କଳାହାଣ୍ଡି ଉତ୍ସବ ଘୁମୁରା ଅବସର ରେ “ଘୁମୁରା” ପ୍ରତିଯୋଗିତା ।
ଧର୍ମଗଡ:ଧର୍ମଗଡ ଠାରେ ଆୟୋଜିତ ହେଇଥିବା ସମ୍ପ୍ରସାରିତ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ପାଳନ ଅବସର ରେ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ମଧ୍ୟ ରୁ ଛଅ ଗୋଟି ଘୁମୁରା ଦଳ ଏଥିରେ ସାମିଲ ହୋଇ ଥିଲେ । ଉତ୍ସବ କମିଟି ଅଧ୍ୟକ୍ଷା ତଥା ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ ଏହାର ଉଦ୍ଘାଟନ କରିଥିଲେ। ରଜା ମୁଣ୍ଡା ଘୁମୁରା ଦଳ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଚୁରା ଗାଁ ଦଳ ଦ୍ବିତୀୟ ସ୍ଥାନ ହାସଲ କରି ଥିଲେ । ସେହି ପରି ରଙ୍ଗୀନ ଘୁମୁରା ପ୍ରତିଯୋଗିତା ରେ ଘଣ୍ଟି ଗୁଡା ଦଳ ପ୍ରଥମ ଓ ନେଗି ଗୁଡା ଦଳ ଦ୍ବିତୀୟ ସ୍ଥାନ ହାସଲ କରି ଥିଲେ । ବିଚାରକ ମଣ୍ଡଳୀ ରେ କ୍ଷମାନିଧି ସା, ପିତାମ୍ବର ଖମାରୀ , ଅଧ୍ୟାପକ ଗଣପତି ବାଗ, ଅନ୍ତର୍ଯ୍ୟାମୀ ସରାଫ ଓ ରବୀନ୍ଦ୍ର ମୁଣ୍ଡ ଥିଲେ । ଘୁମୁରା କମିଟି ଅଧ୍ୟକ୍ଷ ଗିରୀ ପ୍ରସାଦ ନାଏକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
