆହେବା,ଶିକ୍ଷାର ପ୍ରସାର ପାଇଁ ସମାଜର ଅଗ୍ରଣୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରି ଉତ୍ସାହିତ କରିବା ଇତ୍ୟାଦି ଉପରେ ପରାମର୍ଶ ଦେଇଥିଲେ।ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଥିବା ଯଥା ଡାକ୍ତରୀ ପାଠପଢା ଓ ଅନ୍ୟାନ୍ୟ ସଫଳତା ପାଇଁ ୧୩ଜଣ ଛାତ୍ରଛାତ୍ରୀ ଙ୍କୁ ମଞ୍ଚରେ ଅତିଥିମାନେ ଉପଢୌକନ, ମାନପତ୍ର ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସେହିଭଳି ଜଗନ୍ନାଥଙ୍କ ରଥଯାତ୍ରା ରେ ସୁନ୍ଦର ଆକର୍ଷଣୀୟ ଶୈଳୀରେ ଘଣ୍ଟବାଦ୍ୟ କରୁଥିବା ୨୧ଜଣ ସଦସ୍ୟଙ୍କୁ ମଞ୍ଚରେ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ସମ୍ପାଦକ ସଞୟ ନାୟକ ଓ ଉମା ଶଙ୍କର ମହାପାତ୍ର ପରିଚାଳନା କରିଥିଲେ।ଗତ ଦିନରେ ସମାଜ ପକ୍ଷରୁ ଏକ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା।ଜିଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ଚାରିଶହରୁ ଅଧିକ ସଦସ୍ୟ ସଦସ୍ୟା ଯୋଗଦାନ କରିଥିଲେ।

Leave a Reply

Your email address will not be published. Required fields are marked *