July 28, 2025
Home » କନ୍ଧମାଳ ଜିଲ୍ଲା ପରିଷଦ ଷଷ୍ଠ ଅଧିବେଶନ

କନ୍ଧମାଳ ଜିଲ୍ଲା ପରିଷଦ ଷଷ୍ଠ ଅଧିବେଶନ

0
WhatsApp Image 2025-05-08 at 2.36.13 PM

_ଫୁଲବାଣୀ- ଇ ପି ଏ _ କନ୍ଧମାଳ ଜିଲ୍ଲା ପରିଷଦ ଷଷ୍ଠ ଅଧିବେଶନ ତା ୭ ୫ ୨୦୨୫ ରିଖ ଦିନ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପରିଷଦ, କନ୍ଧମାଳ ଷଷ୍ଠ ଅଧିବେଶନ ଅଧ୍ୟକ୍ଷା, ଜିଲ୍ଲା ପରିଷଦ, କନ୍ଧମାଳ ସୁଶ୍ରୀ ନନ୍ଧୀନୀ ମଲିକ ଙ୍କ ସଭାପତିତ୍ବରେ ଆୟୋଜିତ ହୋଇଯାଇଛି।ଏହି ଅବସରରେ ମାନ୍ୟବର ବିଧାୟକ ଫୁଲବାଣୀ ଶ୍ରୀ ଉମା ଚରଣ ମଲ୍ଲିକ ଓ ମାନ୍ୟବର ବିଧାୟକ ବାଲିଗୁଡା ଶ୍ରୀ ଚକ୍ରମଣୀ କହଁର ଜିଲ୍ଲାର ଶିକ୍ଷା, ସ୍ବାସ୍ଥ୍ୟ,ସଡ଼କ, ପାନୀୟ ଜଳ, ଭିନ୍ନକ୍ଷମ ଭତ୍ତା, ଆୟୁଷ୍ମାନ ଯୋଜନା ଆଦି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମଗୁଡ଼ିକର ସମୀକ୍ଷା କରିଥିଲେ। ଏବଂ ଅଧାରେ ଥିବା ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟକୁ ତ୍ବରାନ୍ବିତ କରି ଯଥାଶୀଘ୍ର ସମାପ୍ତ କରିବାକୁ କହିଥିଲେ। ସେହିପରି ଭାବରେ ଉପସ୍ଥିତ ଜିଲ୍ଲା ପରିଷଦ ସଦସ୍ୟ ସଦସ୍ୟା ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଧ୍ୟକ୍ଷା,ନିଜ ଅଞ୍ଚଳର ବିଭିନ୍ନ ସମସ୍ୟାମାନ ଅଧିକାରୀ ମାନଙ୍କୁ ଅବଗତ କରାଇବା ସହିତ ଏହାର ଶୀଘ୍ର ସମାଧାନ ପାଇଁ ଅନୁରୋଧ କରିଥିଲେ। ଜିଲ୍ଲାପାଳ କନ୍ଧମାଳ ଶ୍ରୀ ଅତ୍ମିତ ଋତୁରାଜ୍ ପ୍ରାରମ୍ଭିକ ଭାଷଣରେ ଜିଲ୍ଲା ରେ ଚାଲିଥିବା ଏବଂ ଆଗକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ।ଏହି ଅଧିବେଶନକୁ ମୂଖ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, କନ୍ଧମାଳ ଶ୍ରୀ ଶମ୍ଭୁନାଥ ନନ୍ଦି ପରିଚାଳନା କରିଥିଲେ ଏବଂ ଶେଷରେ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ମାନ୍ୟବର ସାଂସଦ ପ୍ରତିନିଧି ଶ୍ରୀ ଦୁର୍ଗା ମାଧବ ଆଚାର୍ଯ୍ୟ, ଉପାଧ୍ୟକ୍ଷ ଜିଲ୍ଲା ପରିଷଦ କନ୍ଧମାଳ, ଶ୍ରୀ ମତୀ ସାଧବାଣୀ ନାୟକ,ଏ ପି ଡି ତଥା ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀ ନରେନ୍ଦ୍ର ନାୟକ, ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ, ଜିଲ୍ଲା ପରିଷଦ କର୍ମକର୍ତ୍ତା ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

କନ୍ଧମାଳ ଜିଲ୍ଲା ଇ ପି ଏ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ

Leave a Reply

Your email address will not be published. Required fields are marked *