July 1, 2025
Home » କାର ସହ ଗଞ୍ଜେଇ ଜବତ, ଆସାମୀ ଫେରାର

କାର ସହ ଗଞ୍ଜେଇ ଜବତ, ଆସାମୀ ଫେରାର

0
WhatsApp Image 2025-05-20 at 11.00.48 AM

ସୁବର୍ଣ୍ଣପୁର ଜିଲ୍ଲା ବିଦୁରପାଲି ଛକ ନିକଟରେ କାର ସହ ଗଞ୍ଜେଇ ଜବତ ହୋଇଥିବା ବେଳେ ମାଫିଆ ଫେରାର ହୋଇଥିବା ଜଣାପଡିଛି l ସୂଚନା ଅନୁସାରେ ସୋନପୁର ପଟରୁ ଏକ କାର ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ପୁଲିସ ଖବର ପାଇଥିଲା l ସୁବର୍ଣ୍ଣପୁର ଏସପି ନାରାୟଣ ନାୟକଙ୍କ ନିର୍ଦ୍ଦେଶ କ୍ରମେ ବୀରମହାରାଜପୁର ପୁଲିସ ଟିମ୍ ସହ କାର ର ପିଛା କରିଥିଲେ l

ତେବେ କାରଟି ହିକୁଡି ଛକରେ ଏକ ଖୁମ୍ବକୁ ଧକ୍କା ଦେଇ ଫେରାର ମାରିଥିଲା l ପୁଲିସ ତାର ପିଛା କରିଥିବା ବେଳେ ବିଦୁରୁପାଲି ଛକ ନିକଟରେ ଚାଳକ କାର ଛାଡ଼ି ଦେଇ ଫେରାର ମାରିଥିଲା l ସନ୍ଧ୍ୟା ସମୟରେ ଘଟଣା ସ୍ଥଳରେ ମାଜିଷ୍ଟ୍ରେଟ ତଥା ତହସିଲଦାର ମମତା ମେହେର ଏବଂ ପୁଲିସର ଉପସ୍ଥିତିରେ ଗଞ୍ଜେଇ ଓଜନ କଲା ପରେ ୬୫କେଜି ୮୬୦ ଗ୍ରାମ ଥିବା ଜଣାପଡିଥିଲା l ତେବେ କାର ରେ ଆଉ କେତେ ଜଣ ଥିଲେ ତାହା ସ୍ୱଷ୍ଟ ହୋଇ ନ ଥିବା ବେଳେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି l

ରିପୋର୍ଟ — ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *