July 2, 2025
Home » କବିତ୍ରା,ବଳଦେବ ଜୀଉ ବିଦ୍ୟାଳୟରେ ଚକ୍ଷୁ ପରୀକ୍ଷା ଶିବିର

କବିତ୍ରା,ବଳଦେବ ଜୀଉ ବିଦ୍ୟାଳୟରେ ଚକ୍ଷୁ ପରୀକ୍ଷା ଶିବିର

0
WhatsApp Image 2025-02-23 at 9.51.52 PM (1)

କେନ୍ଦୁଝର: ଧରଣୀଧର ବିଶ୍ବ ବିଦ୍ୟାଳୟ ଜାତୀୟସେବା ବ୍ୟୁରୋ ଓ କେନ୍ଦୁଝର ଡେଭଲମେଣ୍ଟ ଟ୍ରଷ୍ଟର ମିଳିତ ସହଯୋଗରେ ସଦର ବ୍ଲକ ଅନ୍ତର୍ଗତ କବିତ୍ରା ବଳଦେବ ଜୀଉ ଉଚ୍ଚ ବିଦ୍ୟାଳୟରେ ଏକ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଛି।

ଡା. ସରିତା ନାୟକଙ୍କ ମାର୍ଗ ଦର୍ଶନରେ କେନ୍ଦୁଝର ଡେଭଲମେଣ୍ଟ ଟ୍ରଷ୍ଟର ସମ୍ପାଦକ ତଥା କେନ୍ଦୁଝର ନାଗରିକମଞ୍ଚର ବରିଷ୍ଠ ସଦସ୍ୟ ଶ୍ରୀ ଭକ୍ତବତ୍ସଳ ମହାନ୍ତିଙ୍କ ସଂଯୋଜନାରେ କବିତ୍ରା,ଗମ୍ଭାରିଆ,ବ୍ରାହ୍ମଣୀଗାଁ,ଗୁମରା,କେମ୍ପସଡା, ବୋଦାପଳଶା ଆଦି ଗ୍ରାମରୁ ୪୩ଜଣ ବରିଷ୍ଠ ନାଗରିକଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା।କେନ୍ଦୁଝର ଭୂମିକା ଚକ୍ଷୁ ଚିକିତ୍ସାଳୟର ଜୋନାଲ ମ୍ୟାନେଜର ଶ୍ରୀ କର୍ଣ୍ଣାଟ କିଶୋର ଜେନାଙ୍କ ନେତୃତ୍ବରେ ଅପଟମ ସୟନ ସୁନ୍ଦର ମାଇତି,ବରିଷ୍ଠ ସ୍ବାସ୍ଥ୍ୟ ସହାୟୀକା ଶ୍ରୀମତୀ ଲାଲିମା ଜେନା,ସୁଶ୍ରୀ ଲକ୍ଷ୍ମୀ ବେହେରା,ସଂଗଠକ ହିମାଶୁଂ କୁମାର ପାତ୍ର ପ୍ରମୁଖ ଚକ୍ଷୁ ପରୀକ୍ଷା କରିଥିଲେ।

ଏଥିରେ ୧୮ଜଣଙ୍କର ମୋତିଆ ବିନ୍ଦୁ ଚିହ୍ନଟ କରାଯାଇଥିବାବେଳେ ୧୦ଜଣ ବରିଷ୍ଠ ନାଗରିକ ମାନଙ୍କୁ ମୋତିଆ ବିନ୍ଦୁ ଅସ୍ତ୍ର ପ୍ରଚାର ପାଇଁ ଭୂମିକା ଚକ୍ଷୁ ଚିକିତ୍ସାଳୟକୁ ପ୍ରେରଣ କରାଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ମନୋରଞ୍ଜନ ସାହୁ, ଅଙ୍ଗନୱାଡି କର୍ମୀ ଶ୍ରୀମତୀ ମାଣିକ ମହାନ୍ତ, ଟ୍ରଷ୍ଟ କୋଷାଧ୍ୟକ୍ଷ ଅଧିବକ୍ତା ସଂଞ୍ଜିବ ପାଇକରାୟ,ଅଧ୍ୟକ୍ଷା ଅଧିବକ୍ତା ଜଗତଜିତା ଦାସ,ଧରଣୀଧର ଜାତୀୟ ସେବା ଯୋଜନା ଯୁବ ସ୍ବେଚ୍ଛାସେବୀ ପ୍ରମୁଖ ଉପସ୍ଥିତ ରହି ରୋଗୀ ନେବା ଆଣିବା ଏବଂ ଶିବିର ପରିଚାଳନା କରିବା ସହିତ ଚକ୍ଷୁ ଚିକିତ୍ସାଳୟକୁ ପ୍ରେରଣ କରିବା କାର୍ଯ୍ୟ କରିଥିଲେ। ଏହାସହ ୧୮ଜଣ ବରିଷ୍ଠ ନାଗରିକଙ୍କୁ ସମିପ ଦୃଷ୍ଟିଥିବା ଚଷମା ମାଗଣାରେ କେନ୍ଦୁଝର ଡେଭମେଣ୍ଟ ଟ୍ରଷ୍ଟ ପକ୍ଷରୁ ବଣ୍ଟନ କରାଯାଇଥିଲା।

କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ )ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *