July 1, 2025
Home » କରପଡା ଗ୍ରାମର ଶ୍ରୀ ଶ୍ରୀ ଶନି ମହାଦେବ ଙ୍କ ମନ୍ଦିର ପ୍ରତିଷ୍ଠା ର ବାର୍ଷିକ ଉତ୍ସବ ଓ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ପାରମ୍ପରିକ ରୀତିନୀତି ରେ ଅନୁଷ୍ଠିତ

କରପଡା ଗ୍ରାମର ଶ୍ରୀ ଶ୍ରୀ ଶନି ମହାଦେବ ଙ୍କ ମନ୍ଦିର ପ୍ରତିଷ୍ଠା ର ବାର୍ଷିକ ଉତ୍ସବ ଓ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ପାରମ୍ପରିକ ରୀତିନୀତି ରେ ଅନୁଷ୍ଠିତ

0
WhatsApp Image 2025-06-27 at 5.09.41 PM

ଛତ୍ରପୁର: ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଂଚାୟତ ର କରପଡା ଗ୍ରାମରେ ଥିବା ଶନି ମହାଦେବ ଙ୍କ ମନ୍ଦିର ପ୍ରତିଷ୍ଠା ବାର୍ଷିକ ଉତ୍ସବ ପାରମ୍ପରିକ ରୀତିନୀତି ରେ ପାଳନ କରାଯାଇଛି l ଏହି ଅବସରରେ ହଜାର ହଜାର ଭକ୍ତଙ୍କ ଉପସ୍ଥିତି ରେ ଲୋକକଳା ଓ ଲୋକାନୃତ୍ୟ କୁ ନେଇ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହାକୁ ଯୁବ ସମାଜସେବୀ ତଥା ମାଁ ରାମଚଣ୍ଡୀ ପୀଠର ସଂଯୋଜକ କମଳ ପଣ୍ଡା ଓ ସମାଜସେବୀ କୃଷ୍ଣ ଚନ୍ଦ୍ର ନାୟକ (ମହାରାଜ) ଙ୍କ କରକମଳରେ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରାଯାଇଥିଲା l

ଅନ୍ୟ ଅତିଥି ମାନଙ୍କ ମଧ୍ୟରେ କରପଡା ପଞ୍ଚାୟତ ର ସରପଞ୍ଚ ଅଜୟ ନାୟକ, ପୂର୍ବତନ ସରପଞ୍ଚ ଭାସ୍କର ନାୟକ, ସମାଜସେବୀ ରାମ ନାୟକ, ଗ୍ରାମ ଅଧିକାରୀ ଦିବାକର ନାୟକ,ମାଁ ରାମଚଣ୍ଡୀ ପୂଜା କମିଟି ର କୁଞ୍ଜ ନାୟକ, ନାରାୟଣ ଚର୍ତ୍ତୀ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ କୁ ଶନି ମନ୍ଦିର କମିଟି ର ଅଧିକାରୀ ଚରଣ ନାୟକ,ସୁଶାନ୍ତ ନାୟକ, ଜଗା ନାୟକ, ଗୋବିନ୍ଦ ଚର୍ତ୍ତି, ସନ୍ତୋଷ ନାୟକ ପ୍ରମୁଖ ମୁଖ୍ୟ ଦାୟିତ୍ୱରେ ରହି ଶାନ୍ତିଶୃଙ୍ଖଳା ଭାବେ ପରିଚାଳନା କରିଥିଲେ ।

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *