July 5, 2025
Home » କାନ୍ଦୁଛି ଜଙ୍ଗଲ ବାଃ ବାଃ ନେଉଛି ବନବିଭାଗ ନିଘୋଡ଼ ନିଦ୍ରାରେ ବନାଞ୍ଚଳ

କାନ୍ଦୁଛି ଜଙ୍ଗଲ ବାଃ ବାଃ ନେଉଛି ବନବିଭାଗ ନିଘୋଡ଼ ନିଦ୍ରାରେ ବନାଞ୍ଚଳ

0
WhatsApp Image 2025-03-09 at 12.14.04 PM

କଙ୍କଡ଼ାହାଡ଼ ବ୍ଲକ ରେ ଜଙ୍ଗଲ ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରିବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଇଥିବା ବେଳେ ତାହାକୁ ଗିଳିଦେଉଚି ବନ ବିଭାଗ। ଜଙ୍ଗଲ ସୁରକ୍ଷା ପାଇଁ ବିଭିନ୍ନ ଉଦ୍ୟମ ସରକାର କରିଥିବା ବେଳେ ଜଙ୍ଗଲକୁ ସୁରକ୍ଷା ଦେବା ବଦଳରେ ଜଙ୍ଗଲ ଧ୍ଵଂସ କରିବାରେ ଲାଗିଛି ବନ ବିଭାଗ। ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜର ବିଭିନ୍ନ ସେକ୍ସନର ସଂରକ୍ଷିତ ଜଙ୍ଗଲରେ ଲାଗିଛି ନିଆଁ ।ଏହି ଅଗ୍ନିକାଣ୍ଡରେ ଏକର ଏକର ଜଙ୍ଗଲ ନିଆଁରେ ଜଳିବା ଦ୍ୱାରା ଜଙ୍ଗଲ ନଷ୍ଟ ହେବା ସାଙ୍ଗକୁ ପରିବେଶ ପ୍ରଦୂଷଣ ବଢୁଛି ତ କେଉଁଠି ଗଛ କଟାଯାଉଛି ।ଏଥିସହ ଉତ୍ତାପ ବଢ଼ିବାରେ ଲାଗିଛି ସରକାର ଜଙ୍ଗଲ ସୁରକ୍ଷା ଓ ଜଙ୍ଗଲରୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲା ବେଳେ ଏଠାରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଖାଲି ପ୍ରଚାର ପ୍ରସାରରେ ମାଧ୍ୟମରେ ବନ ବିଭାଗ ପକ୍ଷରୁ ଜଙ୍ଗଲ ସୁରକ୍ଷା କାମ ହେଉଥିବା ଅଭିଯୋଗ ହେଉଅଛି । ମହାବିରୋଡ଼ ରେଞ୍ଜ ଅଧୀନରେ ଆସୁଥିବା ଗଡପଳାଶୁଣି ଏବଂ ଦଶିପୁର ସଂରକ୍ଷିତ ଜଙ୍ଗଲରେ ଭୟଙ୍କର ନିଆଁ ଲାଗିଥିଲା ବେଳେ ବନ ବିଭାଗର ନିଘା ନାହିଁ କି ଦେଖା ନାହିଁ ।ରାଜ୍ୟ ସରକାର ଓ କେନ୍ଦ୍ର ସରକାର ନୂତନ ବନି କରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲା ବେଳେ ପ୍ରାକୃତିକ ଜଙ୍ଗଲକୁ ଦୁର୍ବୁତ୍ତ ମାନେ ନିଆଁ ଲଗାଇ ଜଙ୍ଗଲ ନଷ୍ଟ କରୁଥିବା ବେଳେ ବନ ବିଭାଗ ଟେର ପାଉନଥିବା ବଡ ସନ୍ଦେହ ସୃଷ୍ଟି ହୋଇଛି।ଜଙ୍ଗଲରେ ନିଆଁ ଲାଗିବାରୁ ମୂଲ୍ୟବାନ ଗଛ ନଷ୍ଟ ହେବାରୁ ପରିବେଶ ଉପରେ ପ୍ରଭାବ ପଡୁଅଛି ।ଜଙ୍ଗଲରେ ଥିବା ବନ୍ୟ ଜନ୍ତୁ, ନିଆଁରେ ପୋଡ଼ି ହୋଇ ମୃତ୍ୟୁ ହଉଛନ୍ତି । ଗ୍ରାମାଞ୍ଚଳର ଲୋକମାନେ ଜଙ୍ଗଲ ଉପରେ ନିର୍ଭର କରୁଥିଲା ବେଳେ ଜଙ୍ଗଲ ନଷ୍ଟ ହେବାରୁ ଚିନ୍ତାରେ ଅଛନ୍ତି ।ଜଙ୍ଗଲ ନଷ୍ଟ ହେବାରୁ ଉତ୍ତାପ ବଢିବା ଓ ପରିବେଶ ଦୂଷିତହେଉଛି ।ବନବିଭାଗ ଅବହେଳା ପାଇଁ ଅଞ୍ଚଳ ବାସୀ ଘୋର ନିନ୍ଦା କରିଛନ୍ତି!

Leave a Reply

Your email address will not be published. Required fields are marked *