October 23, 2025
Home » କଳାହାଣ୍ଡି କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିବା ଦାବି ନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦାବିପତ୍ର ପ୍ରଦାନ

କଳାହାଣ୍ଡି କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିବା ଦାବି ନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦାବିପତ୍ର ପ୍ରଦାନ

0
WhatsApp Image 2024-11-26 at 1.47.55 PM

ପ୍ରାଥମିକ ଶିକ୍ଷା ନିର୍ଦେଶାଳୟର ଚିଠି ପରେ ବି ନିୟମିତ ହୋଇପାରୁ ନାହାନ୍ତି କଳାହାଣ୍ଡିରେ ୨୦୧୮ ମସିହାରେ ନିଯୁକ୍ତି ପାଇଥିବା କନିଷ୍ଠ ଶିକ୍ଷକ। ଯାହାକୁ ନେଇଁ ସେମାନଙ୍କ ମଧ୍ୟରେ ଏବେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏପରି ସ୍ଥଳେ ସୋମବାର ଅପରାହ୍ନରେ କଳାହାଣ୍ଡି କନିଷ୍ଠ ଶିକ୍ଷକ ସଙ୍ଘ ପକ୍ଷରୁ ଭବାନୀପାଟଣାରେ ଏକ ଶୋଭାଯାତ୍ରା କରାଯିବା ସହ ନିୟମିତ କରିବା ଦାବିରେ ଜିଲା ଶିକ୍ଷାଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାର ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ କନିଷ୍ଠ ଶିକ୍ଷୟିତ୍ରୀ ଶିକ୍ଷକ ମାନେ ଅଦ୍ୟାବଧି ୬ ବର୍ଷ ୮ମାସ ପରେ ବି ନିୟମିତ ହୋଇ ନାହାନ୍ତି।

ସରକାରଙ୍କ ନିୟମାନୁଯାୟୀ ୬ ବର୍ଷ ପୁରିଲେ ସେମାନେ ନିୟମିତ ହେବା କଥା ହେଲେ କଳାହାଣ୍ଡି ଜିଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପତ୍ର ସଂଖ୍ୟା ୨୫୨୬୬,ତା ୫.୧୦.୨୪ ଓ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ମେମୋ ପତ୍ର ସଂଖ୍ୟା- ୨୦୮୮୭,ତା ୭.୧୦.୨୪ ଅନୁସାରେ ୧୦୧୬ ଶିକ୍ଷକ ପୋଷ୍ଟ ପ୍ରଦାନ କରି ୬ବର୍ଷ ସମ୍ପୂର୍ଣ୍ଣ କାର୍ଯ୍ୟ କରିଥିବା ସମସ୍ତ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ପାଇଁ ଉଲ୍ଲେଖ କରିଥିଲେ। କଳାହାଣ୍ଡି ଜିଲାରେ ଏହାକୁ କାର୍ଯ୍ୟକାରୀ କରିବାକୁ ଜିଲା ଶିକ୍ଷା ବିଭାଗକୁ ସଂଘ ପକ୍ଷରୁ ବାରମ୍ବାର ନିବେଦନ କରାଯାଇଥିଲା । ହେଲେ ଏ ପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକାରୀ କରାଯାଇନାହିଁ। ସୂଚନା ଅନୁଯାୟୀ, ଶିକ୍ଷାଗତ ଯୋଗ୍ୟତା ର ପ୍ରାମାଣିକ ଯଥାର୍ଥତା ଆସିଲେ ନିୟମିତ କରିବା ପାଇଁ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଥିଲା। ତାହା ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ହୋଇପାରିନାହିଁ । ଶିକ୍ଷାଗତ ଯୋଗ୍ୟତାର ପ୍ରାମାଣିକ ଯଥାର୍ଥତା ଯାଞ୍ଚ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପତ୍ର ସଂଖ୍ୟା ୧୩୨୧୬, ତା ୨୭,୬,୨୦୧୯ ପତ୍ର କରିଛନ୍ତି।

ଏହା କାର୍ଯ୍ୟକାରୀ ହୋଇଥିଲେ ପ୍ରଥମ ଜିଲା ଭାବେ କଳାହାଣ୍ଡିର କନିଷ୍ଠ ଶିକ୍ଷକ ନିୟମିତ ହୋଇଥାନ୍ତେ । କିନ୍ତୁ ଦୁର୍ଭାଗ୍ୟ ଜନକଭାବେ କଳାହାଣ୍ଡି ଜିଲା ଶିକ୍ଷାବିଭାଗ ପକ୍ଷରୁ ଏହାକୁ ୨୦୨୪ ରେ କାର୍ଯ୍ୟକାରୀ କରାଗଲା । ଯାହାର ରିପୋର୍ଟ ଆସିଯାଇଥିଲେ ସୁଦ୍ଧା ନିୟମିତ ପ୍ରକ୍ରିୟା କରାଯାଉନାହିଁ । ଶିକ୍ଷକ ମାରଣା ନୀତି ଭଳି ପ୍ରଥମ ପର୍ଯ୍ୟାୟ ରେ ଯେଉଁ ବିଶ୍ବବିଦ୍ୟାଳୟକୁ ଯାଞ୍ଚ ପାଇଁ ପଠାଯାଇଥିଲା। ଆଉ କିଛି ଶିକ୍ଷକଙ୍କ ସମାନ ବିଶ୍ବବିଦ୍ୟାଳୟକୁ ୧ ସପ୍ତାହ ହେଲା ପଠାଯାଇଛି । ଯାହା ଅହେତୁକ ବିଳମ୍ବ କରିବାପାଇଁ ଏକ ମାଧ୍ୟମ ଭଳି ମନେ ହେଉଛି । ଯାହା କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବ୍ୟତି ବ୍ୟସ୍ତ କରିଛି। ଯେଉଁମାନଙ୍କର ଶତପ୍ରତିଶତ ଆସିଯାଇଛି ଓ ଆପଣଙ୍କ ନିୟମ ପରିସର ଭୁକ୍ତ ହେଉଛନ୍ତି। ସେମାନଙ୍କ ପର୍ଯ୍ୟାୟ କ୍ରମେ ନିୟମିତ କଲେ ଜିଲାରେ କାର୍ଯ୍ୟରତ କନିଷ୍ଠ ଶିକ୍ଷୟିତ୍ରୀ, ଶିକ୍ଷକ ସମେତ ଆମ୍ଭ ପରିବାର ଲୋକେ ଉପକୃତ ହେବୁ ବୋଲି ଦାବି ପତ୍ର ରେ ଉଲ୍ଲେଖ କରିଛନ୍ତି । ଜିଲା ସଭାପତି ଅଭିଷେକ ପଣ୍ଡାଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଜିଲା ସମ୍ପାଦକ ଚନ୍ଦନ ସାହୁ,ସାଧାରଣ ସମ୍ପାଦକ ଦେବଦତ୍ତ ମିଶ୍ର, କାର୍ଯ୍ୟକାରୀ ସଭାପତି ସୁରେଶ କୁମାର ମହାରଣା,ତୃପ୍ତି ରଞ୍ଜନ ନାଥ,କାଲୁ ଚରଣ ମହାରଣା,ସୁସ୍ମିତା ଜେନା, ଉପଦେଷ୍ଟା ଧୀରେନ ପଟ୍ଟନାୟକ,ଜିଲା ସଂଯୋଜିକା ପ୍ରତିଭା ସାହୁ ପ୍ରମୁଖ ସାମିଲ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *