February 3, 2026
Home » କଳାହାଣ୍ଡି ଜିଲାରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୫

କଳାହାଣ୍ଡି ଜିଲାରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୫

0
WhatsApp Image 2025-12-13 at 5.37.49 PM

୨୯୧୧ ଟି ମାମଲା ଫଇସଲା।

କଳାହାଣ୍ଡି ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ଚଳିତ ବର୍ଷର ଶେଷ ଓ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଶନିବାର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନସେବା ପ୍ରାଧ‌ିକରଣ ଅଧ୍ୟକ୍ଷ ଶ୍ରୀ ଅନୁପ ରଞନ ପଟ୍ଟନାୟକ ଓ ସଚିବ ସ୍ନିଗ୍‌ଧା ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ବିଭିନ୍ନ ଅଦାଲତରେ ୨୯୧୧ ଟି ମାମଲା ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ୩,୨୨,୫୦,୫୮୬ ଟଙ୍କା ପ୍ରଦାନ କରାଯାଇଥିଲା।ତନ୍ମଧ୍ୟରୁ ୧୯ଟି ମୋଟରଯାନ ଦୁର୍ଘଟଣା ଜନିତ ମାମଲାର ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ଟ.୧,୮୧,୮୦,୦୦୦ ଙ୍କା ପ୍ରଦାନ କରାଯାଇଥିଲା। ସେହିପରି ପାରିବାରିକ ବିବାଦ ଜନିତ ମକଦ୍ଦମା ୪ ଗୋଟି ଫଇସଲା କରାଯାଇଥିଲା। ଦେୱାନି ମକଦ୍ଦମା ୧୭ଟି ଫଇସଲା କରାଯାଇ ଟ.୨,୦୦,୦୦୦|- ଙ୍କା ଆଦାୟ କରାଯାଇଥିଲା । ବିଚାର ଯୋଗ୍ୟ ୨୦୭ଟି ଫୌଜଦାରି ମକଦ୍ଦମା ଫଇସଲା କରାଯାଇଥିଲା ଏହାସହ ଏନ୍‌ଆଇ ଆକ୍ଟ ମାମଲା(୧୩୮) ୧୫ଟି ଫଇସଲା କରାଯାଇ ଟ.୩୨,୬୦,୨୬୫|-ଙ୍କା ଆଦାୟ କରାଯାଇଥିଲା । ରାଜସ୍ୱ ମକଦ୍ଦମା ୨୦୨୬ ଟି ଫଇସଲା କରାଯାଇ ଟ.୬୭,୮୩୫/- ଆଦାୟ କରାଯାଇଥିଲା । ଲୋକ ଉପଯୋଗି ସେବା ସମ୍ବନ୍ଧୀୟ ୧୬ଟି ମକଦ୍ଦମାର ଫଇସଲା କରାଯାଇ ୧୨,୦୦୦| ଟଙ୍କା ଆଦାୟ କରାଯାଇଥିଲା।୬୦୭ ଟି ପ୍ରାକ୍ ମକଦ୍ଦମା ସମ୍ବନ୍ଧୀୟ ମାମଲାର ଫଇସଲା କରାଯାଇ ଟ.୧,୦୫,୩୦,୪୮୬|-ଙ୍କ ଆଦାୟ କରାଯାଇଥିଲା। ଏହି ଲୋକ ଅଦାଲତରେ ଜିଲ୍ଲା ଜଜ୍ ତଥା ସଦସ୍ୟ ପ୍ରଥମ ମୋଟରଯାନ ଦୁର୍ଘଟଣା ନ୍ୟାୟାଧିକାରୀ ଅନୁପ ରଞନ ପଟ୍ଟନାୟକ, ଭିଜଲାନ୍ସ ଜଜ୍ ବଦ୍ରି ନାରାୟଣ ନନ୍ଦ,ପରିବାର ଅଦାଲତ ଜଜ୍, ରାଜଶ୍ରୀ ମହାପାତ୍ର, ମୁଖ୍ୟ ବିଚାର ବିଭାଗିୟ ମାଜିଷ୍ଟ୍ରେଟ ପଦ୍ମଲୋଚନ ବଡଜେନା ଓ ଅନ୍ୟାନ୍ୟ ମାଜିଷ୍ଟ୍ରେଟ୍ର ଉପସ୍ଥିତ ରହି ନିଜ ନିଜ ଅଦାଲତ ପରିଚାଳନା କରିଥିଲେ।

କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *