November 12, 2025
Home » କଳିଙ୍ଗ ବାଲିଯାତ୍ରା ୨୦୨୫ ର ତୃତୀୟ ସନ୍ଧ୍ୟା

କଳିଙ୍ଗ ବାଲିଯାତ୍ରା ୨୦୨୫ ର ତୃତୀୟ ସନ୍ଧ୍ୟା

0
WhatsApp Image 2025-11-07 at 3.16.14 PM

 

ପାରାଦୀପ :  କଳିଙ୍ଗ ବାଲିଯାତ୍ରା ର ତୃତୀୟ ସନ୍ଧ୍ୟା ସ୍ଥାନୀୟ ବାଲିଯାତ୍ରା ପଡ଼ିଆରେ ମହାସମାରୋହରେ ପାଳିତ ହୋଇଯାଇଅଛି। ଏହି ଅବସରରେ ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ରାଉତ ସଭାରେ ଅଧ୍ୟକ୍ଷତା ରେ ଆୟୋଜିତ ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥି ଭାବେ ଇଫକୋ ପାରାଦୀପ ୟୁନିଟ ର ମୁଖ୍ୟ କାରଖାନା ଅଧିକାରୀ ପିକେ ମହାପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପାରାଦୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସ୍ମୃତି ରଞ୍ଜନ କର, ଜେଏସଡବ୍ଲୁ ଉତ୍କଳ ର ସହକାରୀ ଉପସଭାପତି ତଥା ଲୋକସମ୍ପର୍କ ପ୍ରଶାସନ ର ମିତ୍ରଭାନୁ ଚୌଧୁରୀ, ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ତଥା ବାଲିଯାତ୍ରା କମିଟିର ଉପାଧ୍ୟକ୍ଷ ନିରଞ୍ଜନ ବେହେରା ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ । ଇଫକୋ ପାରାଦୀପ ୟୁନିଟ ର ଲୋକସମ୍ପର୍କ ଅଧିକାରୀ ପ୍ରସନ୍ନ ବେଉରାଙ୍କୁ କଳିଙ୍ଗ ବାଲିଯାତ୍ରା କମିଟି ପକ୍ଷରୁ ସାମ୍ନାନୀତ କରାଯାଇ ଥିଲା | ଏହି ଅବସରରେ ଅପରାହ୍ନ ୫ଟା ରୁ ମଞ୍ଚ ପରିଚାଳନା କାର୍ଯ୍ୟକ୍ରମ କରାଯାଇଥିଲା।ଭଜନ ସନ୍ଧ୍ୟା, ଓଡିଶୀ ନୃତ୍ୟ ସମ୍ବଲପୁରୀ ନୃତ୍ୟ, ଲୋକନୃତ୍ୟ, ଆଧୁନିକ ନୃତ୍ୟ, ମ୍ୟାଜିକ, ମାହାରୀ ନୃତ୍ୟ, ଘୁମୁରା ନୃତ୍ୟ ଓ ମିୟୁଜିକାଲ ନାଇଟ ଆଦି କାର୍ଯ୍ୟକ୍ରମ ରେ ମଞ୍ଚ ଦୁଲିକି ଥିଲା। ଆରମ୍ଭରୁ ମଞ୍ଚ ସମ୍ମୁଖରେ ଦର୍ଶକ ଙ୍କ ଆଶାତୀତ ଉପସ୍ଥିତ ସମସ୍ତ ଙ୍କୁ ଚକିତ କରିଥିଲା।ସନ୍ଧ୍ୟା ପରେ ଧୀରେ ଧୀରେ ଲୋକଙ୍କ ଗହଳି ବଢିଥିଲା। ଆଜିର ସାଂସ୍କୃତିକ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ଅନ୍ତରା ଚକ୍ରବତ୍ତି ଓ ଗ୍ରୁପ | ମ୍ୟୁଜିକାଲ ବ୍ୟାଣ୍ଡ ର ସଙ୍ଗୀତ ଦର୍ଶକ ମାନଙ୍କୁ ବିମୋହିତ କରିଥିଲା।


ଆଜି ଗୁରୁବାର ଥିବାରୁ ଆମିଷ ଦୋକାନ ଅପେକ୍ଷା ସାଧା ଖାଇବା ଦୋକାନରେ ବେଶୀ ଭିଡ଼ ପରିଲକ୍ଷିତ ହେଉଥିଲା |ବିଭିନ୍ନ ଷ୍ଟାଲ ରୁ ଘରକରାଣ ସାମଗ୍ରୀ କିଣା କିଣି କରୁଥିବା ଦେଖିବାକୁ ମିଳିଥିଲା | ବୁଲି ବାକୁ ଆସୁଥିବାଦର୍ଶକ ମାନଙ୍କୁ ବଳିଯାତ୍ରା ଠାରୁ ୩/୪ କିମି ଦୂରରୁ ଗାଡି ଅଟକାଇ ପାର୍କିଙ୍ଗ କରିବାକୁ ନିର୍ଦ୍ଦିଷ୍ଟ ଯୁବକ ବାଧ୍ୟ କରୁଥିବା ବେଳେ ରାସ୍ତାରେ ଚ୍ୟାର ଓ ପୋଲିସ ପ୍ରଶାସନର ବ୍ୟାରିକେଟ ପକାଇ ଲୋକଙ୍କୁ ବାଟ ଛାଡୁ ନଥିବା ଭଳି ଘଟଣା ଦର୍ଶକଙ୍କୁ ଅଧିକ ବ୍ୟଥିତ କରିଛି ।ପୋଲିସ ପ୍ରଶାସନ ସବୁ ଦେଖି ମଧ୍ୟ କିଛି ପ୍ରତିବାଦ ନକରିବାରୁ ଯୁବକଙ୍କ ଅତ୍ୟାଚାର ଆହୁରି ବଢିଯାଇଛି।ଥାନା ଛକ, ଜୟଦେବ ସଦନ ଛକ ଓ ହନୁମାନ ମନ୍ଦିର ନିକଟରେ ଲୋକଙ୍କୁ ପାର୍କିଙ୍ଗ ପାଇଁ ଅଟକା ଯାଉଛି।ତେବେ ଆସନ୍ତା କାଲି ଶୁକ୍ରବାର ଠାରୁ ଜନ ଗହଳି ହେବା ନେଇ ଆଶା କରାଯାଉଛି

 

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *