July 6, 2025
Home » କନ୍ୟା/ବାଲ ଶିବିର ଓ ଜେଜେବାପା ଓ ଜେଜେ ମାଆ ସମ୍ମିଳନୀ ଯଥାରିତି ପାଳିତ

କନ୍ୟା/ବାଲ ଶିବିର ଓ ଜେଜେବାପା ଓ ଜେଜେ ମାଆ ସମ୍ମିଳନୀ ଯଥାରିତି ପାଳିତ

0
WhatsApp Image 2024-12-19 at 12.16.05 PM

ଯୋଡ଼ା – କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଭଦ୍ରାସାହି ପଞ୍ଚାୟତ ଅନ୍ତର୍ଗତ ଝାଡ଼ଗାଁ ଗ୍ରାମ ରେ ଅବସ୍ତିତ ଭଦ୍ରାସାହି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ଉଦ୍ଘାଟନ ଉତ୍ସବରେ ନର୍ଭେରାମ କମ୍ପାନି ଡକ୍ଟର ସୁବାଷ ଚନ୍ଦ୍ର ଦାଶ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭଦ୍ରାସାହିର ANM ଜ୍ୟୋସ୍ନାମୟୀ ଜେନା,କମ୍ପାଉଣ୍ଡର ବିକାଶ କୁମାର ମହାନ୍ତି,ମାତୃଭାରତୀର ପୂର୍ବତନ ସଦସ୍ୟା ଅନୁସୟା ଗିରି,ପରିଚାଳନା ସମିତିର ସଭାପତି ନରୋତ୍ତମ ନାଏକ ସମ୍ପାଦକ ଭାଗବତ ପଲେଇ, କନ୍ୟାଭାରତୀ ପ୍ରମୁଖ ସପ୍ନାରାଣୀ ସେନାପତି ଆଦି ମଞ୍ଚାସୀନ ଥୂଲେ |

କାର୍ଯ୍ୟକ୍ରମ ଆରମ୍ଭରେ ଭଉଣୀ ମାନଙ୍କ ଦ୍ବାରା ସାମୁହିକ କଣ୍ଠ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା ଜେଜେବାପା ଜେଜେମାଆଙ୍କ ମଧ୍ୟରେ ପୈ।ରାଣିକ ଆଧାରିତ ପ୍ରଶ୍ନମଞ୍ଚ, ବଲ ଫିଙ୍ଗା,ହୁଳହୁଳି,ଶଙ୍ଖ ବାଦନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।କନ୍ୟା ଓ ବାଲ ଶିଶୁ ଭାଇ ଭଉଣୀମାନଙ୍କ ମଧ୍ୟରେ ଝୋଟି ଓ ଶାଢୀ ପିନ୍ଧା,ଧୋତିପିନ୍ଧା ଓ ଫୁଲ ମାଳ ଗୁନ୍ଥା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।କ୍ରୁତି ପ୍ରତିଯୋଗୀ ଭାଇ ଭଉଣୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଅତିଥି ପରିଚୟ ଓ ଆଭିମୁଖ୍ୟ କଥନ ପ୍ରଧାନ ଆଚାର୍ଯ୍ୟ କୃଷ୍ଣ ଚନ୍ଦ୍ର ମହାକୁଡ଼ ପ୍ରଦାନ କରିଥିଲେ । ବରିଷ୍ଠ ଆଚାର୍ଯ୍ୟା ସୁଷମା ମହାନ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଦ୍ୟାଳୟର ସମ୍ପାଦକ ଭାଗବତ ପଲେଇ ଧନ୍ୟବାଦ ଅର୍ପଣ କରିଥିଲେ ।ସମସ୍ତ ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ସେବକ ସେବିକା ମାନଙ୍କ ପୁର୍ଣ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା ।

ଯୋଡ଼ା ଇପିଏ ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *