October 23, 2025
Home » କନ୍ଧମାଳ ଜିଲ୍ଲା ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ

କନ୍ଧମାଳ ଜିଲ୍ଲା ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ

0
WhatsApp Image 2025-10-12 at 12.21.33 PM

 କନ୍ଧମାଳ ଜିଲ୍ଲା ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ-” ପଞ୍ଚାୟତ ଭବନ ଫୁଲବାଣୀ” ଠାରେ ଅଧ୍ୟକ୍ଷ,ଥିବା ଅଧିବେଶନ, କନ୍ଧମାଳ ତଥା ମାନ୍ୟବର ଲୋକ ସଭା ସଦସ୍ୟ, କନ୍ଧମାଳ ଶ୍ରୀ ସୁକାନ୍ତ କୁମାର ପାଣିଗ୍ରାହୀ ଙ୍କ ସଭାପତିତ୍ବରେ ଦ୍ବିତୀୟ ଥିବା ଅଧିବେଶନ ଆୟୋଜିତ ହୋଇଯାଇଅଛି।

ମାନ୍ୟବର ସାଂସଦ ଶ୍ରୀ ପାଣିଗ୍ରାହୀ କହିଥିଲେ ଯେ ଏହି ଥିବା ବୈଠକ କନ୍ଧମାଳ ଜିଲ୍ଲା ଉନ୍ନତି ଓ ପ୍ରଗତି ପାଇଁ ଥିବା ଦେଖାଇବ । ମାନ୍ୟବର ବିଧାୟକ ଫୁଲବାଣୀ ଶ୍ରୀ ଉମା ଚରଣ ମଲିକ, ମାନ୍ୟବର ବିଧାୟକ ବାଲିଗୁଡା ଶ୍ରୀ ଚକ୍ରପାଣି କହଁର, ମାନ୍ୟବର ବିଧାୟକ ଘୁଉଦୟଗିରି ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ଜିଲ୍ଲାପାଳ କନ୍ଧମାଳ ଶ୍ରୀ ବେଦଭୂଷଣ, ଅଧ୍ୟକ୍ଷା, ଜିଲ୍ଲା ପରିଷଦ, କନ୍ଧମାଳ ସୁଶ୍ରୀ ନନ୍ଦିନୀ ମଲିକ ଜିଲ୍ଲା ର ବିଭିନ୍ନ ବିଭାଗର ଯେପରି ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, କୃଷି, ଜଳସେଚନ, ଜଙ୍ଗଲ ଓ ସାମାଜିକ ସୁରକ୍ଷା ଇତ୍ୟାଦି ର ଲୋକ କଲ୍ୟାଣ ଯୋଜନା ଗୁଡିକ ର ସମସ୍ୟା ଓ ତାର ପ୍ରତିକାର ଉପରେ ଆଲୋଚନା ଏବଂ ତପ୍ତରତାର ସହିତ କାମକରି ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ନିମନ୍ତେ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଜିଲାପାଳ କନ୍ଧମାଳ ଶ୍ରୀ ବେଦଭୂଷଣ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ବୈଠକରେ ମୂଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, କନ୍ଧମାଳ ଶ୍ରୀ ଶମ୍ଭୁନାଥ ନନ୍ଦି, ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ (ପ୍ରଶାସନ), ଜିଲ୍ଲା ପରିଷଦ, କନ୍ଧମାଳ ଶ୍ରୀ ନରେନ୍ଦ୍ର ନାୟକ,ଅଧ୍ୟକ୍ଷା, ବିଜ୍ଞାପିତ ଅଞ୍ଚଳ ପରିଷଦ, ଘୁଉଦୟଗିରି ଅଧ୍ୟକ୍ଷା, ବିଜ୍ଞାପିତ ଅଞ୍ଚଳ ପରିଷଦ, ବାଲିଗୁଡା, କନ୍ଧମାଳ ଜିଲ୍ଲା ର ସମସ୍ତ ୧୨ ଗୋଟି ପଞ୍ଚାୟତ ସମିତିର ଅଧ୍ୟକ୍ଷ/ଅଧ୍ୟକ୍ଷା, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ଉପଖଣ୍ଡ ସ୍ତରୀୟ ଅଧିକାରୀ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, କର୍ମଚାର୍ତ୍ତା ସମସ୍ତ ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

 

ଇ ପି ଏ ରୁ କନ୍ଧମାଳ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ

Leave a Reply

Your email address will not be published. Required fields are marked *