March 19, 2026
Home » କାମଧେନୁ ଯୋଜନା ରେ ପ୍ରାଣୀ ସମ୍ପଦ ର ସଚେତନତା କାର୍ଯ୍ୟକ୍ରମ l

କାମଧେନୁ ଯୋଜନା ରେ ପ୍ରାଣୀ ସମ୍ପଦ ର ସଚେତନତା କାର୍ଯ୍ୟକ୍ରମ l

0
WhatsApp Image 2026-03-19 at 5.03.47 PM

 

ସୁବର୍ଣ୍ଣପୁର: ଅଭିଯୋଗ ଜନ ଶୁଣାଣୀ ଦିନ ଗୋ ଚାଲାଣ ରୋକ ପାଇଁ ବୌଦ୍ଧ ଆରକ୍ଷୀ ଅଧିକ୍ଷକ ଙ୍କ ଦ୍ଵାରା ଦିଆ ଯାଇ ଥିବା ମୋବାଇଲ ନମ୍ବର , ୯୪୩୮୯୧୬୬୯୦ କୁ ପିତାମ୍ବରପୁର ଗ୍ରାମରେ ପ୍ରାଣୀ ସମ୍ପଦ ସୁରକ୍ଷା ଓ ସଚେତନ କାର୍ଯ୍ୟକ୍ରମ ରେ ସାର୍ବଜନୀନ କରାଯାଇଥିଲା l ଆଗାମୀ ଏପ୍ରିଲ ୨୭ ତାରିଖ ରେ ସର୍ବ ଭାରତୀୟ ସ୍ତରରେ ପ୍ରାୟ ୫୧୦୦ ତହସିଲ ରେ , ଗୋ- ସମ୍ପଦ ସୁରକ୍ଷା ଦିଗରେ କାର୍ଯ୍ୟକ୍ରମ ହେବ ବୋଲି ପ୍ରସ୍ତୁତି ବୈଠକ ରେ ଆଲୋଚନା ହୋଇଛିଗୋମାତା ଙ୍କୁ ରଷ୍ଟ୍ରମlତl ରୂପେ ଘୋଷଣା ତଥା ଗୋ – ଚାଲାଣ କୁ ରୋକ ଲଗାଇବାକୁ ଏକ ଦାବି ପତ୍ର ତହସିଲଦାର ଙ୍କୁ ଦିଆ ଯିବାକୁ ସ୍ଥିର କରାଯାଇଛି l ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ରେ କିପରି ବର୍ତ୍ତମାନ ସରକାର ଙ୍କ ସ୍କିମ ଅନୁଯାୟୀ ସାଇବlଲ୍ ଗାଈ କିମ୍ବା C D ଜର୍ସି ଓ ମଇଁଷି କିସମ ରେ ମୁରlହା କିମ୍ବା ଜାଫରlବlଦ୍ କିସମ ଚାଷୀ ଆଣିପାରିବେ ବୋଲି ଡକ୍ଟର ଅଭିଷେକ ହୋତା, VAS, ପୁରୁଣlକଟକ, MKY ସ୍କିମ କୁ ପୁଙ୍ଖlନୁପୁଙ୍ଖ ଭାବେ ଆଲୋଚନା କରିଥିଲେ l କାମଧେନୁ ଯୋଜନା ରେ ଗୋପାଳନ , ଘାସ ଚାଷ, ଓ ଆଜୋଲl ଚାଷ କୁ ପ୍ରାଧାନ୍ୟ ଦିଆ ଯାଇଛି ବୋଲି ଆଲୋଚନା ହୋଇଛି l ମହିଳା, SC, ST ଙ୍କୁ Rs- 1,61,240/- ଓ ସାଧାରଣ ପୁରୁଷ ବର୍ଗ ଙ୍କୁ Rs-1,38000/- ଟଙ୍କା ର ସବସିଡି ଛାଡ ଅଛି ବୋଲି , VAS, ବିସ୍ତୃତ ଭାବେ ସ୍କିମ କୁ ବୁଝାଇଥିଲେ l
ବର୍ତ୍ତମାନ ସ୍ଥିତି ରେ ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ ରୁ ଗାଈ କୁ କିଣି ସେଠାର ସ୍ଥାନୀୟ VAS ଙ୍କ ଦ୍ଵାରା ଅନୁମୋଦନ କରାଇ ଆଣିଲେ ହିଁ ତାହା ମାନ୍ୟତା ପ୍ରାପ୍ତ ହେବ ବୋଲି ବୁଝାଇଥିଲେ lପିତାମ୍ବରପୁର, କାନପୁର, ଜିରlଡ, ର ଉମେଶ ମହାକୁଡ, କାର୍ତ୍ତିକ କର୍ଣ୍ଣ, ପ୍ରବୀର ମାହlର, ନିଲାଞ୍ଚଳ ପ୍ରଧାନ, ଜୟଦେବ ପ୍ରଧାନ, ସତ୍ୟ ପ୍ରଧାନ, ସୁଧାଂଶୁ ମାହlର, ଗୋପାଳନ କରିବା ପାଇଁ ଆଗ୍ରହ ପ୍ରକାଶ କଲେ ଓ ଆବଶ୍ୟକୀୟ ଜରୁରୀ କାଜଗ ପତ୍ର କୁ ଅନ ଲାଇନ ରେ ଆବେଦନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି lଏହା ଦ୍ବାରା ଗ୍ରାମରେ ଥିବା ଖିର ସୋସାଇଟି କୁ ପୁନଃରୁଦ୍ଧାର କରା ଯାଇ ପାରିବ ବୋଲି ମତ ପ୍ରକାଶ ପାଇଛି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *