July 6, 2025
Home » କାଶ୍ମୀର ପହଲଗାମ ଗଣହତ୍ୟାର ପ୍ରତିବାଦ ସଭା : ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ l

କାଶ୍ମୀର ପହଲଗାମ ଗଣହତ୍ୟାର ପ୍ରତିବାଦ ସଭା : ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ l

0
WhatsApp Image 2025-04-25 at 1.06.39 PM

ସୁବର୍ଣ୍ଣପୁର: କାଶ୍ମୀର ପହଲଗାମରେ ନିରସ୍ତ୍ର ହିନ୍ଦୁ ପର୍ଯ୍ୟଟକମାନଙ୍କ ଉପରେ ଯେଉଁ ଭଳି ଭାବରେ ବର୍ବରୋଚିତ ଆତଙ୍କୀ ଆକ୍ରମଣ ଓ ନିର୍ମମ ହତ୍ୟା ହେଲା ତାର ଏକ ଦୃଢ ପ୍ରତିବାଦ ସଭା ଆଜି ସକାଳ ଘ.9.00 ସମୟରେ ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା I ଉକ୍ତ ସଭା ପ୍ରାରମ୍ଭରେ ଶହୀଦ ହୋଇଥିବା ଅମର ଆତ୍ମାର ସଦଗତି ନିମନ୍ତେ ଦୀପ ପ୍ରଜ୍ବଳନ କରି ଦୁଇ ମିନିଟ ନିରବ ପ୍ରାର୍ଥନା କରି ଅଶ୍ରୁଳ ଶ୍ରଦ୍ଧାଂଜଳି ଅର୍ପଣ କରାଯାଇଥିଲା I ସୁବର୍ଣ୍ଣାର ସଭାନେତ୍ରୀ ପ୍ରାଧ୍ୟାପିକା ମୀନା ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଆତଙ୍କୀ ହତ୍ୟାକାରୀମାନଙ୍କୁ କଠୋର ଦଣ୍ଡ ଦେବାସହ ଭାରତ ଉପରେ ହେଉଥିବା ଆତଙ୍କବାଦର ମୂଳପୋଛ କରିବା ପାଇଁ ମତ ପ୍ରକାଶ ପାଇଥିଲା I ଏହି ଉପଲକ୍ଷେ ଏକ ସ୍ମାରକ ପତ୍ର କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଲିନା ପଧାନଙ୍କୁ ସଭ୍ୟାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରଦାନ କରିଥିଲେ I ଉପରୋକ୍ତ ଶ୍ରଦ୍ଧାଂଜଳି ସଭାରେ ସୁବର୍ଣ୍ଣାର ଉର୍ମିଳା ସାହୁ, ଇନ୍ଦୁମତୀ ପୁରୋହିତ, କଳ୍ପନା ମେହେର, ପୁଷ୍ପା ମେହେର, ଶ୍ରଦ୍ଧାଂଜଳି ମହାପାତ୍ର, ସୁରଭି ବିଶି, ମଂଜୁଳା ଝାଁକର, ଶ୍ରଦ୍ଧାଂଜଳି ମିଶ୍ର, ଘନକେଶୀ ମେହେର, କଲ୍ୟାଣୀ ମିଶ୍ର, ସଂଯୁକ୍ତା ହୋତା , ପଙ୍କଜିନୀ ସାହୁ, ଶ୍ବେତପଦ୍ମା ମେହେର, ସଂଗୀତା ଦିଶରୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଆତଙ୍କବାଦୀଙ୍କ ନିର୍ମମ ହତ୍ୟାର ଘୋର ନିନ୍ଦା କରି କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାରଙ୍କ ଠାରେ ନିବେଦନ ଜଣାଇ ବକ୍ତବ୍ୟ ଦେଇଥିଲେ I କେନ୍ଦ୍ର ସରକାର ଏହି ଘଟଣା ଉପରେ ଗ୍ରହଣ କରୁଥିବା ପଦକ୍ଷେପକୁ ସେମାନେ ପ୍ରଶଂସା କରିଥିଲେ I

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *