କଳିଙ୍ଗ ବାଲିଯାତ୍ରାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଲେ ଏଡିଏମ
ସମୟ ବିଳମ୍ବ ନେଇ ଅସନ୍ତୋଷ ପ୍ରକାଶକରି ଗଣମାଧ୍ୟମ ପ୍ରତିନିଧି ବୈଠକକୁ ବୟକଟ କଲେ
ପାରାଦୀପ, : କଳିଙ୍ଗ ବାଲିଯାତ୍ରାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ଅଛି।ଏନେଇ ଆଜି ଅପରାହ୍ନରେ ପାରାଦୀପ ଏଡିଏମ ନିରଞ୍ଜନ ବେହେରା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ପ୍ରଦାନ କରିଛନ୍ତି।ଉକ୍ତ ବୈଠକରେ ଏଡିଏମଙ୍କ ସମେତ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା, ଜିଲ୍ଲା ପବ୍ଲିକି ରିଲେସନ ଅଫିସର ପ୍ରତିଚି ତନୟା ମହାନ୍ତି, ପାରାଦୀପ ଆଦର୍ଶ ଥାନା ଅଧିକାରୀ କାବୁଲି ବାରିକ ପ୍ରମୁଖ ଉପସ୍ଥିତ ଥିଲେ।ଆସନ୍ତା ୪ ତାରିଖ ରୁ ଆରମ୍ଭ ହେବାକୁ ଥିବା କଳିଙ୍ଗ ବାଲିଯାତ୍ରା ମହୋତ୍ସବ କାର୍ଯ୍ୟକ୍ରମ ଉପରେ ଏଡିଏମ ବିସ୍ତୃତ ଭାବେ ଗଣମାଧ୍ୟମକୁ ଅବଗତ କରାଇ ଥିଲେ।ପ୍ରଶାସନ ପକ୍ଷରୁ କଳିଙ୍ଗ ବାଲିଯାତ୍ରାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।ଗତକାଲି ଜିଲ୍ଲାପାଳ, ଏସ୍ପି ଓ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନେ ଆସି ତଦାରଖ କରି ଫେରିଯାଇଛନ୍ତି।ପର୍କିଙ୍ଗ ସ୍ଥାନ, ମଞ୍ଚ, ପାନୀୟ ଜଳ, ବସିବା ଓ ଶୌଚାଳୟ ଆଦି ଠିକ ଭାବେ କରାଯାଇଛି ନାଁ ନାହିଁ, ଯେପରି ଜନସାଧାରଣଙ୍କର ଅସୁବିଧା ନହୁଏ, ସମସ୍ତ ପ୍ରକାର ବନ୍ଦୋବସ୍ତ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନେ ଆସି ସମୀକ୍ଷା କରିଛନ୍ତି।ସ୍ଥାନୀୟ ଅଧିକାରୀ ମାନେ ମଧ୍ୟ ସେମାନଙ୍କ ସହିତ ଉପସ୍ଥିତ ଥିଲେ।ଜନ ସାଧାରଣ କିଭଳି ପରିବାର ସହିତ ବୁଲି ବାଲିଯାତ୍ରା କୁ ଉପଭୋଗ କରିବେ ସବୁ ପ୍ରକାର ପ୍ରସ୍ତୁତି ସରିଛି। ବାଲିଯାତ୍ରା ପଡିଆ ମଧ୍ୟରେ ୭୦ ଟି ସିସିଟିଭି ର ବ୍ୟବସ୍ଥା କରାଯାଇଛି।୧୦ ପ୍ଲାଟୁନ ପୋଲିସ ଫୋର୍ସ ର ମଧ୍ୟ ବ୍ୟବସ୍ଥା କରାଯାଇଛି। ପ୍ରସିଦ୍ଧ କଳିଙ୍ଗ ବାଲିଯାତ୍ରା ଜିଲ୍ଲାର ତଥା ଓଡ଼ିଶାର ପ୍ରସିଦ୍ଧ ଅର୍ଜନ କରିଥିବା ପାରାଦୀପ ର କଳିଙ୍ଗ ବାଲିଯାତ୍ରା ୪ ରୁ ଆରମ୍ଭ ହୋଇ ୧୦ ରେ ଶେଷ ୭ ଦିନ ଧରି ଚାଲିବ। ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକାମଳରେ ଏହା ଉଦ୍ଧଘାଟିତ ହେବ| ତେବେ ପରମ୍ଭରୁ ବୈଠକ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ଵ ସୂଚନା ଅନୁଯାଇ ଅପରାହ୍ନ ୩ ଟା ସମୟ ଦେଇଥିବା ବେଳେ ଗଣମାଧ୍ୟମ ପ୍ରତିନିଧି ମାନେ ନିର୍ଦ୍ଧିଷ୍ଟ ସମୟରେ ସଭା ଗୃହରେ ପହଂଚି ଥିଲେ ମଧ୍ୟ ପ୍ରଶାସନିକ ଅଧିକାରି ମାନେ ୪ ଟା ସମୟରେ ପହଂଚି ବାକୁ ନେଇ ବହୁ ଗଣମାଧ୍ୟମ ପ୍ରତିନିଧି ଅସନ୍ତୋଷ ପ୍ରକାଶ କରିବା ସହିତ ସଭାଗୃହରୁ ବାହାରି ଆସିବା ସହିତ ବୈଠକକୁ ବୟକଟ କରିଥିଲେ |ପ୍ରଶାସନିକ ଅଧିକାରିମାନେ କିଛି ନିର୍ଦ୍ଧିଷ୍ଟ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧରି ଆଜିର ବୈଠକ ଶେଷ କରିଥିଲେ |
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
