December 24, 2025
Home » କଳାହାଣ୍ଡିରୁ ଶୁଭାରମ୍ଭ ହେବ ବହୁ ପ୍ରତିକ୍ଷିତ ନୃତନ “ଅନ୍ତୋଦୟ ଗୃହ ଯୋଜନା” ପ୍ରଥମ ଦଫାରେ ଉପକୃତ ହେବେ ୫୦ ହଜାରରୁ ଉର୍ଦ୍ଧ ହିତାଧିକାରୀ।

କଳାହାଣ୍ଡିରୁ ଶୁଭାରମ୍ଭ ହେବ ବହୁ ପ୍ରତିକ୍ଷିତ ନୃତନ “ଅନ୍ତୋଦୟ ଗୃହ ଯୋଜନା” ପ୍ରଥମ ଦଫାରେ ଉପକୃତ ହେବେ ୫୦ ହଜାରରୁ ଉର୍ଦ୍ଧ ହିତାଧିକାରୀ।

0
WhatsApp Image 2025-03-28 at 12.54.00 PM

କଳାହାଣ୍ଡି ଜିଲ୍ଲା ବିଜେପି ର ସାମ୍ବାଦିକ ସମ୍ମିଳନୀ…..

ଆସନ୍ତା ୩୦ ତାରିଖରେ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଭବାନୀପାଟଣା କୃଷ୍ଣାନଗର ପଡିଆ ଠାରେ ଏକ ବିଶାଳ ଜନସମାବେଶରେ ଅନ୍ତୋଦୟ ଗୃହ ଯୋଜନା ର ଶୁଭାରମ୍ଭ କରିବା ପାଇଁ ଜିଲ୍ଲାକୁ ଆସୁଛନ୍ତି| ରାଜ୍ୟରେ ଭାରତୀୟ ଜନତା ପାର୍ଟୀ ର ସରକାର ଆସିବା ପରେ ବହୁ ଜନହିତକର ଓ ଲୋକାଭିମୁଖୀ କାର୍ଯକ୍ରମ ଗ୍ରହଣ କରୁଛନ୍ତି | ନିର୍ବାଚନ ସମୟରେ କଥା ଦେଇଥିବା ଅନେକ ପ୍ରତିଶୃତି କୁ କାର୍ଯ୍ୟକାରୀ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରତ୍ୟକ୍ଷ ଭାବରେ ଜନସାଧାରଣ ଙ୍କ ସାଙ୍ଗରେ ମିଶୁଛନ୍ତି |

ମହିଳା ମାନଙ୍କ ପାଇଁ ସୁଭଦ୍ରା ଯୋଜନା ହେଉ ଅଥବା କୃଷକ ମାନଙ୍କ ପାଇଁ ୮୦୦ ଟଙ୍କା ଇନ୍ପୁଟ ରିହାତି ଦେବା ପାଇଁ ବିଳମ୍ବ କରିନାହାନ୍ତି | ସରକାରଙ୍କ ବିଭିର୍ନ ଯୋଜନାରେ ସୁଫଳ ପାଇ ପାରୁ ନଥିବା ଗ୍ରାମାଞ୍ଚଳ ର ବିକାଶ ପାଇଁ “ବିକଶିତ ଗାଁ ବିକଶିତ ଓଡ଼ିଶା “ ଭଳି ଏକ ଅଭୂତପୂର୍ବ ଯୋଜନା ର ଶୁଭାରମ୍ଭ କରି ଗ୍ରାମାଞ୍ଚଳ ବିକାଶ କୁ ଏକ ନୂଆ ବାଟ ଦେଖାଇଛନ୍ତି |

ମାନ୍ୟବର ମୋହନ ମାଝୀ ଙ୍କ ଭାରତୀୟ ଜନତା ପାର୍ଟି ସରକାର ଲୋକଙ୍କ ସାଙ୍ଗରେ ରହିଛି ଓ ଲୋକଙ୍କ ପାଇଁ ଯୋଜନା ପ୍ରସ୍ତୁତ କରି ସଫଳ ରୂପାଯନ ପାଇଁ ଅହରହ ଉଦ୍ୟମ ଜାରି ରଖିଛି| ଏଥିରେ କିଛି ଅସହିଷ୍ଟୁ ରାଜନୈତିକ ଦଳ ଯେତେ ବାଡ଼େଇ କଚାଡ଼ି ହେଲେ ସଚେତନ ଓଡ଼ିଶା ର ଜନସାଧାରଣ ସବୁ ଜାଣି ପାରୁଛନ୍ତି |
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବ ରେ ରାଜ୍ୟ ରେ ଭାରତୀୟ ଜନତା ପାର୍ଟି ସରକାର ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ଗରିବ ପରିବାରକୁ ପକ୍କା ଘର ଯୋଗାଇବା ପାଇଁ ସାତ ହଜାର ପାଞ୍ଚ ଶହ ପଚାଶ କୋଟି ଟଙ୍କା ର ବ୍ୟୟ ଅନୁଦାନ ରେ ଚଳିତ ବଜେଟ୍ ରେ ଏକ ନୂଆ ଯୋଜନା “ଅନ୍ତୋଦୟ ଗୃହ ଯୋଜନା” ର ଶୁଭାରମ୍ଭ କରିବାକୁ ଯାଉଛନ୍ତି।

ଚଳିତ ବର୍ଷ ୫୦ ହଜାରରୁ ଉର୍ଦ୍ଧ ହିତାଧିକାରୀଙ୍କୁ ୨୬୦୩ କୋଟି ଟଙ୍କା ବଜେଟ ରେ ଅର୍ଥ ବ୍ୟବସ୍ଥା କରିଛନ୍ତି | ଆସନ୍ତା ତିନି ବର୍ଷରେ ଓଡ଼ିଶା ରାଜ୍ୟ ରେ ୨ ଲକ୍ଷ ୨୫ ହଜାର ପକ୍କା ଘର ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇ ଦିଆଯିବା | ଏହି ଯୁଗାନ୍ତକାରୀ ନୂତନ ପଦକ୍ଷେପ ପାଇଁ ଆସନ୍ତା ତିନି ବର୍ଷରେ ୭ ହଜାର ୫ ଶହ ୫୦ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ପୂର୍ବରୁ କେନ୍ଦ୍ରୀୟ ପ୍ରାୟୋଜିତ ପ୍ରଧାନମନ୍ତ୍ରୀ ଆୱାସ ଯୋଜନା ଗ୍ରାମିନ ସମେତ ବିଭିନ୍ନ ଯୋଜନା ପ୍ରବର୍ତ୍ତନ କରିଥିଲେ ମଧ୍ୟ (PMAY-G) ର ସୀମିତତା (LIMITATION) ହେତୁ ଅନେକ ପରିବାର ଅଛନ୍ତି ଯେଉଁମାନେ ଏହି ଯୋଜନା ଅଧୀନରେ ରହିଯାଇଛନ୍ତି ଓ ପକ୍କା ଘର ପାଇ ପାରୁ ନାହାନ୍ତି | ଅପରପକ୍ଷେ, ସ୍ୱଳ୍ପ ଆୟକାରୀ ପରିବାରମାନଙ୍କୁ ଏହି ଯୋଜନାରେ ମାଗଣା ଘର ଯୋଗାଇ ଦିଆଯିବ ଯାହା ପ୍ରଧାନମନ୍ତ୍ରୀ ଆୱାସ ଯୋଜନା (PMAY-G) ଅଧୀନରେ ନାହିଁ |

ଆସନ୍ତା ୩୦ ତାରିଖରେ ରାଜ୍ୟ ର ଏହି ବହୁ ପ୍ରତିକ୍ଷୀତ ଯୋଜନା ର ଶୁଭାରମ୍ଭ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ୍ ମାଝୀ ନିଜେ କଳାହାଣ୍ଡି ଭଳି ଏକ ଆକାଂକ୍ଷି ଜିଲ୍ଲାର ଭବାନୀପାଟଣା ର କ୍ରୀଷ୍ଣା ନଗର ପଡିଆ ଠାରେ ଉପସ୍ଥିତ ରହି ଶୁଭାରମ୍ଭ କରିବା ପାଇଁ ସ୍ଥିର କରିଥିବାରୁ ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ଆନ୍ତରିକ କୃତଜ୍ଞତା ଓ ଧନ୍ୟବାଦ୍ ଅର୍ପଣ କରାଯାଉଛି ।

ଏହା ବ୍ୟତୀତ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରାୟ ୫ ଶହ କୋଟି ଟଙ୍କାର ନୃତନ ପ୍ରକଳ୍ପ ର ଶିଳାନ୍ୟାସ ଓ ଉଦଘାଟନ ଏହି ଗସ୍ତ ସମୟରେ କରିବା ପାଇଁ ସ୍ଥିର ହୋଇଛି |
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଏହା ପ୍ରଥମ କଳାହାଣ୍ଡି ଗସ୍ତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ କୁ ସଫଳ କରିବା ଓ ବିପୁଳ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ରହିବା ପାଇଁ ଭାରତୀୟ ଜନତା ପାର୍ଟି କଳାହାଣ୍ଡି ଶାଖା ପକ୍ଷରୁ ଅନୁରୋଧ କରାଯାଇଛି |

ଜିଲ୍ଲା ସଙ୍ଗଠନ ର ସମସ୍ତ କର୍ମକର୍ତ୍ତା, ସମସ୍ତ ମୋର୍ଚ୍ଚା ର ସଭାପତି ଓ ଛାମୁଆ ସଂଗଠନ ର କର୍ମକର୍ତ୍ତା, ବରିଷ୍ଠ ସଦସ୍ୟ ସଦସ୍ୟା ଓ ତୃଣମୂଳ ସ୍ତରର କର୍ମୀ ମାନେ ସଂଘବଦ୍ଧ ଭାବେ ମାନ୍ୟବର ମୂଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଙ୍କ ପ୍ରଥମ କଳାହାଣ୍ଡି ଗସ୍ତ କୁ ସଫଳ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି | ଭାରତୀୟ ଜନତା ପାର୍ଟି ସଭାପତି ଶ୍ରୀ ଯୁଗଳ କିଶୋର ପୋଡ଼, ଧର୍ମଗଡ଼ ବିଧାୟକ ଶ୍ରୀ ସୁଧିର ରଞ୍ଜନ ପଟ୍ଟଯୋଷି , ପୂର୍ବତନ ସଭାପତି ସର୍ବଶ୍ରୀଶ୍ରୀ ଭବେନ୍ଦ୍ର ପଣ୍ଡା, ଶ୍ରୀ ଦେବେନ୍ଦ୍ର ମହାନ୍ତି, ଶ୍ରୀ ଆର୍ତ୍ତତ୍ରାଣ ମହାପାତ୍ର, ଉପସଭାପତି ଶ୍ରୀ ପ୍ରଶାନ୍ତ କୁମାର ସାହୁ, ସାଧାରଣ ସମ୍ପାଦକ ଶ୍ରୀ ଜୟ ଶଙ୍କର ନାଏକ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ମଞ୍ଚାସିନ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *