July 1, 2025
Home » କଳାହାଣ୍ଡି ର ବରିଷ୍ଠ ସାମ୍ବାଦିକ ବିଜୟ ଦ୍ବିବେଦୀ ଙ୍କ ପରଲୋକ। ଧର୍ମଗଡ ସାମ୍ୱାଦିକ ସଙ୍ଘ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି…

କଳାହାଣ୍ଡି ର ବରିଷ୍ଠ ସାମ୍ବାଦିକ ବିଜୟ ଦ୍ବିବେଦୀ ଙ୍କ ପରଲୋକ। ଧର୍ମଗଡ ସାମ୍ୱାଦିକ ସଙ୍ଘ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି…

0
WhatsApp Image 2024-10-22 at 1.07.31 PM (1)

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ର ବରିଷ୍ଠ ସାମ୍ବାଦିକ ବିଜୟ ଦ୍ଵିବେଦୀ ୬୬ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଗତକାଲି ଦେହ ଅସୁସ୍ଥ ହେବା ପରେ ସେ ମେଡିକାଲ ରେ ଭର୍ତ୍ତି ହୋଇଥିଲେ ହେଲେ ଆଜି ସକାଳୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ସେ ଦୀର୍ଘ ୫୦ ବର୍ଷ ଧରି ପ୍ରଗତିବାଦୀ,ପ୍ରଜାତନ୍ତ୍ର ଓ ସମାଜ ସମେତ ବିଭିନ୍ନ ଖବର କାଗଜ ରେ ସାମ୍ବାଦିକତା କରି ଲୋକପ୍ରିୟ ହୋଇଥିଲେ।କଳାହାଣ୍ଡିର ବାସ୍ତବ ଚିତ୍ରକୁ ଲୋକ ଲୋଚନକୁ ଆଣି ସେ ସମ୍ମାନଜନକ ଗ୍ରାମାଞ୍ଚଳ ଷ୍ଟେଟ ମ୍ୟାନ ଆୱାର୍ଡରେ ସମ୍ମାନିତ ହୋଇଥଲେ। ଏହା ବ୍ୟତୀତ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଧାନାଥ ରଥ ସ୍ଵର୍ଣ୍ଣ ପଦକ, ସି ଆର ଇରାନୀ ଆୱାର୍ଡ ସମେତ ସେ ବହୁ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ ହୋଇଥିଲେ।

ତାଙ୍କର ବିୟୋଗ ରେ କଳାହାଣ୍ଡି ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି।ଭବାନୀପାଟଣା ସହରର ଅନେକ ସ୍ବେଛାସେବୀ ଅନୁଷ୍ଠାନ, ଶୁଭେଚ୍ଛୁ, ରାଜନେତା, ବରିଷ୍ଟ ନାଗରିକ ତାଙ୍କର ଅନ୍ତିମ ସଂସ୍କାର ରେ ସାମିଲ ହୋଇଥିଲେ।
ଏନେଇ ଆଜି ଧର୍ମଗଡ ସାମ୍ୱାଦିକ ସଙ୍ଘ ପକ୍ଷରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଓ ଡାକ ବଙ୍ଗଳା ଠାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ସାହୁ, ବିରଞ୍ଚି ନାରାୟଣ ଜାଲ, ବୈଦ୍ୟ ନାଥ ବେହେରା, ଅଂଶୁମାନ ପାତ୍ର, ଇଙ୍ଗିତ ପଣ୍ଡା, ଲକ୍ଷ ଜ୍ୟୋତି ଜାଲ, ଉମେଶ ଦୁରିଆ, ଚନ୍ଦ୍ର ଲହଜଲ, ହେମନ୍ତ କୁମାର ମାଝୀ, ବିଶ୍ବ ରଞ୍ଜନ ପାତ୍ର, ହିମାଂଶୁ ପଣ୍ଡା, ମହେନ୍ଦ୍ର ନାଏକ, ସୌମ୍ୟ ରଞ୍ଜନ ନାଏକ, ଢଗ ନାଏକ ପ୍ରମୁଖ ଉକ୍ତ ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗଦେଇ ସ୍ବର୍ଗତ ବିଜୟ ଦ୍ଵିବେଦୀ ଙ୍କ ଅମର ଆତ୍ମାର ସଦଗତି କାମନା କରିଥଲେ।

Leave a Reply

Your email address will not be published. Required fields are marked *