November 12, 2025
Home » କଳିଙ୍ଗ ବାଲିଯାତ୍ରା ର ଦ୍ୱିତୀୟ ସନ୍ଧ୍ୟା

କଳିଙ୍ଗ ବାଲିଯାତ୍ରା ର ଦ୍ୱିତୀୟ ସନ୍ଧ୍ୟା

0
WhatsApp Image 2025-11-06 at 4.02.48 PM (1)

ମିୟୁଜକାଲ ନାଇଟ କାର୍ଯ୍ୟକ୍ରମରେ ପ୍ରଜ୍ଞା ହୋତା ଙ୍କ କଳା ପ୍ରଦର୍ଶନ ବେଶ ଆକର୍ଷଣୀୟ ଥିଲା

ପାରାଦୀପ :  କଳିଙ୍ଗ ବାଲିଯାତ୍ରା ର ଦ୍ୱିତୀୟ ସନ୍ଧ୍ୟା ସ୍ଥାନୀୟ ବାଲିଯାତ୍ରା ପଡ଼ିଆରେ ମହାସମାରୋହରେ ପାଳିତ ହୋଇଯାଇଅଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ, ଜଗତସିଂହପୁର ଜ୍ୟୋତି ଶଙ୍କର ରାୟ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ୟୁଏସଆର ରାଜୁ, ପ୍ଲାଣ୍ଟ ହେଡ, ପାରାଦୀପ ପେଲେଟ ପ୍ଲାଣ୍ଟ, ଏଏମ/ଏନଏସ, ପାରାଦୀପ, ସମ୍ମାନିତ ଅତିଥି ଭାବେ ରାଜେଶ ନାୟକ, ଟର୍ମିନାଲ ମୁଖ୍ୟ ପିଆଇସିଟି ଓ ପୌର ପରିଷଦ ର କାର୍ଯ୍ୟ ନିର୍ବାହୀଅଧିକାରୀ ଅଭିଷେକ ପଣ୍ଡା ଯୋଗ ଦେଇ କଳିଙ୍ଗ ନୋ ବାଣିଜ୍ଯ ର ସ୍ମୃତି ଚାରଣ କରିଥିଲେ ।

ସନ୍ଧ୍ୟାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଶ୍ରାବଣୀ କଳା ନିକେତନ, ପାରାଦୀପ ଗଡ଼, କିଡଜ ଏଫୋର୍ଟ ଡ୍ୟାନ୍ସ ଷ୍ଟୁଡିଓ, ତାରିଣୀ ଗଡା, ପାରାଦୀପ, ତ୍ରିରଙ୍ଗା ଡ୍ୟାନ୍ସ ଏକାଡେମୀ ମଧୁବନ, ପାରାଦୀପ, ବିଜୁ ପଟ୍ଟନାୟକ ଗାନ୍ଧର୍ବ କଳା ମନ୍ଦିର ସିଏଚ କଲୋନୀ, ନିତ୍ୟପ୍ରଜ୍ଞା ଚାରିଟେବୁଲ ଟ୍ରଷ୍ଟ , କଟକ, ବାସୁଦେଵନୃତ୍ୟ କଳା ଏକାଡେମୀ, ନାଉଗାଁ, ନୃତ୍ୟାଙ୍ଗନା ଓଡିଶୀ ଡ୍ୟାନ୍ସ ଏକାଡେମୀ, ଭୁବନେଶ୍ୱର, ଶ୍ରୀ କଳା ମନ୍ଦିର, କଟକ, ନାଟ ସୂତ୍ର ରିସର୍ଚ୍ଚ ଆଣ୍ଡ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ, କଟକ ଓ ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ନର୍ତ୍ତକୀ ନୃତ୍ୟ ଏକାଡେମୀ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା।ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଜ୍ଞା ହୋତାଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ସବୁଠାରୁ ବେଶ ଆକର୍ଷଣୀୟ ଥିଲା।ତାଙ୍କ କଣ୍ଠ ଦାନରେ ଉପସ୍ଥିତ ଦର୍ଶକ ଝୁମିଥିଲେ।ଆଜି ଦ୍ୱିତୀୟ ସନ୍ଧ୍ୟାରେ ସେପରି ଜନ ଗହଳି ନଥିଲା।ବହୁ ଷ୍ଟଲ ଫାଙ୍କା ପଡିଥିବା ଦେଖିବାକୁ ମିଳିଥିଲା। ଜିଲ୍ଲା ଆଇନି ସେବା ପ୍ରାଧିକରଣ ଷ୍ଟାଲକୁ ଜଗତସିଂହପୁର ଜିଲ୍ଲା ଜଜ ଉଦଘାଟନ କରିଥିଲେ।

 

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *