July 2, 2025
Home » କଲା ପଂଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରିଡା ଓ ସାଂସ୍କୃତିକ ଉତ୍ସବ ଉଦ୍‌ଯାପିତ

କଲା ପଂଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରିଡା ଓ ସାଂସ୍କୃତିକ ଉତ୍ସବ ଉଦ୍‌ଯାପିତ

0
debananda

କଲା ପଂଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରିଡା ଓ ସାଂସ୍କୃତିକ ଉତ୍ସବ ମହାସମାରୋହରେ ଉଦ୍‌ଯାପିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଭାସ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦେବଗଡ ଜିଲ୍ଳାପାଳ ଶ୍ରୀଯୁକ୍ତ କବିନ୍ଦ୍ର କୁମାର ସାହୁ ଯୋଗଦାନ କରି ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ସୁନାଗରିକ ହେବା ପାଇଁ ପ୍ରେରଣା ଦେଇଥିଲେ।

ସାମୟିକ ବିଫଳତାରେ ବିବ୍ରତ ନ ହୋଇ ଆଗାମୀ ଦିନ ପାଇଁ ନିଜକୁ ଗଢି ତୋଳିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହି କ୍ରିଡା ଓ ସାଂସ୍କୃତିକ ପ୍ରତିଯୋଗୀତାରେ ବାଳକ ବିଭାଗର ଚମ୍ପିୟାନ ଶ୍ରୀ ଡେଭିଡ୍ ରୋଷନ ବାଙ୍କିରା ଓ ବାଳିକା ବିଭାଗର ଚମ୍ପିୟନ କୁମାରୀ ପ୍ରଜ୍ଞା ଖିଲାରଙ୍କୁ ମୁଖ୍ୟ ଅତିଥି ଜିଲ୍ଳାପାଳ ମହୋଦୟ ଟ୍ରଫି ଓ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ଓ ସଦସ୍ୟମାନେ ଏହି ଉତ୍ସବରେ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଅନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ତଥା ସମସ୍ତ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ କରିଥିଲେ। ପରିଶେଷରେ ପ୍ରଧ୍ୟାପକ ଶ୍ରୀଯୁକ୍ତ ଅରୁଣ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମର ସଫଳତା ପାଇଁ ଅଧ୍ୟକ୍ଷ ସମସ୍ତ ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଦେବଗଡ ଇପିଏ ରୁ ଦେବାନନ୍ଦ ନାଏକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *