କାରାଗାର ରେ ଯୋଗ : ଯୋଗ ବିଜ୍ଞାନ ମାଧ୍ୟମରେ ମନ ପରିବର୍ତ୍ତନର ଉପାୟ l
ସୁବର୍ଣ୍ଣପୁର– ମନୁଷ୍ୟ ହେଉଛି ଏକ ମନନଶୀଳ ପ୍ରାଣୀ I ମନ ମାଧ୍ୟମରେ ସେ ସ୍ବର୍ଗରେ ନର୍କ ଏବଂ ନର୍କରେ ସ୍ବର୍ଗ ସୃଷ୍ଟି କରିପାରେ I ମନ ପରିବର୍ତ୍ତନ କରି ଜଣେ କାରାଗାର କୁ ମଧ୍ୟ ନିଜର ବାସଗୃହ ଠାରୁ ଅଧିକ ସୁଖଶାନ୍ତିମୟ କରିପାରେ I ଯୋଗ ବିଜ୍ଞାନ ଦ୍ବାରା ତାହା କିପରି ସମ୍ଭବ ସେ ସଂପର୍କରେ ସୁବର୍ଣ୍ଣପୁର କାରାଗାର ରେ ଥିବା ଦୁଇଶହ ଅଠର ଜଣ ଅନ୍ତରୀଣ ବନ୍ଦୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା I ଏହି ମନୋରମ କାର୍ଯ୍ୟକ୍ରମଟିର ମାର୍ଗ ଦର୍ଶନ କରିଥିଲେ ପତଂଜଳି ଯୋଗ ପୀଠ ହରିଦ୍ବାରର ଆଜୀବନ ସଭ୍ୟ ଯୋଗ ବିଦ୍ ଗୋରେଖନାଥ ସାହୁ ଏବଂ ତରଭା ମହା ବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶମ୍ଭୁଭୂଷଣ ପଣ୍ଡା l ସମ୍ମାନିତ ଅତିଥି ଭାବେ ଯୋଗଦେଇ ଯୋଗ ଏବଂ ପ୍ରାର୍ଥନାର ମହତ୍ତ୍ବ ଉପରେ ଆଲୋକପାତ କରିଥିଲେ I କାରାଗାର ଅଧିକ୍ଷକ ଡିଲେଶ୍ବର ଜେନା ଅଧ୍ୟକ୍ଷତା କରି ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ I ଉପ କାରାଗାର ର ରାଜେନ୍ଦ୍ର କୁମାର ପଣ୍ଡା ଧନ୍ୟବାଦ ଦେଇଥିବା ବେଳେ ଅନ୍ୟତମ ଅଧିକାରୀ ଶୁକସାସ ଡୁଡୁକିଆ ଏଥିରେ ସହଯୋଗ କରିଥିଲେ I ଶେଷରେ ବନ୍ଦୀମାନେ ସେମାନଙ୍କ ବ୍ୟକ୍ତିଗତ ସମସ୍ୟା ସଂପର୍କରେ ପଚାରି ବୁଝିଥିଲେ I
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
