February 12, 2026
Home » କାଦୋଦର କଲେଜରେ ଏଡ୍‌ସ ସଚେତନତା କାର୍ଯ୍ୟକ୍ରମ l

କାଦୋଦର କଲେଜରେ ଏଡ୍‌ସ ସଚେତନତା କାର୍ଯ୍ୟକ୍ରମ l

0
WhatsApp Image 2024-12-07 at 5.58.49 PM

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ମା ଉମାଦେବୀ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କାଦୋଦର ରେ ଯୁବ ରେଡ଼କ୍ରସ ଓ ରେଡ଼ ରିବନ କ୍ଲବ ର ମିଳିତ ଆନୁକୂଲ୍ୟରେ ଏଡ୍‌ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ଯକ୍ଷ ବଲ୍ଳଭ ପୁରୋହିତଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ଭାବରେ ଅନୁଷ୍ଠାନ ର ସଂପାଦକ ତଥା ଯୁବ ସମାଜସେବୀ ଚିତ୍ତରଞ୍ଜନ ପାଢ଼ୀ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବରେ ସତ୍ୟବାଦୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କଳାପଥର ର ଯୁବ ରେଡ କ୍ରସ କାଉନସେଲର ତଥା ଅଧ୍ୟାପକ କିଶୋର କୁମାର ସାହୁ ଯୋଗ ଦେଇ ଏଡ୍‌ସ ରୋଗ ର ଭୟାବହତା, ଏଡ୍‌ସ ରୋଗର କାରଣ, ନିରାକରଣ, ବିଶ୍ଵ ତଥା ଭାରତ ଏବଂ ଓଡ଼ିଶାରେ ଏହାର ସ୍ଥିତି, ଇତିହାସ, ବ୍ୟାପକତା, ନିରାକରଣରେ ଯୁବସମାଜ କିପରି ସାହାଯ୍ୟ ହୋଇପାରିବେ ସେ ସଂପର୍କରେ ବୁଝାଇଥିଲେ।

ଯୁବ ରେଡ଼କ୍ରସ କାଉନସେଲର ତଥା ଅଧ୍ୟାପକ ଉଦ୍ଧବ ପଧାନ ସ୍ୱାଗତ ଭାଷଣ ଦେଇ ଦେଇଥିବା ବେଲେ ଇଂରାଜୀ ଅଧ୍ୟାପକ ସୁଶାନ୍ତ ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ କୃତିତ୍ୱ ହାସଲ କରିଥିବା ଛାତ୍ର, ଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ l ଏଥିରେ କଲେଜ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସହଯୋଗ କରିଥିଲେ ।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *