July 5, 2025
Home » କାଶିପୁର ବ୍ଲକରେ ଅଜଣା ଦୁବୃତଙ୍କ ଦ୍ଵାରା ଜଣକୁ ଗଳାକାଟି ହତ୍ୟା

କାଶିପୁର ବ୍ଲକରେ ଅଜଣା ଦୁବୃତଙ୍କ ଦ୍ଵାରା ଜଣକୁ ଗଳାକାଟି ହତ୍ୟା

0
WhatsApp Image 2024-12-16 at 1.33.13 PM

ଏକ ଅଟୋ ଚାଳକଙ୍କୁ କାଶୀପୁର ବ୍ଲକ୍ ଟିକିରି ଥାନା ଅନ୍ତର୍ଗତ ଫୁଲବା ଛକ ନିକଟରେ କିଛି ଅଜଣା ଦୁର୍ବୃତ୍ତ ଗଳାକାଟି ହତ୍ୟା କରିଛନ୍ତି । ମିଳିଥିବା ସୂଚନା ମୁତାବକ ଏକ ଅଟୋ ଚାଳକ ଅଟୋ ଯୋଗେ ସିଙ୍ଗାରାମ ଦେଇ ଟିକିରି ଅଭିମୁଖେ ବଳରାମ ଯାଉଥିବା ସମୟରେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ଟିକିରି ଥାନା ଅନ୍ତର୍ଗତ ଫୁଲବା ଛକ ନିକଟରେ କିଛି ଅଜଣା ଦୁବୃତ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଗାରିଡି ଗ୍ରାମର କୁସୁମଲ ଖରାଙ୍କ ପୁଅ ବଳରାମ ଖରାଙ୍କୁ ୧୪/୧୨/୨୪ ତାରିଖ ରାତିରେ ପ୍ରାୟ ୦୭ ଘଣ୍ଟିକ ସମୟରେ ଗଳାକାଟି ହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି । ତାଙ୍କର ୨ଟି କନ୍ୟା ସନ୍ତାନର ଜନକ ମୃତକ ବିଗତ ଦଶ ବର୍ଷ ତଳେ ଡଙ୍ଗାସିଲ ଗ୍ରାମର ବିପାଶା ପାଣିଙ୍କୁ ବିବାହ କରିଥିବା ବେଳେ ଅପରପକ୍ଷରେ ଘଟଣା ସ୍ଥଳରେ କାଶିପୁର ଥାନା ଅଧିକାରୀ ସହ ରାୟଗଡ଼ା ଏସଡିପିଓଙ୍କ ଦଳ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିବା ବେଳେ ପୂର୍ବରୁ କହାସହ ଶତ୍ରୁତା ଥିଲା ,କେଉଁ ପରିସ୍ଥିତିରେ କାହିଁକି, କିଏ ଗଲା କାଟି ହତ୍ୟା କରିଛନ୍ତି ତାହା ନେଇ ତଦନ୍ତ ଚାଲେଚି ପୋଲିସ। ପରିବାର ଲୋକେ ଅଭିଯୋଗ ଅନୁସାରେ ଏକ ମାମଲା ରୁଜୁ କର ମରଶରୀର ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।

ରାୟଗଡା ଜିଲ୍ଲା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *