March 14, 2025
Home » କାଶିଆ ମାଇନ୍ସ ପକ୍ଷରୁ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ ସପ୍ତାହ ପାଳିତ

କାଶିଆ ମାଇନ୍ସ ପକ୍ଷରୁ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ ସପ୍ତାହ ପାଳିତ

0

ଯୋଡ଼ା – ୭/୧୨: ଇଣ୍ଡିଆନ ବ୍ୟୁରୋ ଅଫ୍ ମାଇନ୍ସ ନେତୃତ୍ୱରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ୱାରର କାଶିଆ ଆଇରନ ଓ ଡୋଲାମାଇଟ୍ ମାଇନ୍ସ ପକ୍ଷରୁ ୨୬ତମ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ (ଏମଇଏମଏସ) ସପ୍ତାହ-୨୦୨୪-୨୦୨୫ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜେଏସଡବ୍ଲୁ ଷ୍ଟିଲର ଡିଜିଏମ ଶ୍ରୀ ବୋରା ବିଦ୍ୟାସାଗର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଓଏମସିର ସିନିୟର ମ୍ୟାନେଜର (ଜିଓଲୋଜିଷ୍ଟ) ଶ୍ରୀ ରାଧେଶ୍ୟାମ ସାହୁ ଓ ଶିବା ସିମେଣ୍ଟର ଡେପୁଟି ମ୍ୟାନେଜର(ମାଇନ୍ସ) ଶ୍ରୀ ଚିତ୍ତରଞ୍ଜନ ମହାପାତ୍ର ଯୋଗଦେଇଥିଲେ। କାଶିଆ ମାଇନ୍ସର ୟୁନିଟ ମୁଖ୍ୟ ଶ୍ରୀ ପ୍ରମୋଦ କୁମାର ପାତ୍ର, ଏଚଆର ଆଣ୍ଡ ଇଏସ ମୁଖ୍ୟ ଶ୍ରୀ ଆଶିଷ ରଞ୍ଜନ ମହାନ୍ତି ଓ କାଶିଆ ମାଇନ୍ସ ମ୍ୟାନେଜର ଶ୍ରୀ ରଞ୍ଜିତ ଚୌଧୁରୀ ପ୍ରମୁଖଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ କାଶିଆ ମାଇନ୍ସ ଓ ସିଏସଆର ପକ୍ଷରୁ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମର ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଏହାକୁ ଅତିଥିମାନେ ବହୁତ ପ୍ରଶଂସା କରିଥିଲେ। ସ୍ଲୋଗାନ ଲିଖନ ଏବଂ ପୋଷ୍ଟର ପ୍ରସ୍ତୁତି ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀମାନେ ନୃତ୍ୟ ଓ ସଂଗୀତ ପରିବେଷଣ କରିଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଜନପ୍ରତିନିଧି, କର୍ମଚାରୀ, ସେମାନଙ୍କ ପରିବାର ସଦସ୍ୟ, ସହଭାଗୀ ଏବଂ କର୍ମଚାରୀ ସାମିଲ ହୋଇଥିଲେ ।

ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ ।

Leave a Reply

Your email address will not be published. Required fields are marked *