July 1, 2025
Home » କରଡ଼ାରେ ମାଁ ମାଣିକେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

କରଡ଼ାରେ ମାଁ ମାଣିକେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

0
WhatsApp Image 2025-06-10 at 6.52.09 PM (1)

ରାମନାଗୁଡା: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଳକ ଅନ୍ତର୍ଗତ ସୁଣ୍ଡିଧାମୁଣି ପଞ୍ଚାୟତର କରଡ଼ା ଠାରେ ମାଁ ମାଣିକେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ ଯାପିତ ହୋଇ ଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗ୍ରାମର ମହିଳା ଓ ପୁରୁଷ ଏବଂ ଯୁବଗୋଷ୍ଠୀ ଙ୍କ ଦ୍ଵାରା ନିମନ୍ତ୍ରିତ ହୋଇଥିବା ଅତିଥି ମାନଙ୍କୁ ପାରମ୍ପରିକ ବାଦ୍ୟଯନ୍ତ୍ର ମାଧ୍ୟମରେ ସ୍ୱାଗତ କରି ପାଛୋଟି ନିଆ ଯାଇଥିଲା ।

ଏଥିରେ ମୁଖ୍ୟ ଅତିଥି ଭାବେ ସୁଣ୍ଡିଧାମୁଣି ସରପଞ୍ଚ ଭାସ୍କର କାଡ୍ରାକା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ସୁଣ୍ଡିଧାମୁଣି ସମିତି ସଭ୍ୟ କମଳ ଲୋଚନ ମୁଟିକା, ରୁଗୁଡୁବାଇ ୱାର୍ଡ ସଭ୍ୟ ଶ୍ରୀନାଥ ମାଣ୍ଡାଙ୍ଗିଙ୍କ ସମେତ ଅନ୍ୟାନ୍ୟ ଅତିଥି ମାନେ ଯୋଗ ଦେଇଥିଲେ । ଏହି ଉଦଯାପିତ ଟୁର୍ଣ୍ଣାମେଣ୍ଟରେ କୁଜେନ୍ଦ୍ରୀ ସହିତ କେଦାରପୁର ଟିମ ମଧ୍ୟରେ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ କେଦାରପୁର ଟିମ କୁ କୁଜେନ୍ଦ୍ରୀ ଟିମ ୧୨ ଓଭର ରେ ଅଲଆଉଟ ହୋଇ ୧୦୫ ରନ ଟାର୍ଗେଟ ଦେଇଥିଲେ। କେଦାରପୁର ୧୨ ଓଭର ରେ ୯ ଟି ୱିକେଟ ହରାଇ ୧୦୦ ରନ ରେ କୁଜେନ୍ଦ୍ରୀ ବିଜୟୀ ହାସଲ କରିଥିଲା ।ଏଥିରେ ପରାଜୟ ଟିମ କୁ ଟ୍ରଫି ସହ ୧୫ ହଜାର ଟଙ୍କା ସୁଣ୍ଡିଧାମୁଣି ସମିତି ସଭ୍ୟ କମଳ ମୁଟିକା ପ୍ରଦାନ କରିଥିଵା ବେଳେ ବିଜୟ ହାସଲ କରିଥିବା ଟିମ କୁ ସରପଞ୍ଚ ଭାସ୍କର କାଡ୍ରାକା ଟ୍ରଫି ସହ କୋଡିଏ ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରିଥିଲେ।ଏହି କ୍ରୀଡ଼ାରେ ମୋଟ ୩୨ ଗୋଟି ଟିମ୍ ଭାଗ ନେଇଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମ କୁ ମୁନା କଣ୍ଡାଗରୀ, କୁନା କଣ୍ଡାଗରୀ,ରଞ୍ଜନ କଣ୍ଡାଗରୀ, ଈଶ୍ୱର କଣ୍ଡାଗରୀ ,ଲକ୍ଷ୍ମଣ କାଡ୍ରାକା, ପ୍ରମୁଖଙ୍କ ସମେତ ଗ୍ରାମର ଜନସାଧାରଣ ଏବଂ କରଡ଼ା ର ପାଞ୍ଚ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ।

ramanaguda ru narasingh parichha nka report

Leave a Reply

Your email address will not be published. Required fields are marked *