December 26, 2025
Home » କଳିଙ୍ଗ ବାଲିଯାତ୍ରା ର ଷଷ୍ଠ ସନ୍ଧ୍ୟା
WhatsApp Image 2025-11-10 at 5.20.31 PM

ଅନନ୍ୟା ଶ୍ରୀତମ ନନ୍ଦଙ୍କ ସଂଗୀତ ଶ୍ରୋତାଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଲା

ଖଚାଖଚ ଭିଡ ସାଙ୍ଗକୁ କୋରାପୁଟର ଢେମ୍ସା ନୃତ୍ୟ ଓ ଆନ୍ଦ୍ରପ୍ରଦେଶର କୁଚିପୁଡି ନୃତ୍ୟ ଦର୍ଶକଙ୍କ ମନ ମୋହିଲା

ପାରାଦୀପ,:  କଳିଙ୍ଗ ବାଲିଯାତ୍ରାର ଷଷ୍ଠ ସନ୍ଧ୍ୟା | ଆଉ ଗୋଟିଏ ଦିନ ବାକି ଥିବା ବେଳେ ଦିନ ୩ ଟାରୁ ଧୀରେ ଧୀରେ ଭିଡ ହୋଇ ଆସୁଥିବା ବେଳେ ସନ୍ଧ୍ୟା ବେଳକୁ ପାରାଦୀପ ବିଜୁ ମଇଦାନରେ ଖଚାଖଚ ଭିଡ ଦେଖିବାକୁ ମିଳିଥିଲା।ଶେଷ ଦିନ ପୂର୍ବରୁ ତଥା ରବିବାର ଦିନ ଦର୍ଶକଙ୍କ ସମାଗମ ଅସତୀତ୍ୱ ଠାରୁ ଅଧିକ ଥିଲା | ଷଷ୍ଠ ସନ୍ଧ୍ୟା ରେ ଆୟୋଜିତ ସାଂସ୍କୃତିକ ସଭାରେ ନିରଞ୍ଜନ ବେହେରା ଅତିରିକ୍ତ ଜିଲ୍ଲାପାଳ ପାରାଦ୍ୱୀପ ତଥା ଉପସଭାପତି କଳିଙ୍ଗ ବାଲିଯାତ୍ରା କମିଟିଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଅଶୋକ କୁମାର ସାହୁ, ଆର୍ଥିକ ପରାମର୍ଶଦାତାତଥା ମୁଖ୍ୟ ହିସାବ ଅଧିକାରୀ ପାରାଦ୍ୱୀପ ବନ୍ଦର, ସମ୍ମାନିତ ଅତିଥି ଭାବେ ଅଭିଷେକ ପଣ୍ଡା, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ପାରାଦ୍ୱୀପ ପୌର ପରିଷଦ, ଅନ୍ୟ ତମ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସ୍ମୃତି ରଞ୍ଜନ କର ପ୍ରମୁଖ ଯୋଗ ଦେଇ ଉତ୍କଳର ନୌ ବାଣିଜ୍ୟ ଓ ପରମ୍ପରା କୁ ବଜାଇ ରଖିବା ଆମର ଦାୟିତ୍ୱ ଓ କର୍ତ୍ତବ୍ୟ ବୋଲି କହିଥିଲେ। ଏହି ବାଲିଯାତ୍ରାର କାୟା ବୃଦ୍ଧି ପାଇବାରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ |

ମଞ୍ଚାସିନ ଅତିଥି ମାନଙ୍କ ଦ୍ଵାରା ରତିକାନ୍ତ ନାୟକ ମୁଖ୍ୟ ପରିଚାଳକ କପରେଟ ସମ୍ପର୍କ ଏବଂ ଯୋଗାଯୋଗ ଅଧିକାରୀ ପାରାଦ୍ୱୀପ ବନ୍ଦର, ବିଶ୍ୱ ଭୂଷଣ ପଟ୍ଟନାୟକ ପରିଚାଳକ, ପବ୍ଲିକ ରିଲେସନ ଅଧିକାରୀ, ଜେ ଏସ ଡ଼ବ୍ଲୁ, ପାରାଦ୍ୱୀପ, ପାରାଦ୍ୱୀପ ଏନ ସି ସି ଆଲୁମୁନି, ବାଲିଯାତ୍ରାର ଘୋଷିକା ଜୟଶ୍ରୀ ପତିଙ୍କୁ ବିଭିନ୍ନ କ୍ଷେତ୍ରରେ ଉକୃଷ୍ଟ ସେବା ପାଇଁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା | ଆଜି ସକାଳ ଅଫିସର କ୍ଲବ ପରିସରରେ କବି ସମିଳନୀ ଅନୁଷ୍ଠିତ ହୋଇଥିଲା |

ଆସନ୍ତା କାଲି ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଓଡିଶାର ମହାମହିମ ରାଜ୍ୟପାଳ ଡ଼ ହରି ବାବୁ କମ୍ଭମ୍ ପାଟି ଯୋଗ ଦେବାର କାର୍ଯ୍ୟକ୍ରମ ଅଛି ଏବଂ ଏଥି ସହିତ ବଲ୍ଲୀଉଡ଼ ସଂଗୀତଜ୍ଞ ଅଙ୍କିତ ତିୱାରୀ ନିଜର ସ୍ୱରରେ ସମସ୍ତଙ୍କୁ ମତୁଆଲା କରିବାକୁ ଆସୁଛନ୍ତି | ଯେହେତୁ ଆଜି ରବିବାର ସମସ୍ତ ଙ୍କ ନଜର ଆମିଷ ଖାଦ୍ୟ ଉପରେ ଥିଲା, ତେଣୁ ସପରିବାର କଳିଙ୍ଗ ବାଲିଯାତ୍ରା ବୁଲିବା ସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦେଖିବା ଓ ଆମିଷ ଖାଇବାର ମଜା ନେଇଥିଲେ। ପିଲାଙ୍କ ମନୋରଞ୍ଜନ ପାଇଁ ଦୋଳି ଓ ବିଭିନ୍ନ ପ୍ରକାରର ଖେଳ ପଡ଼ିଥିବାରୁ ପିଲାମାନେ ତାର ଫାଇଦା ଉଠାଇଥିଲେ।ଓରମାସ ଷ୍ଟଲ ରେ  ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା। ଯାତ୍ରାରେ ବ୍ୟବସାୟୀ ଙ୍କର ଭଲ ବ୍ୟବସାୟ ହୋଇଥିବା ଜଣାପଡିଛି। ଆଜିର ମୁଖ୍ୟ ଆକର୍ଷଣ ଅନନ୍ୟା ଶ୍ରୀତମ ନନ୍ଦଙ୍କ ଓ ସାଥୀଙ୍କ ସଂଗୀତ ଶ୍ରୋତାଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା | ପ୍ରଶାସନ ଶାନ୍ତି ଶୃଙ୍ଖଳା ଉପରେ ତୀକ୍ଷ୍ଣ ନଜର ରଖିଛି |

 

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *