July 6, 2025
Home » କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସଭାପତି ଭାବେ ପଦ୍ମଚରଣ ସ୍ୱାଇଁ ଓ ସାଧାରଣ ସମ୍ପାଦକ ଭାବେ ପ୍ରଣବ ମଣ୍ଡଳ ନିର୍ବାଚିତ।

କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସଭାପତି ଭାବେ ପଦ୍ମଚରଣ ସ୍ୱାଇଁ ଓ ସାଧାରଣ ସମ୍ପାଦକ ଭାବେ ପ୍ରଣବ ମଣ୍ଡଳ ନିର୍ବାଚିତ।

0
WhatsApp Image 2025-04-02 at 11.43.47 AM

କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘ, ଫୁଲବାଣୀ ର ଦ୍ବିବାର୍ଷିକ ନିର୍ବାଚନ ସ୍ଥାନୀୟ ଦେବ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ନିର୍ବାଚନରେ ସଭାପତି ଭାବେ ପଦ୍ମଚରଣ ସ୍ୱାଇଁ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ପ୍ରଣବ ମଣ୍ଡଳ ନିର୍ବାଚିତ ହୋଇଛନ୍ତି।କାର୍ଯ୍ୟକାରୀ ସଭାପତି ଭାବେ ନବ କିଶୋର ରଥ ନିର୍ବାଚିତ ହୋଇଥିବା ବେଳେ, ଉପସଭାପତି ଭାବେ ପିତାମ୍ବର ମିଶ୍ର ଓ ମଞ୍ଜୁଳା ପାଣିଗ୍ରାହୀ ନିର୍ବାଚିତ ହୋଇଛନ୍ତି। ସଂଗଠନ ସଂମ୍ପାଦକ ରୂପେ ବଂଶୀଧାରୀ ପଣ୍ଡା ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ।ସେହିପରି ଅମୀୟ କୁମାର ଦାସ ଓ ପ୍ରମୋଦ କୁମାର ସାହୁ ଯୁଗ୍ମ ସମ୍ପାଦକ ଭାବେ ଓ ପି ରଘୁନନ୍ଦନ ପାତ୍ର କୋଷାଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି।ନିର୍ବାଚନ ଅଧିକାରୀ ଭାବେ ବରିଷ୍ଠ ଆଇନଜୀବି ଭି. ଭି. ରାମଦାସ, ବିଜୟ କୁମାର ମହାନ୍ତି ଓ ଅଶୋକ କୁମାର ବେହେରା ସୁଚାରୁ ରୂପେ ନିର୍ବାଚନ ପରିଚାଳନା କରିଥିଲେ। କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ୧୧ଜଣ ସଦସ୍ୟଙ୍କ ମଧ୍ୟରୁ ନାରାୟଣ ସାହୁଙ୍କ ସମେତ ଚାରିଜଣ ସଦସ୍ୟ ନିର୍ବାଚନ ହୋଇଥିବା ନିର୍ବାଚନ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ।

Leave a Reply

Your email address will not be published. Required fields are marked *