March 14, 2025
Home » କନ୍ଧମାଳ ଜିଲ୍ଲା ରୁ ୮୮ ଜଣ ବରିଷ୍ଠ ନାଗରିକଙ୍କୁ ଶିରିଡ଼ି ନାସିକ ଅଭିମୁଖେ ଆଧ୍ୟାତ୍ମିକ ତୀର୍ଥଯାତ୍ରା

କନ୍ଧମାଳ ଜିଲ୍ଲା ରୁ ୮୮ ଜଣ ବରିଷ୍ଠ ନାଗରିକଙ୍କୁ ଶିରିଡ଼ି ନାସିକ ଅଭିମୁଖେ ଆଧ୍ୟାତ୍ମିକ ତୀର୍ଥଯାତ୍ରା

0

ଫୁଲବାଣୀ ଇ ପି ଏ କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ବୃବ୍ଦାଶ୍ରମ ରୁ ଓଡ଼ିଶା ସରକାରଙ୍କର ପର୍ଯ୍ୟଟନ ବିଭାଗର ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ଯୋଜନାରେ ତା୨୭ ୧ ୨୦୨୫ ରିଖ କନ୍ଧମାଳ ଜିଲ୍ଲା ର ୮୮ ଜଣ ବରିଷ୍ଠ ନାଗରିକ ଶିରିଡ଼ି – ନାସିକ ଅଭିମୂଖରେ ବାହାରିଛନ୍ତି।ସେମାନଙ୍କ ସହିତ ଶ୍ରୀ ଦିପ୍ତିକାନ୍ତ ନାୟକ , ଜିଲ୍ଲା ସଂଯୋଜକ ଏଚ. ଆର . ଏମ . ଏସ ଶ୍ରୀ ପ୍ରମୋଦ କୁମାର ନାୟକ,ବରିଷ୍ଠ ସହାୟକ ଜିଲ୍ଲା ପର୍ଯ୍ୟଟନ ବିଭାଗ ଶ୍ରୀ ଆଶିଷ କୁମାର ବେହେରା,ବରିଷ୍ଠ ସହାୟକ ପ୍ରମୁଖ ସେମାନଙ୍କ ସହ ଶିରିଡ଼ି ନାସିକ ଅଭିମୂଖରେ ବାହାରିଛନ୍ତି।ଏହି ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ ଉଦ୍ଦେଶ୍ୟରେ ସରକାର ୨୦୨୪_୨୫ ର ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଟ୍ରେନର ଶୁଭାରମ୍ଭ କରିଛନ୍ତି।


କନ୍ଧମାଳ ଜିଲ୍ଲା ର ଘୁଉଦୟଗିରି ବ୍ଲକ ରୁ ୨୪ ଜଣ , ଫୁଲବାଣୀ ବ୍ଲକ ରୁ ୧୨ ଜଣ, ଟିକାବାଲି ବ୍ଲକ ରୁ ୦୭ ଜଣ , ଫିରିଙ୍ଗିଆ ବ୍ଲକ ରୁ ୦୫ ଜଣ, ଖଜୁରିପଡା ବ୍ଲକ ରୁ ୧୪ ଜଣ,କେ ନୂଆଗାଁ ରୁ ୦୩ ଜଣ, ଚକାପାଦ ବ୍ଲକ ରୁ ୦୩ ଜଣ, ବାଲିଗୁଡା ବ୍ଲକ ରୁ ୦୨ ଜଣ, ଦାରିଙ୍ଗବାଡି ବ୍ଲକ ରୁ ୦୪ ଜଣ, ତୁମୁଡିବନ୍ଧ ବ୍ଲକରୁ ୦୩ ଜଣ, ଏବଂ ରାଇକିଆ ବ୍ଲକ ରୁ ୦୨ ଜଣ ବରିଷ୍ଠ ନାଗରିକ ଏହି ଯାତ୍ରାରେ ସାମିଲ ଅଛନ୍ତି, ବୋଲି ସେମାନଙ୍କ ସାଙ୍ଗରେ ଯାଉଥିବା ଅଧିକାରୀ ପ୍ରକାଶ କହିଛନ୍ତି। ସେଥିପାଇଁ ଦୁଇ ଗୋଟି ଯାତ୍ରୀବାହୀ ବସ୍ ସାର୍ତ୍ତାଗୁଡା ସ୍ଥିତ ବୃବ୍ଦାଶ୍ରମ ରୁ ଅପରାହ୍ନ ରେ ବାହାରିଛନ୍ତି। ଅତିରିକ୍ତ ଜିଲ୍ଲାପାଳ କନ୍ଧମାଳ ଶ୍ରୀ ଅଶୋକ କୁମାର ଭୋଇ, ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ ) କନ୍ଧମାଳ ଶ୍ରୀ ରମେଶ ଚନ୍ଦ୍ର ଜେନା, ଉପ- ଜିଲ୍ଲାପାଳ,ଖଣ୍ଡମାଳ ଶ୍ରୀ ଚିତ୍ତରଞ୍ଜନ ମହନ୍ତ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ବେହେରା, ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଶିଶିର କୁମାର ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସେଠୀ, ଡେପୁଟି କଲେକ୍ଟର ତଥା ଆଧ୍ୟାତ୍ମିକ ଯାତ୍ରାର ନୋଡାଲ ଅଧିକାରୀ ଶ୍ରୀ ଅନୁପ ଆଚାର୍ଯ୍ୟ,ସରକାରୀ କଲେକ୍ଟର ତଥା ଭାରପ୍ରାପ୍ତ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ମତୀ କୁମୁଦିନୀ ମଲିକ ପ୍ରମୁଖ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ। ଜିଲ୍ଲା ପ୍ରଶାସନ ତରଫରୁ ତୀର୍ଥଯାତ୍ରା ମାନଙ୍କୁ ଚନ୍ଦନ ଟିପା ଲଗାଇବ ସେମାନଙ୍କର ଶୁଭ କାମନା କରାଯାଇଥିବାବେଳେ ଅତିଥି ମାନେ ସମସ୍ତଙ୍କୁ ଗୋଟିଏ ଗୋଟିଏ ଗୋଲାପ ଫୁଲର ଦେଇଥିଲେ , ଶୁଭାରମ୍ଭ ବେଳେ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ସକିର୍ତ୍ତନ ପରିବେଷଣ କରାଯାଇଥିଲା।ତା-୨୮-୦୧-୨୦୨୫ ରିଖ ବ୍ରହ୍ମପୁର ରେଳ ଷ୍ଟେସନ ଠାରୁ ବ୍ରହ୍ମପୁର ଶିରିଡ଼ି ନାସିକ ଅଭିମୁଖୀ ଏହି ଆଧ୍ୟାତ୍ମିକ ଯାତ୍ରାର ଟ୍ରେନ ବାହାରିବ ବୋଲି ଜଣାଇଛନ୍ତି।

କନ୍ଧମାଳ ଜିଲ୍ଲା ଇ ପି ଏ ରୁ ପ୍ରମୋଦ କୁମାର ନାୟକ ଫୁଲବାଣୀ

Leave a Reply

Your email address will not be published. Required fields are marked *