July 15, 2025
Home » କର୍ମବୀର ଗୌରୀଶଙ୍କରଙ୍କ ୧୮୭ତମ ଜୟନ୍ତୀ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି

କର୍ମବୀର ଗୌରୀଶଙ୍କରଙ୍କ ୧୮୭ତମ ଜୟନ୍ତୀ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି

0
WhatsApp Image 2025-07-14 at 7.35.39 AM

କଟକ: କର୍ମବୀର ଗୌରୀଶଙ୍କର ରାୟଙ୍କର ୧୮୭ତମ ଜୟନ୍ତୀ ଉପଲକ୍ଷେ କର୍ମବାର ଗୌରୀଶଙ୍କର ରାୟ ସ୍ମୃତିସଂସଦ, କଟକ ଜିଲ୍ଲା ପ୍ରଶାସନ ଓ କଟକ ମହାନଗର ନିଗମଙ୍କର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଗୌରୀଶଙ୍କର ପାର୍କ, କାୟସ୍ଥ ସଭା, ଟାଉନହଲ୍, ଶ୍ରୀରାମଚନ୍ଦ୍ର ଭବନ, ରେଭେନ୍ସା କଲିଜିଏଟ୍ ସ୍କୁଲ ଓ ପ୍ୟାରୀମୋହନ ଏକାଡେମୀରେ କର୍ମବୀରଙ୍କର ପ୍ରତିମୃତ୍ତିଙ୍କ ସହ ଅନ୍ୟାନ୍ୟ ବରପୁତ୍ରମାନଙ୍କ ପ୍ରତିମୂତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।

ପ୍ରକାଶ ଥାଉକି ଆଜିର ଏହି ଜୟନ୍ତୀ ପାଳନ ଅବସରରେ ପ୍ରାରମ୍ଭରେ ଚୌଧରୀ ବଜାର ସ୍ଥିତ ଗୌରୀଶଙ୍କର ପାର୍କଠାରେ ତାଙ୍କ ପ୍ରତିମୂର୍ତ୍ତୀରେ ବିଶିଷ୍ଟ ଅତିଥିମାନଙ୍କ ଦ୍ଵାରା ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଥିଲା।ଏହି ଅବସରରେ ସେଠାରେ ଏକ ସ୍କୃତିଚାରଣ ସଭା ସ୍କୃତି ସଂସଦର କରିଷ୍ଠ ସଦସ୍ୟ ଡଃ.ବିଜୟାନନ୍ଦ ସିଂହ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।
ଏହି ସଭାରେ କଟକ ଲୋକସଭା ସାଂସଦ ଶ୍ରୀଯୁକ୍ତ ଭର୍ତୃହରି ମହତାବ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କର୍ମବୀର ଗୌରୀଶଙ୍କର ଜଣେ ଅନୁଷ୍ଠାନ ବୋଲି ବର୍ଣ୍ଣନା କରିବା ସହ କହିଲେ ଯେ ସରକାରୀ ଚାକିରୀରେ ଥାଇ ମଧ୍ୟ କାହାକୁ ଭୃକ୍ଷେପ ନ କରି ସଠିକ୍ ଓ ନିର୍ଭିକ ସମ୍ବାଦ ପରିବେଷଣ କରିପାରୁଥିଲେ। ବିଶେଷ ଭାବେ ଓଡିଆ ଅସ୍ମିତା ହେଉ ଅଥବା ଓଡ଼ିଆ ଭାଷାର ବ୍ୟବହାର ଓ ସୁରକ୍ଷା, ତାଙ୍କର ଏ କ୍ଷେତ୍ରରେ ଅବଦାନକୁ ଯୁବପିଢି ଅନୁକରଣ କରି ଓଡ଼ିଶାର ସ୍ୱାଭିମାନ,ବିକାଶ ଓ ପ୍ରଗତିରେ ସାମିଲ ହେବା ସମ୍ବନ୍ଧରେ ମଧ୍ୟ ମତ ପ୍ରକାଶ କରିଥଲେ।
ମେୟର ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ସିଂହ, କଟକ ସଦର ଉପ ଜିଲ୍ଲାପାଳ, ଶ୍ରୀଯୁକ୍ତ ଦିବ୍ୟଜ୍ୟୋତି ସ୍କୃତିରଞ୍ଜନ ଦେଓ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ପକ୍ଷରୁ ଶ୍ରୀ ଅଭିରାମ ଦାସ,ସମାଜସେବୀ ଲୋକରଞ୍ଜନ ମହତାବ, ଇଂ.ଜଗନ୍ନାଥ ବୋଷ, ଚିତ୍ରଶିଳ୍ପୀ ରବିନାରାୟଣ ରଥ, ତଃ ଗୋବିନ୍ଦ ଚନ୍ଦ୍ର ଚାନ୍ଦ, ବିକାଶ ଘୋଷ, ତୁଷାରକାନ୍ତି ବୋଷ, ମାନସ ରଞ୍ଜନ ପରିଡା, ଚିରଞ୍ଜିତ୍‌ ଓ ତନ୍ମୟଜିତ୍ ପ୍ରମୁଖ ଗୌରୀ ଶଙ୍କର କାର୍ଯ୍ୟାବଳୀ ସମ୍ପର୍କରେ ଆଲୋଚନା କରି ତାଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।ଏହି ସମସ୍ତ କାର୍ଯ୍ୟକୁ ସ୍ମୃତିସଂସଦର ସମ୍ପାଦକ ଇନ୍ଦ୍ରଜିତ ଘୋଷ ପରିଚାଳନା କରିଥିବା ବେଳେ ସଂଗଠନ ସମ୍ପାଦକ ଅଜିତ୍‌ କୁମାର ମହାପାତ୍ର ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ.

କଟକ ଇପିଏ ରୁ ଲଳିତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *