April 8, 2026
Home » କାଳ ବୈଶାଖୀର ତାଣ୍ଡବ: ପବନରେ ଉଡିଗଲା ଘରର ଛାତ, ପରିବାର ହେଲା ଗୃହହୀନ

କାଳ ବୈଶାଖୀର ତାଣ୍ଡବ: ପବନରେ ଉଡିଗଲା ଘରର ଛାତ, ପରିବାର ହେଲା ଗୃହହୀନ

0
WhatsApp Image 2026-04-08 at 11.12.23 AM

ଯୋଡ଼ା – କେନ୍ଦୁଝର ଜିଲ୍ଲାର ରୁଗୁଡି ଥାନା ଅନ୍ତର୍ଗତ ଗୁଆଲି ଅଞ୍ଚଳରେ କାଳ ବୈଶାଖୀର ଭୟଙ୍କର ପ୍ରଭାବରେ ଜଣେ ଗରିବ ପରିବାର ଦୁର୍ଦଶାର ସମ୍ମୁଖୀନ ହୋଇଛନ୍ତି। ସୋମବାର ସନ୍ଧ୍ୟା ରେ ହଠାତ ଆସିଥିବା ଜୋରଦାର ପବନ ଓ ବର୍ଷା ଘରଟିକୁ ସମ୍ପୂର୍ଣ୍ଣ ଭାବେ ଉଜାଡ଼ି ଦେଇଛି।ସୂଚନା ଅନୁଯାୟୀ, ଗୁଆଲି ଗ୍ରାମର ବାସିନ୍ଦା ସନ୍ତୋଷ ବାରିକ ସେହି ଦିନ କାମ ସାରି ସନ୍ଧ୍ୟା ସମୟରେ ଘରକୁ ଫେରିଥିଲେ। ପ୍ରାୟ ସନ୍ଧ୍ୟା ୭ଟା ବେଳେ ହଠାତ ଆକାଶ କଳା ହୋଇ ତୀବ୍ର ପବନ ସହ କାଳ ବୈଶାଖୀ ଆରମ୍ଭ ହୋଇଥିଲା। ଦେଖିବାକୁ ନ ଦେଖିବା ମଧ୍ୟରେ ଝଡ଼ର ବେଗ ବଢ଼ି ଘର ଉପରେ ଭୟଙ୍କର ପ୍ରଭାବ ପକାଇଥିଲା।ଜୋରଦାର ପବନରେ ଘରର ଟିଣ ଛାତ ସହ ଲୁହା ଏଙ୍ଗଲଗୁଡ଼ିକୁ ପବନ ଉଡେଇ ନେଇଥିଲା। କିଛି ମିନିଟ ମଧ୍ୟରେ ଘରଟି ଛାତ ବିହୀନ ହୋଇ ପଡ଼ିଥିଲା। ଘଟଣା ସମୟରେ ପରିବାର ସଦସ୍ୟମାନେ ଘର ଭିତରେ ଥିବା ସତ୍ତ୍ୱେ ଭାଗ୍ୟକ୍ରମେ କାହାରି ପ୍ରାଣହାନି କିମ୍ବା ଗୁରୁତର ଆହତ ହେବାର ଖବର ମିଳିନାହିଁ।ତେବେ ଘର ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିବାରୁ ପରିବାରଟି ଏବେ ଖୋଲା ଆକାଶ ତଳେ ରହିବାକୁ ବାଧ୍ୟ ହୋଇଛି। ଘରେ ଥିବା ଆସବାବପତ୍ର ଓ ଦୈନିକ ବ୍ୟବହାରୀୟ ସାମଗ୍ରୀମାନେ ମଧ୍ୟ ବର୍ଷା ଜଳରେ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି।ସ୍ଥାନୀୟ ଲୋକମାନେ କହିଛନ୍ତି ଯେ, ଏହି କାଳ ବୈଶାଖୀ ବହୁତ ତୀବ୍ର ଥିଲା ଏବଂ ଅଞ୍ଚଳରେ ଅନ୍ୟାନ୍ୟ କ୍ଷତି ମଧ୍ୟ ଘଟିଥିବା ସମ୍ଭାବନା ରହିଛି। ପ୍ରଭାବିତ ପରିବାରକୁ ତତ୍କାଳ ଆର୍ଥିକ ସହାୟତା ଓ ପୁନର୍ବାସ ସୁବିଧା ଯୋଗାଇବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।ପ୍ରଶାସନ ପକ୍ଷରୁ ଘଟଣାସ୍ଥଳ ପରିଦର୍ଶନ କରି କ୍ଷତିର ଆକଳନ କରାଯିବା ସହିତ ପ୍ରଭାବିତ ପରିବାରକୁ ଶୀଘ୍ର ସହାୟତା ଯୋଗାଇବାକୁ ଦାବି କରାଯାଉଛି।
କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ ।

Leave a Reply

Your email address will not be published. Required fields are marked *