March 31, 2026
Home » କାଳ ହେଲା ସମୁଦ୍ର ସ୍ନାନ

କାଳ ହେଲା ସମୁଦ୍ର ସ୍ନାନ

0
Screenshot 2026-03-31 150806

ପୁଣି କାଳ ହେଲା ସମୁଦ୍ର ସ୍ନାନ। ସମୁଦ୍ରରେ ସ୍ନାନ କରୁଥିବା ବେଳେ ବୁଡ଼ିଯାଇ ଦୁଇ ପର୍ଯ୍ୟଟକଙ୍କ ଚାଲିଗଲା ଜୀବନ। ପୁରୀ ସମୁଦ୍ର କୂଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତ ଦୁଇ ପର୍ଯ୍ୟଟକଙ୍କ ପରିଚୟ ମିଳିପାରିନଥିବା ବେଳେ ମୃତଦେହକୁ ପୁରୀ ହସ୍ପିଟାଲ କୁ ପଠାଯାଇଛି। ତେବେ ସୂଚନା ଅନୁଯାୟୀ ଆଜି ସକାଳେ ଦୁଇଜଣ ପର୍ଯ୍ୟଟକ ପୁରୀ ସମୁଦ୍ରରେ ସ୍ନାନ କରୁଥିବା ବେଳେ ରିପ୍ କରେଣ୍ଟ ସାଙ୍ଗକୁ ବଡ଼ ଲହଡ଼ି ମାଡ଼ରେ ସମୁଦ୍ର ଭିତରକୁ ଚାଲି ଯାଇଥିଲେ। ସେଠାରେ ଥିବା ଲାଇଫ ଗାର୍ଡ ମାନେ ସମୁଦ୍ର ଭିତରକୁ ଯାଇ ଦୁଇ ପର୍ଯ୍ୟଟକଙ୍କୁ ଉଦ୍ଧାର କରି ତୁରନ୍ତ ଆମ୍ବୁଲାନ୍ସ ଯୋଗେ ପୁରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଡ଼ାକ୍ତର ସେଠାରେ ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ ପୋଲିସ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। କିନ୍ତୁ ବଡ଼କଥା ହେଉଛି ପୁରୀ ସମୁଦ୍ରରେ ବିଭିନ୍ନ ସମୟରେ ଏଭଳି ଅଘଟଣ ଘଟୁଥିବା ବେଳେ କାହିଁକି ପ୍ରଶାସନ ଏ ଦିଗରେ ପଦକ୍ଷେପ ନେଉନାହିଁ। ସମୁଦ୍ର କୂଳରେ ପର୍ଯ୍ୟାପ୍ତ ମାତ୍ରାରେ ଲାଇଫ ଗାର୍ଡ ମୁତୟନ କରିବା, ଲାଇଫ ଗାର୍ଡ ମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ସହିତ ଅତ୍ୟାଧୁନିକ ଉପକରଣ ପ୍ରଦାନ, ପର୍ଯ୍ୟଟକଙ୍କୁ ସଚେତନ ନିମନ୍ତେ ବିଭିନ୍ନ ସ୍ଥାନରେ ସୂଚନା ଫଳକ ଏବଂ ପୋଲିସ ଫୋର୍ସ ମୁତୟନ କରାଗଲେ ଏଭଳି ଅଘଟଣକୁ ରୋକାଯାଇ ପାରିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *