July 5, 2025
Home » କନ୍ଧମାଳ ଜିଲ୍ଲା ରେ ଚାଷୀ ମାନଙ୍କୁ ଇନ୍ ପୁଟ ସହାୟତା ରାଶି ବଣ୍ଟନର ଶୁଭାରମ୍ଭ

କନ୍ଧମାଳ ଜିଲ୍ଲା ରେ ଚାଷୀ ମାନଙ୍କୁ ଇନ୍ ପୁଟ ସହାୟତା ରାଶି ବଣ୍ଟନର ଶୁଭାରମ୍ଭ

0
WhatsApp Image 2024-12-09 at 4.11.21 PM

_ ଫୁଲବାଣୀ ଇ ପି ଏ କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା କର୍ପୋରେସନ ପଡିଆ ଠାରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲ୍ଲା ଚାଷୀ ମାନଙ୍କୁ ମଧ୍ୟ ଧାନର ସର୍ବନିମ୍ନ ଏଫ,ଏ, କୁ ମୂଲ୍ୟ କୁଇଣ୍ଟାଲ ପିଛା ୨ ହଜାର ୩୦୦ ଟଙ୍କା ଉପରେ ୮୦୦ ଟଙ୍କାର ଇନ୍ ପୁଟ ସହାୟତା ରାଶି ସହିତ ସମୁଦାୟ ୩ ହଜାର ୧୦୦ ଟଙ୍କା ପ୍ରଦାନ କରାଯିବ। ମୂଖ୍ୟ ଅତିଥି ଭାବେ ଯୋଗଦେଇ ଫୁଲବାଣୀ ବିଧାୟକ ଶ୍ରୀ ଯୁକ୍ତ ଉମାଚରଣ ମଲିକ କହିଲେ ଯେ ତାଙ୍କୁ ସରକାର ଓଡ଼ିଶା ର ଚାଷୀ ମାନଙ୍କୁ ସମ୍ମାନ ଜଣାଇବା ସହିତ ସେମାନଙ୍କୁ ସେମାନଙ୍କର କଠିନ ପରିଶ୍ରମର ମୂଲ୍ୟ ଦେବାକୁ ଯାଉଛି। ପ୍ରିୟ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ବାଚନ ପ୍ରତିଶୃତି କୁ ପ୍ରଥମ ବର୍ଷରୁ ହଁ ଲାଗୁ କରିଛନ୍ତି। ସେଥିପାଇଁ ତାଙ୍କୁ କୃତଜ୍ଞତା ଜଣାଇବା ସହିତ ଧନ୍ୟବାଦ ଦେଇଥିଲେ। ଯେଉଁ ଅତିରିକ୍ତ ଇନ୍ ପୁଟ ସହାୟତା ମୂଲ୍ୟ ଘୋଷଣା କରିଛନ୍ତି ତାହା ଧାନ ବିକ୍ରୟର-୪୮ ଘଣ୍ଟା ମଧ୍ୟରେ ଚାଷୀମାନଙ୍କ ଆକାଉଣ୍ଟ ରେ ଜମା ହେବ। ସେହିପରି କଥା ଦେଇଥିବା ଶୁଭଦ୍ରା ଯୋଜନା ର ପ୍ରଥମ କିସ୍ତି।

ଟଙ୍କା ମଧ୍ୟ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟ ରେ ଜମା ହୋଇସାରିଛି।ଯଦି କୋୖଣସି ଅସୁବିଧା ବଶତଃ ଯଥା ହୋଇନାହିଁ ଖୁବ କମ୍ ଦିନ ମଧ୍ୟରେ ଜମା ହୋଇଯିବ।ସମସ୍ତେ ଟଙ୍କା ପାଇବାପରେ ଦିତୀୟ କିସ୍ତି ଦିଆଯିବ। ତାଙ୍କର ଅନୁରୋଧ କ୍ରମେ ଜିଲ୍ଲାପାଳ ଆସନ୍ତା ମାସରୁ ଆଉ ୪୪ ଗୋଟି ରିଟେଲ ପଏଣ୍ଟ ଖୋଲିଛନ୍ତି,ଫଳରେ ନିର୍ଭର ଘର ପାଖରେ ଧାନ ବିକ୍ରୟ କରିବା ସହିତ ଆଗାମୀ ଦିନରେ ମାସିକ ଚାଉଳ ମଧ୍ୟ ସଂଗ୍ରହ କରିବେବୋଲି ଶ୍ରୀ ମଲିକ କହିଥିଲେ। କନ୍ଧମାଳ ଜିଲ୍ଲାପାଳ ଶ୍ରୀ ଅତ୍ମିତ ଋତୁରାଜ ଖରିଫ ୨୦୨୪_୨୫ ବର୍ଷ ସକାଶେ ଧାନ କ୍ରୟ ଉପରେ ସୂଚନା ଦେବା ସହିତ ଧାନର ସର୍ବନିମ୍ନ ମୂଲ୍ୟ ସହିତ ଅତିରିକ୍ତ ଇନ୍ ପୁଟ ସହାୟକ ରାଶି କିଭଳି ବିକ୍ରୟ ର ୪୮ ଘଣ୍ଟା ମଧ୍ୟରେ ଚାଷୀମାନଙ୍କ ଆକାଉଣ୍ଟ ରେ ଜମା ହେବ ସେବିଷୟରେ ଆଲୋଚନା କରିଥିଲେ।ଆଶା କରାଯାଉଛି ଚଳିତ ବର୍ଷ ଅଧିକ ପରିମାଣର ଧାନ ମୁଣ୍ଡିକୁ ଆସିବ। ଚାଷୀ ମାନଙ୍କ ସୁବିଧା ପାଇଁ ଚଳିତ ବର୍ଷ ଅଧିକ ସଂଖ୍ୟକ ରିଟେଲ ପଏଣ୍ଟ ଓ ରେଜିଷ୍ଟ୍ରେସନ ପଏଣ୍ଟ ଖୋଲାଯିବ।ଫଳରେ ଚାଷୀମାନେ ଅଧିକ ସଂଖ୍ୟାରେ ପଞ୍ଜୀକରଣ କରିବେ ଓ ଧାନ ବିକ୍ରୟ କରିପାରିବେ ବୋଲି ଜିଲ୍ଲାପାଳ କହିଥିଲେ। କନ୍ଧମାଳ ଜିଲ୍ଲା ବେସାମରିକ ଯୋଗାଣ ବିଭାଗ ଅଧିକାରୀ ଜ୍ଞାନେନ୍ଦ୍ରିୟ ମିଶ୍ର କହିଲେ,ଗତ ବର୍ଷ ପ୍ରାୟ ୬୦ ହଜାର କୁଣ୍ଟାଲ ଧାନ କ୍ରୟ କରାଯାଇଥିବା, ବେଳେ ଚଳିତ ବର୍ଷ ୧ ଲକ୍ଷ କୁଇଣ୍ଟାଲ ରୁ ଅଧିକ ଧାନ କ୍ରୟ ପାଇଁ ଆଶା କରାଯାଉଛି। ଧାନ ଅମଳର ବିଳମ୍ବ ଓ ଚାଷୀମାନଙ୍କ ଅନୁରୋଧ କୁ ଦୃଷ୍ଟିରେ ରଖି ଚଳିତ ମାସ_୨୪ ତାରିଖ ରୁ ଧାନ କ୍ରୟ ଆରମ୍ଭ ହେବ ବୋଲି ଶ୍ରୀ ମିଶ୍ର କହିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ କନ୍ଧମାଳ ଶ୍ରୀ ଶମ୍ଭୁନାଥ ନନ୍ଦି, ଉପଜିଲ୍ଲାପାଳ ଆଣ୍ଡମାନ ଶ୍ରୀ ଚିତ୍ତରଞ୍ଜନ ମହନ୍ତ ଙ୍କ ସମେତ ବହୁ ସଂଖ୍ୟା ରେ ଚାଷୀ, ସ୍ଥାନୀୟ ଜନସାଧାରଣ ଏବଂ ଗଣମାଧ୍ୟମ ର ପ୍ରତିନିଧି ମାନେ ଯୋଗ ଦେଇଥିଲେ।

ପ୍ରମୋଦ କୁମାର ନାୟକ ଫୁଲବାଣୀ ଇ ପି ଏ

Leave a Reply

Your email address will not be published. Required fields are marked *