କଳିଙ୍ଗ ବାଲିଯାତ୍ରା’ ୨୦୨୫ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ପାରାଦ୍ଵୀପ: ସ୍ଥାନୀୟ ଅଫିସରସ କ୍ଳବ୍ ଠାରେ କଳିଙ୍ଗ ବାଲିଯାତ୍ରା ୨୦୨୫ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ତଥା, ଅଧ୍ୟକ୍ଷ, କଳିଙ୍ଗ ବାଲିଯାତ୍ରା ପରିଚାଳନା କମିଟି, ଶ୍ରୀ ଜେ ସୋନାଲ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକ ରେ ମାନ୍ୟବର ମନ୍ତ୍ରୀ ଶିଳ୍ପ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଙ୍କିତ କୁମାର ବର୍ମା,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ , ପାରାଦ୍ଵୀପ ତଥା କଳିଙ୍ଗ ବାଲିଯାତ୍ରା ପରିଚାଳନା କମିଟି ଉପାଧ୍ୟକ୍ଷ ଶ୍ରୀ ନିରଞ୍ଜନ ବେହେରା, ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ ,ପାରାଦ୍ଵୀପ ପୌର ପରିଷଦ ଅଧ୍ୟକ୍ଷ ଶ୍ରୀ ବସନ୍ତ କୁମାର ବିଶ୍ବାଳ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ପାରାଦ୍ଵୀପ, ତହସିଲଦାର କୁଜଙ୍ଗ, ପୌର ନିର୍ବାହୀ ଅଧିକାରୀ ଶ୍ରୀ ଅଭିଷେକ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଆସନ୍ତା ନଭେମ୍ବର ୪ ତାରିଖ ରୁ ୧୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା କଳିଙ୍ଗ ବାଲିଯାତ୍ରା ୨୦୨୫ର ପ୍ରସ୍ତୁତି ବିଷୟ ରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ।

ମନ୍ତ୍ରୀ ଶ୍ରୀ ସ୍ୱାଇଁ କଳିଙ୍ଗ ନୌବାଣିଜ୍ୟ ର ପ୍ରତୀକ ବାଲିଯାତ୍ରା କୁ ଭବ୍ୟ ଓ ଉତ୍ସବ ମୁଖର କରିବାକୁ ସମସ୍ତଙ୍କର ସହଯୋଗ କାମନା କରିଥିଲେ।ଜିଲ୍ଲାପାଳ ଗତବର୍ଷ ଅପେକ୍ଷା ଏ ବର୍ଷ ଆହୁରି ସୁନ୍ଦର ଭାବେ ବାଲିଯାତ୍ରା ଅୟୋଜନ ଉପରେ ଗୁରୁତ୍ବ ଦେଇଥିଲେ। ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଙ୍କିତ କୁମାର ବର୍ମା ଶାନ୍ତି ଶୃଙ୍ଖଳା ର ସହ ଏହି ଉତ୍ସବ ପାଳନ କରିବା ପାଇଁ ଉପଡେଶ ଦେଇଥିଲେ। ପାରାଦ୍ଵୀପ ପୌର ପରିଷଦ ଅଧ୍ୟକ୍ଷ ଶ୍ରୀ ବସନ୍ତ କୁମାର ବିଶ୍ଵାଳ କଳିଙ୍ଗ ବାଲିଯାତ୍ରା ଓଡ଼ିଶା ଐତିହ୍ୟ ର ମୁକସାକ୍ଷୀ ବୋଲି କହିଥିଲେ। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ସୁନ୍ଦର ଭାବେ ଏହାର ପାଳନ କରାଯିବ।ଏଥି ନିମନ୍ତେ ଉଦ୍ଦିଷ୍ଟ ସମସ୍ତ ସବ କମିଟି ର କାର୍ଯ୍ୟକାରୀ ବୈଠକ ଡାକି କାମକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ବୈଠକ ରେ କଳିଙ୍ଗ ବାଲିଯାତ୍ରା ର ର ମଞ୍ଚ ନିର୍ମାଣ,ଅତିଥି ଚୟନ, ଶାନ୍ତି ଶୃଙ୍ଖଳା ରକ୍ଷା, ଟ୍ରାଫିକ ନିୟନ୍ତ୍ରଣ,ଆୟ ବ୍ୟୟ, ୫ ଦିନର କାର୍ଯ୍ୟସୂଚୀ , ସାଂସ୍କୃତିକ କାର୍ଯ୍ୟକ୍ରମ, ପାନୀୟ ଜଳ ଯୋଗାଣ, ଅସ୍ଥାୟୀ ଶୌଚାଳୟ ନିର୍ମାଣ, ବିଦ୍ୟୁତିକରଣ, ଆଦି ବିଷୟ ରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା। ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଉପସ୍ଥିତ ସମସ୍ତ ଅଧିକାରୀ ଙ୍କୁ ନିଜ ନିଜ ର ଦାୟିତ୍ଵ ସୂଚାରୁ ରୂପେ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ । ବୈଠକ ର ପ୍ରାରମ୍ଭ ରେ ଅତିରିକ୍ତ ଜିଲ୍ଲାପାଳ ପାରାଦ୍ଵୀପ, ତଥା କଳିଙ୍ଗ ବାଲିଯାତ୍ରା ପରିଚାଳନା କମିଟି ର ଉପାଧ୍ୟକ୍ଷ ଶ୍ରୀ ନିରଞ୍ଜନ ବେହେରା ସ୍ଵାଗତ ଭାଷଣ ଓ କାର୍ଯ୍ୟ ସୂଚୀ ଅନୁଯାୟୀ ବୈଠକ କୁ ଆଗେଇ ନେଇଥିଲେ ଓ ଶେଷରେ ପାରାଦ୍ଵୀପ ପୌର ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ଅଭିଷେକ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ବୈଠକ ରେ କମିଟି ର ସମସ୍ତ ସଦସ୍ୟ ସଦସ୍ୟା, ବିଭିନ୍ନ ଶିଳ୍ପ ଅନୁଷ୍ଠାନ ର କର୍ମକର୍ତ୍ତା, ବିଭାଗୀୟ ଅଧିକାରୀ, ସହର ର ବୁଦ୍ଧିଜୀବି ତଥା ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ
