October 23, 2025
Home » କାଳୁ ଚରଣ ଗୌଡଙ୍କୁ ଦ୍ୟୁତୀକୃଷ୍ଣ ମିଶ୍ର ସ୍ମାରକୀ ଶ୍ରେଷ୍ଠ ଶିକ୍ଷକ ସମ୍ମାନ

କାଳୁ ଚରଣ ଗୌଡଙ୍କୁ ଦ୍ୟୁତୀକୃଷ୍ଣ ମିଶ୍ର ସ୍ମାରକୀ ଶ୍ରେଷ୍ଠ ଶିକ୍ଷକ ସମ୍ମାନ

0
WhatsApp Image 2025-09-06 at 12.35.41 PM

 

ଛତ୍ରପୁର: ଗୁରୁ ଦିବସ ଅବସରରେ ପୁରାତନ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ଗୁରୁ ପୂଜନ ସହ ସମ୍ବର୍ଦ୍ଧିତ ହେଇଛନ୍ତି ଅବସର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ଶ୍ରୀ କାଳୁ ଚରଣ ଗୌଡ।
ଗୁରୁ ଦିବସ ପାଳନ ଅବସରରେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ତାରିଣୀ ପଲ୍ଲୀ ଗ୍ରାମରେ ସାମାଜିକ ଅନୁଷ୍ଠାନ ୟୁଥ୍ ଫର୍ ଭିଲେଜ୍ ପକ୍ଷରୁ ଗୁରୁ ଦିବସ ଓ ୱାଈ ଫର୍ ଭି ସମ୍ବର୍ଧନା ଉତ୍ସବ ମହାଆଡମ୍ବରରେ ଆୟୋଜିତ ହୋଇ ଶିକ୍ଷା ଦାନ କ୍ଷେତ୍ରରେ ବୃହତ୍ ଅବଦାନ ପାଇଁ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଶ୍ରୀ ଗୌଡ ଙ୍କୁ ଦ୍ୟୁତୀକୃଷ୍ଣ ମିଶ୍ର ସ୍ମାରକୀ ଶ୍ରେଷ୍ଠ ଶିକ୍ଷକ ସମ୍ମାନ ୨୦୨୫ ରେ ସମ୍ବର୍ଦ୍ଧିତ କରାଯାଇଛି। ଶ୍ରୀଯୁକ୍ତ ଗୌଡ ଚାକିରି କାଳ ଭିତରେ ୧୯୮୮ ମସିହାରେ ଶିକ୍ଷକତା ଜୀବନ ଆରମ୍ଭ କରି ୨୦୦୫ ପର୍ଯ୍ୟନ୍ତ ଖଣ୍ଡଦେଉଳି ଉଚ୍ଚ ବିଦ୍ୟାଳୟ ଓ ୨୦୦୫ ମସିହାରୁ ୨୦୨୩ ପର୍ଯ୍ୟନ୍ତ ବିଜ୍ଞାନ ଶିକ୍ଷାଦାନ କରି ବହୁତ୍ ଛାତ୍ରଛାତ୍ରୀ ଙ୍କୁ ସୃଷ୍ଠି କରିପାରିଛନ୍ତି। ବୃତିକାଳ ଭିତରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଓ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବେ ମଧ୍ୟ ଦାୟିତ୍ଵ ନିର୍ବାହ କରିଛନ୍ତି। ବିଜ୍ଞାନ ଶିକ୍ଷକ ରୂପେ ଅସଂଖ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ମରଣୀୟ ହୋଇ ରହିଛନ୍ତି। ଆୟୋଜିତ ଉତ୍ସବରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ବିଜୟ କୁମାର ବିଶ୍ବାଳ, ସାମ୍ବାଦିକ ତଥା ଆଇନଜୀବୀ ଶ୍ରୀ ସିମାଞ୍ଚଳ ମିଶ୍ର, ସାମ୍ବାଦିକ ଶ୍ରୀ ଉମାକାନ୍ତ ବେହେରା, ଶ୍ରୀ ଶବର ତରେଇ, ୟୁଥ୍ ଫର୍ ଭିଲେଜ୍ ପ୍ରତିଷ୍ଠାତା ଡି ଦେବହରି ରେଡ଼ି, ଗ୍ରାମ୍ୟ ସଭାପତି ଶ୍ରୀ ଚୈତନ୍ୟ ରେଡ଼ି ଙ୍କ ସମେତ ଅନୁଷ୍ଠାନ ର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ଙ୍କ ଉପସ୍ଥିତିରେ ମହାଆଡମ୍ବରରେ ପ୍ରଥମେ ଛାତ୍ରଛାତ୍ରୀଙ୍କ ଦ୍ଵାରା ପାରମ୍ପରିକ ନୀତି ରେ ପୂଜା କରି ମାନପତ୍ର ଓ ଉପଢୋକଣ ଦେଇ ସମ୍ବର୍ଦ୍ଧିତ କରାଯାଇଛି।

 

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *